Advertisment

US Iran Tensions: ଇରାନ ଅଭିମୁଖେ ଆମେରିକାର ବିରାଟ ଯୁଦ୍ଧ ଜାହାଜ, ଆରମ୍ଭ ହୋଇପାରେ ମହାଯୁଦ୍ଧ

ଇରାନକୁ ମାନଚିତ୍ରରୁ ହଜାଇ ଦେବ ଆମେରିକା। ଇରାନ ଅଭିମୁଖେ ପଠାଇଲା ବିରାଟ ଯୁଦ୍ଧ ଜାହାଜ। କୌଣସି ମୁହୂର୍ତ୍ତରେ ଆରମ୍ଭ ହୋଇପାରେ ମହାଯୁଦ୍ଧ। ଚରମ ସୀମାରେ ପହଞ୍ଚିଲାଣି ଆମେରିକା-ଇରାନ ଉତ୍ତେଜନା।

America-Iran-Attack-PKG
Advertisment

ଇରାନକୁ ମାନଚିତ୍ରରୁ ହଜାଇ ଦେବ ଆମେରିକା। ଇରାନ ଅଭିମୁଖେ ପଠାଇଲା ବିରାଟ ଯୁଦ୍ଧ ଜାହାଜ। କୌଣସି ମୁହୂର୍ତ୍ତରେ ଆରମ୍ଭ ହୋଇପାରେ ମହାଯୁଦ୍ଧ। ଚରମ ସୀମାରେ ପହଞ୍ଚିଲାଣି ଆମେରିକା-ଇରାନ ଉତ୍ତେଜନା। ଭୟଙ୍କର ଯୁଦ୍ଧରେ ମଧ୍ୟପ୍ରାଚ୍ୟ ଜଳିଯିବ ବୋଲି ଦେଖାଦେଲାଣି ଆଶଙ୍କା। କାରଣ ଆମେରିକା ତାର ସବୁଠାର ବଡ଼ ବିମାନ ବାହକ, ୟୁଏସଏସ ଜେରାଲ୍ଡ ଆର. ଫୋର୍ଡକୁ ଏବେ ଇରାନ ଅଭିମୁଖେ ଯିବାକୁ ନିଦ୍ଦେଶ ଦେଇଛି। ଏବେ ଏହି ଯୁଦ୍ଧଜାହାଜଟି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଇରାନ ଯିବ।

Advertisment


ଏକ ରିପୋର୍ଟ ମୁତାବକ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି। ପୂର୍ବରୁ ଆମେରିକା ୟୁଏସଏସ ଆବ୍ରାହମ ଲିଙ୍କନ ବିମାନ ବାହକ କାରେବିଆନ ସାଗରରେ ଉପସ୍ଥିତ ଅଛି। ହେଲେ ବର୍ତ୍ମାନ ୟୁଏସଏସ ଜେରାଲ୍ଡର ଆଗମନ ଏହି ଅଞ୍ଚଳରେ ଆମେରିକାର ସାମରିକ ଶକ୍ତିକୁ ଦ୍ୱିଗୁଣିତ କରିବ। ଟ୍ରମ୍ପ ଫେବୃଆରୀ 10 ତାରିଖରେ ଇଙ୍ଗିତ ଦେଇଥିଲେ ଯେ ସେ ଆଉ ଏକ ବଡ଼ ଯୁଦ୍ଧଜାହାଜ ଇରାନ ଅଭିମୁଖେ ପଠାଇବାକୁ ଚାହୁଁଛନ୍ତି। ଯାହା ସତ ସାବ୍ୟସ୍ତ ହେଇଛି।

ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଚାପ ପ୍ରୟୋଗ କରିଚାଲିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପ୍ରତି ଏକ ବୈଠକ ପରେ, ସେ ସୂଚାଇ ଦେଇଥିଲେ ଯେ ଯଦି ଇରାନ ପରମାଣୁ ଚୁକ୍ତି ସହିତ ଆଗକୁ ନ ବଢ଼େ, ତେବେ ସାମରିକ ବିକଳ୍ପ ବିଚାର କରାଯାଇପାରେ। ସେହିପରି ଇରାନ ମଧ୍ୟ ଆମେରିକାକୁ ଧମକ ଦେବାକୁ ପଛାଇ ନାହିଁ। ବର୍ତ୍ତମାନ ପରମାଣୁ ଚୁକ୍ତିକୁ ନେଇ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲିଛି। କିନ୍ତୁ ଯଦି ଆମେରିକା ଆଗୁଆ ଆକ୍ରମଣ କରେ ତେବେ ଇରାନ ମଧ୍ୟ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବ। ଏହାଛଡ଼ା ହରମୁଜ୍ ପ୍ରଣାଳୀକୁ ବ୍ଲକ କରି ସାରା ବିଶ୍ବର ତୈଳ ପରିବହନକୁ ବନ୍ଦ କରିଦେବାକୁ ମଧ୍ୟ ଧମକ ଦେଇଛି ଇରାନ। ତେଣୁ ଯଦି ଯୁଦ୍ଧ ଆରମ୍ଭ ହୁଏ ବିଧ୍ୱଂସ ସୁନିଶ୍ଚିତ।

Advertisment


ତେବେ ବିଶେଷଜ୍ଞମାନେ ମତ, ଦୁଇଟି ବିମାନ ବାହକଙ୍କ ଉପସ୍ଥିତି ଏକ ସ୍ପଷ୍ଟ ସୂଚକ ଯେ ଆମେରିକା ଏକ ଚାପ ରଣନୀତି ବ୍ୟବହାର କରୁଛି। ଯଦିଓ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, କିନ୍ତୁ ବାସ୍ତବତା ହେଉଛି ଯେ ଏକ ଛୋଟ ଭୁଲ ମଧ୍ୟ ଏକ ବଡ଼ ସଂଘର୍ଷରେ ପରିଣତ ହୋଇପାରେ। ଯାହା ଉପରେ ଏବେ ସାରା ବିଶ୍ବର ନଜର ରହିଛି ।

War Iran Airstrike America Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ