Iran Photograph: (OTV)
ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଜାହାଜକୁ ଆମେରିକାର ଆଟାକ୍। ୮୭ ମୃତ, ଅନେକ ନିଖୋଜ। ଜାହାଜରେ ମୋଟ ୧୮୦ ଜଣ କ୍ରୁ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଶ୍ରୀଲଙ୍କା ନୌବାହିନୀ ଉଦ୍ଧାର କରିଥିବାବେଳେ ଏଯାଏଁ ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଇରାନୀୟ ନୌସେନା ଜାହାଜ IRIS ଡେନା ଯାଉଥିବା ବେଳେ ଆମେରିକା ଦ୍ବାରା ଆକ୍ରମଣ କରାଯାଇଛି। ଯୁଦ୍ଧ ଜାହାଜକୁ ଆକ୍ରମଣ କରି ବୁଡାଇ ଦେଇଥିବା ଦାବି କରିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍। ଜାହାଜଟି ଭାରତରେ ମିଳିତ ନୌସେନା ସମରାଭ୍ୟାସ ସାରି ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି।
ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାହାଜକୁ ଟର୍ପେଡୋ ଦ୍ୱାରା ବୁଡ଼ାଯାଇଥିବା କୁହାଯାଉଛି। ଶ୍ରୀଲଙ୍କା ସେନା ପକ୍ଷରୁ ଏକାଧିକ ଜାହାଜ ଓ ଏୟାର ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।...
ଇରାନୀୟ ଜାହାଜକୁ ଆଟାକ୍ କଲା ଆମେରିକା
ଶ୍ରୀଲଙ୍କା ଉପକୂଳରେ ଟର୍ପେଡୋ ଦ୍ୱାରା ବୁଡ଼ାଇଲା
ଜାହାଜ ବୁଡ଼ି ୮୭ ଜଣ ମୃତ୍ୟୁ, ସଂଖ୍ୟା ବଢିବା ଆଶଙ୍କା
ଜାହାଜରେ ମୋଟ ୧୮୦ ଜଣ କ୍ରୁ ସଦସ୍ୟ ରହିଥିଲେ
ଆକ୍ରମଣ କରିଥିବା ଆମେରିକା ପ୍ରତିରକ୍ଷା ସଚିବଙ୍କ ଦାବି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/iran-2026-03-05-11-19-00.jpg)