War Photograph: (OTV)
ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ। ଆମେରିକା ଘାଟିକୁ ଖୋଜିଖୋଜି ଆକ୍ରମଣ କରୁଛି ଇରାନ୍। ଦୁବାଇରେ US ଦୂତାବାସକୁ ମିସାଇଲ୍ ଆଟାକ୍। ଆକାଶରେ ଗର୍ଜୁଛି ମିସାଇଲ୍, ଚାରିଆଡ଼େ ଆତଙ୍କ। ଷଷ୍ଠ ଦିନରେ ଭୟଙ୍କର ମହାଯୁଦ୍ଧ। ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଅଭିଯୋଗକୁ ନେଇ ବଢୁଛି ମହାବିନାଶ ଆଶଙ୍କା।
ରକ୍ତମୁଖା ଇରାନ୍ ଟାର୍ଗେଟରେ ଇସ୍ରାଏଲର ସାମରିକ ମୁଖ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଥିବା ଆମେରିକା ଘାଟି। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖ୍ୟ ସାମରିକ ମୁଖ୍ୟାଳୟ କୁହାଯାଉଥିବା ହାକିରିଆ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିବା ଇରାନ୍ ଦାବି କରିଛି।
ଟାର୍ଗେଟରେ ଇରାନର ସରକାରୀ କାର୍ଯ୍ୟାଳୟ, ସେନା ଓ ସୁରକ୍ଷା ସଂସ୍ଥା। ସେପଟେ ଇରାନକୁ ପୁଣି କଡ଼ା ଚେତାବନୀ ଶୁଣାଇଲେ ଆମେରିକା ରାଷ୍ଟ୍ରପତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ପ୍ରଥମ ଦୁଇଟି ପ୍ରହାରରେ ଇରାନ୍ ଏକପ୍ରକାରର ସଫା ହୋଇଯାଇଛି। ତୁରନ୍ତ ପଛକୁ ନ ହଟିଲେ ଆଗକୁ ତୃତୀୟ ଲହର ଆସିବ। ୪ ରୁ ୫ ସପ୍ତାହ ଭିତରେ ଯୁଦ୍ଧ ଶେଷ ହେବ।...
ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ରହିଛି। ଗତ ୪୭ ବର୍ଷ ଧରି ଇରାନ ଆମେରିକା ପାଇଁ ଏକ ବଡ଼ ବିପଦ ହୋଇ ରହିଥିଲା ଏବଂ ସେମାନେ ଆମେରିକୀୟଙ୍କ ଲୋକଙ୍କ ଜୀବନ ନେଉଥିଲେ। ଟ୍ରମ୍ପ ରାଷ୍ଟ୍ରପତି ଓବାମା ଶାସନ କାଳରେ ହୋଇଥିବା ପରମାଣୁ ଚୁକ୍ତିକୁ "ସବୁଠାରୁ ଖରାପ ଡିଲ୍" ବୋଲି ଅଭିହିତ କରିଛନ୍ତି।
ଏଥିସହ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି, ଯଦି "ପାଗଳ ଲୋକଙ୍କ" ପାଖରେ ପରମାଣୁ ଅସ୍ତ୍ର ରହେ, ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ। ବର୍ତ୍ତମାନ ଆମେରିକା ସୁରକ୍ଷିତ ସ୍ଥିତିରେ ଅଛି ଏବଂ ଆଗକୁ ଏହି ଅଭିଯାନ ବଢ଼ିବ।...
ଯୁଦ୍ଧ ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ
ଆମେରିକା ଦୂତାବାସକୁ ଇରାନର ମିସାଇଲ ମାଡ଼
ଇସ୍ରାଏଲ୍ ଉପରେ ବି ପ୍ରଚଣ୍ଡ ହମଲା
ଇରାନ ପରମାଣୁ କେନ୍ଦ୍ର ଉପରେ ଘନଘନ ବୋମାମାଡ଼ !
ଥାର୍ଡ୍ ୱେଭ୍ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/war-2026-03-05-11-33-18.jpg)