Dog Saliva Risk Photograph: (OTV)
ଘରେ କୁକୁର ରଖୁଥିଲେ ସାବଧାନ ! କୁକୁରର ଖେଳ ନେଇପାରେ ଜୀବନ । କୁକୁର ଲାଳରେ ହୋଇପାରେ ମୃତ୍ୟୁ । କୁକୁର ପ୍ରେମୀମାନଙ୍କ ପାଇଁ ଏ ଖବର ନିଶ୍ଚୟ ଚିନ୍ତାଜନକ । କାରଣ ପୂରା କଥା ଜାଣିଲେ, ଅପାଣ ବି ଚମକି ପଡ଼ିବେ ।
ଜଣେ ମହିଳାଙ୍କୁ ତାଙ୍କ ପୋଷାକୁକୁର ଚାଟିଦେବା ଫଳରେ ସେ ସଂପୂର୍ଣ୍ଣ ଅକ୍ଷମ ହୋଇଯାଇଛନ୍ତି । ତାଙ୍କ ଶରୀରର ୪ଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦୁଇ ହାତ ଏବଂ ଦୁଇ ଗୋଡ଼କୁ କାଟିବାକୁ ପଡ଼ିଛି ।
ବ୍ରିଟେନର ଏହି ଘଟଣା । କୁହାଯାଉଛି, ୫୨ ବର୍ଷୀୟ ଜଣେ ମହିଳାଙ୍କୁ ତାଙ୍କ କୁକୁର ଚାଟିବା ଦ୍ୱାରା ସେ ସେପ୍ସିସରେ ପୀଡ଼ିତ ହୋଇଥିଲେ । ଯାହାଫଳରେ ତାଙ୍କୁ ଚାରୋଟି ଅଙ୍ଗ ହରାଇବାକୁ ପଡ଼ିଛି । ପୀଡ଼ିତା ମହିଳା ମନଜିତ୍ ସଂଘା ୮ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ଥିଲେ ।
ଆଉ ତାଙ୍କ ଅସ୍ତ୍ରୋପଚାର ପରେ ସେ ଠିକ୍ ନହେବାରୁ ଶେଷରେ ତାଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ କଟାଯାଇଥିଲା । ଡାକ୍ତରଙ୍କ କହିବା କଥା, ମନଜିତଙ୍କ ଶରୀରରେ ପୂର୍ବରୁ ଛୋଟିଆ ଖଣ୍ଡିଆ ହୋଇଥିଲା । ଯାହାକୁ କୁକୁର ଚାଟିବା ଦ୍ବାରା ସେ ସେପ୍ସିସ ଆଲର୍ଜିରେ ପୀଡ଼ିତ ଥିଲେ । ଶେଷରେ ଏପରି ଘଟଣା ଘଟିଥିଲା ।
NHS ଅନୁଯାୟୀ, ସେପ୍ସିସ୍ ଜୀବନ ପ୍ରତି ବିପଦ । ଏହାକୁ ଚିହ୍ନଟ କରିବା କଷ୍ଟକର । ପ୍ରତିବର୍ଷ ୟୁକେରେ ଶହ ଶହ ଲୋକ ସେପ୍ସିସ୍ ଯୋଗୁ ପ୍ରାଣ ହରାଉଛନ୍ତି । ସେହିପରି CHEST ଜର୍ଣ୍ଣାଲ୍ କହିଛି, କେବଳ ଭାରତରେ ସେପ୍ସିସ୍ ମାମଲା କୋଟିଏ ୩ ଲକ୍ଷ ଥିଲା ।
ସେପ୍ସିସକୁ ନେଇ ଡାକ୍ତରମାନେ କହିଛନ୍ତି, କୁକୁରଙ୍କ ଲାଳରେ କ୍ୟାପନୋସାଇଟୋଫାଗା ଭଳି ଜୀବାଣୁ ଥା’ନ୍ତି । କୌଣସି ସୁସ୍ଥ ବ୍ୟକ୍ତିଙ୍କୁ କୁକୁର ଚାଟିବା ଦ୍ବାରା ବିଶେଷ କିଛି କ୍ଷତି ଘଟିନଥାଏ । ହେଲେ କୁକୁରର ଲାଳ ଯଦି ଯେକୌଣସି ବ୍ୟକ୍ତି କ୍ଷତରେ ଲାଗେ ତା’ ବିପଦ । ବିଶେଷ କରି ଡାଇବେଟିସ୍, କିଡନୀ ରୋଗୀ ମାନଙ୍କୁ ଏହା ଗୁରୁତର ଭାବେ ବିପଦରେ ପକାଇ ପାରେ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/dog-saliva-risk-2026-02-27-15-09-49.jpg)