Advertisment

Navy Aircraft Crash: ଦୁର୍ଘଟଣା ନା ଆକ୍ରମଣ ? ଚୀନ୍ ସାଗରରେ ଖସିଲା ଆମେରିକା ଲଢ଼ୁଆ ବିମାନ

ଚୀନ୍ ସାଗରରେ ଖସିଲା ଆମେରିକା ଲଢ଼ୁଆ ବିମାନ । ୩୦ ମିନିଟ୍ ବ୍ୟବଧାନରେ ଟ୍ରମ୍ପଙ୍କ ନୌସେନା ଜେଟ୍ ଦୁର୍ଘଟଣା । ପ୍ରଥମେ ସମୁଦ୍ରରେ ବୁଡ଼ିଲା ହେଲିକପ୍ଟର । ପରେ ପୁଣି ସମୁଦ୍ର ଟାଣିନେଲା ନୌସେନାର ଜେଟ୍ ।

US-Navy-helicopter-and-jet-crash-in-South-China-Sea

US-Navy-helicopter-and-jet-crash-in-South-China-Sea Photograph: (OTV)

Advertisment

ଚୀନ୍ ସାଗରରେ ଖସିଲା ଆମେରିକା ଲଢ଼ୁଆ ବିମାନ । ୩୦ ମିନିଟ୍ ବ୍ୟବଧାନରେ ଟ୍ରମ୍ପଙ୍କ ନୌସେନା ଜେଟ୍ ଦୁର୍ଘଟଣା । ପ୍ରଥମେ ସମୁଦ୍ରରେ ବୁଡ଼ିଲା ହେଲିକପ୍ଟର । ପରେ ପୁଣି ସମୁଦ୍ର ଟାଣିନେଲା ନୌସେନାର ଜେଟ୍ । ରବିବାର ଦିନ ଚୀନ ସାଗରରେ ଆମେରିକାର ଦୁଇ ଦୁଇଟି ବିମାନ ଦୁର୍ଘଟଣାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ଚୀନ ସାଗରରେ ଏହି ଆମେରିକା ବିମାନ ଦୁର୍ଘଟଣା ହେବା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପଲଟିଛି । 

Advertisment

ପ୍ରଥମେ MH-60R C ହକ୍ ହେଲିକପ୍ଟର ଦକ୍ଷିଣ ଚୀନ୍ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ ଏହି ଦୁର୍ଘଟଣାର ୩୦ ମିନିଟ୍ ପୂରିଛି କି ନାହିଁ ବୋଇଂ F/A-18F ସୁପର ହର୍ନେଟ୍ ଲଢ଼ୁଆ ବିମାନ ସେହି ସମାନ ଦକ୍ଷିଣ ଚୀନ୍ ସାଗରରେ ପୁଣି ଖସିପଡ଼ିଥିଲା । ହେଲେ କିଛି ସମୟ ପରେ ଏହି ଖବର ପାଇ ଦୁଇ ବିମାନରେ ଥିବା କ୍ରୁ ମେମ୍ବର ମାନଙ୍କୁ ସରକ୍ଷିତ ଭାବେ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇଥିଲା । 

ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ବିମାନ ଦୁର୍ଘଟଣା ପୂର୍ବରୁ ମଧ୍ୟ ହୋଇଛି । ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ସମୟରେ ବିମାନବାହୀ ଜାହାଜ USS ହ୍ୟାରି ଏସ୍. ଟ୍ରୁମ୍ୟାନରୁ ଦୁଇଟି ଆମେରିକୀୟ ନୌସେନାର ଯୁଦ୍ଧବିମାନ ହଜିଯାଇଥିଲା । ମେ’ ମାସରେ FA-18F ସୁପର ହର୍ନେଟ୍ ବିଫଳ ଅବତରଣ ଫଳରେ ସମୁଦ୍ରରେ ଖସି ପଡ଼ିଥିଲା । ଯାହାର ରିପିଟ୍ ପୁଣି ଥରେ ଗତ ରବିବାର ଦିନ ଘଟିଛି । ହେଲେ ଏହି ଦୁର୍ଘଟଣା କିପରି ଘଟିଲା ? ଦୁର୍ଘଟଣା ପଛର କାରଣ କ’ଣ ? ସେନେଇ କିଛି ଜଣାପଡ଼ିନାହିଁ । 

Advertisment

ସବୁଠାରୁ ବଡ଼ କଥା ହେଉଛି, ଆମେରିକୀୟ ନୌସେନା କହିଛି ଯେ ପ୍ରଥମ ଦୁର୍ଘଟଣାରେ, ହେଲିକପ୍ଟରରେ ଥିବା ସମସ୍ତ ତିନି ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେହିଭଳି ଦ୍ୱିତୀୟ ଦୁର୍ଘଟଣାରେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ରେସ୍କ୍ୟୁ କରାଯାଇଛି । ସମସ୍ତ କର୍ମଚାରୀ ସୁରକ୍ଷିତ ଏବଂ ଭଲରେ ଥିବା ନୌସେନା କହିଛି। କିନ୍ତୁ ଦୁର୍ଘଟଣାର କାରଣ ସଠିକ୍ ଭାବେ ଜଣାପଡିନଥିବାରୁ ଆମେରିକାର  CVN-68 ବର୍ତ୍ତମାନ ଦକ୍ଷିଣ ଚୀନ ସାଗରରେ ନିୟୋଜିତ ରହିଛି । ସବୁ ଦିଗକୁ ଅନୁଧ୍ୟାନ କରି ଦୁର୍ଘଟଣାର କାରଣ ଖୋଜୁଛି । ଆମେରିକୀୟ ନୌସେନା ବି କହିଛି ଦୁଇଟି ଯାକ ଦୁର୍ଘଟଣାର ତଦନ୍ତା ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ