Advertisment

USA: ଟ୍ରମ୍ପଙ୍କୁ ବଡ଼ ଝଟକା: ସରକାରୀ ଫଣ୍ଡିଂ ବନ୍ଦ, ଅନେକ ବିଭାଗ ସଟ୍ ଡାଉନ

ଆମେରିକା ସିନେଟରେ ପାସ୍ କରିପାରିଲେନି ବିଲ୍। ଫଣ୍ଡ ମଞ୍ଜୁର ହୋଇନପାରିବାରୁ ଅନେକ ବିଭାଗ ସଟ୍ ଡାଉନ। ୭ ବର୍ଷ ପରେ ଆମେରିକା ସରକାରରେ ପୁଣି ସଟଡାଉନ୍ ସ୍ଥିତି ସୃଷ୍ଟି ହୋଇଛି।

USA

USA Photograph: (OTV)

Advertisment

ଟ୍ରମ୍ପଙ୍କୁ ବଡ଼ ଝଟକା । ସିନେଟରେ ପାସ କରିପାରିଲେନି ବିଲ୍ । ବିରୋଧୀ ଡେମୋକ୍ରାଟଙ୍କ ବିରୋଧ ଯୋଗୁ ବିଲ୍ ଅଟକି ଯାଇଛି । ଫଳରେ ଆମେରିକା ସରକାରଙ୍କ ବିଭିନ୍ନ ବିଭାଗ ଚଳାଇବା ପାଇଁ ମଞ୍ଜୁର ହୋଇପାରିବନି କୌଣସି ଫଣ୍ଡ । ଆମେରିକା (USA) ରେ ମନ ଇଛା ନିଷ୍ପତ୍ତି ନେଉଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପାନେ ଦେଇଛନ୍ତି ବିରୋଧୀ ଡେମୋକ୍ରାଟ୍ । ଗତ ମଧ୍ୟରାତ୍ରୀରୁ ସରକାରୀ ଫଣ୍ଡିଂ ବନ୍ଦ ହୋଇଯାଇଛି । ୭ ବର୍ଷ ପରେ ଆମେରିକା ସରକାରରେ ସଟଡାଉନ୍ ସ୍ଥିତିରେ ଉପୁଜିଛି । 
ସରକାରଙ୍କ ଜୁରୁରିକାଳୀନ ସଂସ୍ଥା ଚଳାଇବା ପାଇଁ ଆଉ ମିଳିବନି ଫଣ୍ଡ । ଫଳରେ ଆମେରିକାର ୭ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀଙ୍କୁ ସାମୟିକ ଛୁଟିରେ ପଠାଇ ଦିଆଯାଇଛି । ରିପବ୍ଲିକାନ ଫଣ୍ଡିଂ ବିଲ ଅଟକି ଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏହି ବିଲ ଅଟକି ଯିବାରୁ ଆମେରିକାର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବ । ସେନା ଅପରେସନ, ନାସାର କାର୍ଯ୍ୟ ବନ୍ଦ ହୋଇଯିବ ।
ସିନେଟ୍ ଏକ ଷ୍ଟପ୍‌ଗ୍ୟାପ୍ ପାଣ୍ଠି ବିଲ୍‌ ପାସ୍‌ କରିବାରେ ବିଫଳ ହେବା ପରେ ବୁଧବାର ଦିନ ଆମେରିକା ସରକାର ଛଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହାର ଅଧିକାଂଶ କାର୍ଯ୍ୟ ବନ୍ଦ କରିଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେଡେରାଲ୍ କର୍ମଚାରୀଙ୍କୁ ନୂତନ ଛଟେଇ ଧମକ ଦେବାରୁ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା।

Advertisment

ଅଧିକ ଦେଖନ୍ତୁ:

USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ