Advertisment

Typhoon 'Ragasa': ‘ରାଗାସା’ର ତାଣ୍ଡବରେ ଛାରଖାର ଫିଲିପାଇନ୍ସ, ମହାବାତ୍ୟାଠୁ ଆହୁରି ଭୟଙ୍କର

ଫିଲିପାଇନ୍ସରେ ତାଣ୍ଡବ ରଚିଛି 'ରାଗାସା'। ବାତ୍ୟାର ପ୍ରଭାବ ଏତେ ଯେ, ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିଛି। ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

Philippines-Super-Typhoon

ରାଗାସା Photograph: (OTV)

Advertisment

୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର ! ସୁ ସୁ ଗର୍ଜନ କରୁଛି ପବନ ! ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ସବୁକିଛି ! ପୂରା ଫିଲିପାଇନ୍ସ ଯେମିତି ଜୀବନ ମରଣ ସହସଂଘର୍ଷ କରୁଛି । ଶକ୍ତିଶାଳୀ ବାତ୍ୟା 'ରାଗାସା'ର ତାଣ୍ଡବରେ ସବୁ କିଛି ଏବେ ଛାରଖାର । 'ରାଗାସା'ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ପବନର ବେଗ ଏତେ ଥିଲା ଯେ, ମଣିଷ ଉଡ଼ିଯିବା ଭଳି । ତେଣୁ ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।
ଫିଲିପାଇନ୍ସରେ 'ରାଗାସା'ର ତାଣ୍ଡବ ନେଇ ପୂର୍ବରୁ ସୁଚନା ଦେଇଥିଲା ପାଣିପାଗ ବିଭାଗ । ମହାବାତ୍ୟାକୁ ନେଇ ଲୋକଙ୍କୁ ସତର୍କ କରାଯାଇଥିଲା । ତଥାପି ବାତ୍ୟାର କରାଳ ରୂପରେ ସବୁ କିଛି ଧ୍ବଂସ ହୋଇଯାଇଛି । ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି, ଘରଦ୍ବାର ଭାଙ୍ଗି ମାଟିରେ ମିଶିଛି । ବାତ୍ୟା 'ରାଗାସା'ର ପ୍ରଭାବ କେବଳ ଫିଲିପାଇନ୍ସ ନୁହେଁ, ଫିଲିପାଇନ୍ସ ବ୍ୟତୀତ ହଂକଂ, ତାଇୱାନ୍ ଏବଂ ଚୀନ୍ ଉପରେ ମଧ୍ୟ ପଡ଼ିଛି । ଫଳରେ ତାଇୱାନ ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରାଯାଇଛି । ଆଗାମୀ ୩୬ ଘଣ୍ଟା ପାଇଁ ହଂକଂ ବିମାନବନ୍ଦରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରାଯାଇଛି । ଖାଲିସେତିକି ନୁହେଁ, ଭୟଙ୍କର ବାତ୍ୟା 'ରାଗାସା' ପାଇଁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ବନ୍ଦ କରିଛନ୍ତି ସରକାର  ।
କେବଳ ଚୀନର ସନଜେନ ସହରରୁ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରୁ ପ୍ରାୟ ୩୦୦ ଲୋକଙ୍କୁ ଅନ୍ୟତ୍ର କରିଥିଲା ପ୍ରଶାସନ । ଝୁହାଇ ଏବଂ ଜିଆଙ୍ଗମେନରେ ସ୍କୁଲ ସମେତ କାମ, କାରଖାନା, ବସ୍ ଏବଂ ଦୋକାନ ବନ୍ଦ ରହିଛି । ତାଇୱାନରେ ମଧ୍ୟ ସମସ୍ତ ସେବା ବନ୍ଦ କରାଯାଇଛି । ବନ୍ୟା ଏବଂ ଝଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଫିଲିପାଇନ୍ସରେ ବାତ୍ୟା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏଠି ତାଣ୍ଡବ ରଚିଛି ବଡ଼ ବଡ଼ ବାତ୍ୟା । ସବୁ କିଛି ମାଟିରେ ମିଛି । ସବୁ କିଛି ଦୋହଲିଯାଇଛି, ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଛି ମଣିଷ ।

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ: 

Philippines Super Typhoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ