Advertisment

MEA Clarifies: ଆମେରିକା ବ୍ୟବହାର କରୁନି ଭାରତ ବନ୍ଦର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ଭାରତୀୟ ବନ୍ଦରର ବ୍ୟବହାର କରୁନାହିଁ। ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି। OAN ଚ୍ୟାନେଲରେ ପ୍ରସାରିତ କିଛି ଖବରକୁ ନେଇ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ।

MEA

MEA Photograph: (OTV)

Advertisment

ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ଭାରତୀୟ ବନ୍ଦରର ବ୍ୟବହାର କରୁନାହିଁ। ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି। OAN ଚ୍ୟାନେଲରେ ପ୍ରସାରିତ କିଛି ଖବରକୁ ନେଇ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ।

Advertisment

ପୂର୍ବତନ ଆମେରିକୀୟ ସେନାର କର୍ଣ୍ଣେଲ ଡଗଲାସ ମ୍ୟାକଗ୍ରେଗର ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ୱାନ୍ ଆମେରିକା ନ୍ୟୁଜ୍ ନେଟୱର୍କକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ଇରାନ ବିରୁଦ୍ଧରେ ଯୁଦ୍ଧରେ ଆମେରିକା ଭାରତୀୟ ନୌସେନା ଘାଟି ବ୍ୟବହାର କରୁଛି। ଆମେରିକା ସେନାର ସମସ୍ତ ବେସ୍ ଧ୍ୱଂସ ହୋଇଯାଇଛି। ଇରାନ ଉପରେ ଆକ୍ରମଣ ଲାଗି ଭାରତର ବନ୍ଦରର ବ୍ୟବହାର ଖବରକୁ ଭିତ୍ତିହୀନ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ। ପ୍ରକାଶିତ ଖବରକୁ ମିଥ୍ୟା କହିବା ସହ ଏପରି ଭିତ୍ତିହୀନ ଏବଂ କପୋଳକଳ୍ପିତ ମନ୍ତବ୍ୟ ପ୍ରତି ସତର୍କ ରହିବାକୁ କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ।  

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି ଏବଂ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ କହିଛି। ଉତ୍ତେଜନା ବୃଦ୍ଧିକୁ ରୋକିବାକୁ ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ନିବେଦନ କରିଛି। IRIS ନାମକ ଯୁଦ୍ଧଜାହାଜଟି ଭାରତରୁ ଫେରୁଥିବା ବେଳେ ଏହା ଉପରେ ଆକ୍ରମଣ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ଲାଗି କୌଣସି ଆମେରିକୀୟ ବୁଡ଼ାଜାହାଜ ସମୁଦ୍ରରେ ଥିବା ଜାହାଜ ଉପରେ ଆକ୍ରମଣ କରିଛି।....

Advertisment

ଶ୍ରୀଲଙ୍କା ଉପକୂଳରେ ଇରାନ ଜାହାଜ ଉପରେ ଆକ୍ରମଣ ଘଟଣା 

OAN ଚ୍ୟାନେଲରେ ପ୍ରସାରିତ ଖବର ମିଛ: MEA
'ଓ୍ୱାନ୍ ଆମେରିକା ନ୍ୟୁଜ୍ ନେଟଓ୍ୱର୍କରେ ପ୍ରସାରିତ ଖବର ମିଛ'
ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ ଏକ୍ସ ରେ ଦିଆଗଲା ସୂଚନା
ଭାରତର ବନ୍ଦର ବ୍ୟବହାର ଖବର ଭିତ୍ତିହୀନ:MEA
ମିଛ ଓ କପୋଳକଳ୍ପିତ ମନ୍ତବ୍ୟ ପ୍ରତି ସତର୍କ ରହିବାକୁ MEAର ନିବେଦନ
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ

USA MEA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ