Advertisment

Iran Nuclear Weapon: ବିଶ୍ବଠାରୁ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି ଇରାନ !

ବିଶ୍ବଠାରୁ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି ଇରାନ ! କେତେବେଳେ ବି କରିପାରେ ସରପ୍ରାଇଜ ଆଟାକ୍ ! ଟେର୍ ପାଉନାହାନ୍ତି ଇସ୍ରାଏଲ୍ କି ଆମେରିକା ! କଣ ରହିଛି ଏହି ଖବର ପଛର ସତ୍ୟତା ?

Nuclear-weapon-Iran-Voshot
Advertisment

ବିଶ୍ବଠାରୁ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି ଇରାନ ! କେତେବେଳେ ବି କରିପାରେ ସରପ୍ରାଇଜ ଆଟାକ୍ ! ଟେର୍ ପାଉନାହାନ୍ତି ଇସ୍ରାଏଲ୍ କି ଆମେରିକା !
ଭୀଷଣ ମହାଯୁଦ୍ଧରେ ନର୍କ  ପାଲଟିଗଲାଣି ମଧ୍ୟପ୍ରାଚ୍ୟ। ଚାରିଆଡ଼େ ହାହାକାର ପରିସ୍ଥିତି। ଇରାନ ଉପରେ ଆମେରିକା ଓ ଇସ୍ରାଇଲ ଦ୍ୱାରା ଘନ ଘନ ମିଶାଇଲ ମାଡ଼ କରାଯାଉଥିବା ବେଳେ, ଭୟଙ୍କର ପ୍ରତିଆକ୍ରମଣ କରୁଛି ଇରାନ। ତେବେ ଏହାରି ମଧ୍ୟରେ ଏକ ଗୁଜବ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଦାବି କରାଯାଉଛି ଇରାନ ପରମାଣୁ ଅସ୍ତ୍ର ତିଆରି କରି ସାରିଛି। ଆଉ ଏହାକୁ ବିଶ୍ବଠାରୁ ଲୁଚାଇ ରଖିଛି। ଗତ କିଛିଦିନ ତଳେ ଇରାନରେ ଆସିଥିବା ଭୂମିକମ୍ପ ପରେ ଅନେକ ସୂତ୍ର ଏନେଇ ଦାବି କରୁଛନ୍ତି। ହେଲେ ପ୍ରକୃତରେ ଏହାକୁ ପ୍ରମାଣିତ କରୁଥିବା କୌଣସି ତଥ୍ୟ ନାହିଁ।

Advertisment


ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା IAEA ଅନୁଯାୟୀ, ଇରାନ ପାଖରେ ପ୍ରାୟ 440-450 କିଲୋଗ୍ରାମ 60% ସମୃଦ୍ଧ ୟୁରାନିୟମ ଅଛି। ତେବେ ଏକ ପରମାଣୁ ଅସ୍ତ୍ର ତିଆରି କରିବାକୁ, ଏହାକୁ ପ୍ରାୟ 90% ପର୍ଯ୍ୟନ୍ତ ସମୃଦ୍ଧ କରିବାକୁ ପଡିବ। ଏହାର ଅର୍ଥ ହେଉଛି ଇରାନ ବୈଷୟିକ ଭାବରେ ସେହି ସ୍ତରର ବହୁତ ନିକଟତର, ହେଲେ ସେ ଏଯାଏଁ ପରମାଣୁ ଅସ୍ତ୍ର ତିଆରି କରିପାରି ନାହିଁ। ଏହାଛଡ଼ା ଇରାନ ନିଜେ ବାରମ୍ବାର କହିଛି ଯେ ଏହାର ପରମାଣୁ କାର୍ଯ୍ୟକ୍ରମ ଅସ୍ତ୍ର ପାଇଁ ନୁହେଁ, ଶକ୍ତି ଏବଂ ବେସାମରିକ ଉଦ୍ଦେଶ୍ୟ ପାଇଁ। ତଥାପି, ବିଶେଷଜ୍ଞଙ୍କ ସବୁଠାରୁ ବଡ଼ ଚିନ୍ତା, ଯଦି ବର୍ତ୍ତମାନର ଯୁଦ୍ଧ ଅଧିକ ବୃଦ୍ଧି ପାଏ, ତେବେ ଇରାନ ଏହାର ନୀତି ପରିବର୍ତ୍ତନ କରିପାରେ। ଆଉ କିଛି ମାସ ମଧ୍ୟରେ ବୈଷୟିକ ଭାବରେ ପରମାଣୁ ଅସ୍ତ୍ର ନିର୍ମାଣ କରିପାରେ।


ଏହି କାରଣରୁ ଆମେରିକା ଏବଂ ଇସ୍ରାଏଲ ଏବେ ଅତ୍ୟନ୍ତ ଚିନ୍ତିତ। ସାମ୍ପ୍ରତିକ ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଉଭୟ ଦେଶ ଇରାନର ୟୁରାନିୟମ ଭଣ୍ଡାର ଜବତ କରିବା ପାଇଁ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ବିଷୟରେ ବିଚାର କରୁଛନ୍ତି। ଆଉ ଇରାନ ପାଖରେ ଥିବା 450 କିଲୋଗ୍ରାମ ସମୃଦ୍ଧ ୟୁରାନିୟମ ଜବତ କରିବା ପାଇଁ ସ୍ପେଶାଲ ଫୋର୍ସ ସହ ଆଲୋଚନା କରାଯାଉଛି।

Advertisment
Nuclear Threat Nuclear Iran Nuclear Deal America Air Strike Iran middle east war
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ