Advertisment

Trumps New Visa Rule: ମେଦ ବହୁଳତା ଓ ହୃଦରୋଗ ଥିଲେ ମିଳିବନି ଭିସା , ପୁଣି ଅଜବ ନିୟମ ଆଣିଲେ ଡୋନାଲ୍ଡ ଟ୍ରମ୍ପ

ଆପଣଙ୍କୁ ଡାଇବେଟିସ୍ ଓ ମେଦବହୁଳତା ଅଛି କି ? ଆଉ ଆପଣ ଆମେରିକା ଯିବାକୁ ଚାହୁଁଛନ୍ତି ? ତେବେ ଏଇ ସ୍ବପ୍ନ ଆପଣଙ୍କ ଭାଙ୍ଗିବାକୁ ଯାଉଛି। କାରଣ ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା ଏବଂ ହୃଦରୋଗ ଥାଏ, ତାହାଲେ ସେମାନଙ୍କୁ ଆଉ ଭିସା ମିଳିବ ନାହିଁ।

US-New-Grounds-To-Deny-Visas

US-New-Grounds-To-Deny-Visas Photograph: (OTV)

Advertisment

ଆପଣଙ୍କୁ ଡାଇବେଟିସ୍ ଓ ମେଦବହୁଳତା ଅଛି କି ? ଆଉ ଆପଣ ଆମେରିକା ଯିବାକୁ ଚାହୁଁଛନ୍ତି ? ତେବେ ଏଇ ସ୍ବପ୍ନ ଆପଣଙ୍କ ଭାଙ୍ଗିବାକୁ ଯାଉଛି। କାରଣ ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା ଏବଂ ହୃଦରୋଗ ଥାଏ, ତାହାଲେ ସେମାନଙ୍କୁ ଆଉ ଭିସା ମିଳିବ ନାହିଁ। ଭିସା ପାଇଁ ସେମାନେ କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶାବଳୀରେ ଏହା ଉଲ୍ଳେଖ କରାଯାଇଛି।

Advertisment

ହ୍ବାଇଟ୍ ହାଉସ୍ ପକ୍ଷରୁ ଏହି ନିର୍ଦ୍ଦେଶାନାମାକୁ ବିଭିନ୍ନ ଦୂତାବାସ ଏବଂ କନସୁଲାର୍ ଅଫିସକୁ ପଠାଯାଇଛି। ଭିସା ଆବେଦନ କରୁଥିବା ଆବେଦନକାରୀଙ୍କ ସ୍ବାସ୍ଥ୍ୟକୁ ବିଚାରକୁ ନେଇ ଭିସା ମଞ୍ଚୁର କରିବାକୁ ନିର୍ଦ୍ଦେଶ ରହିଛି। ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଏହି ସମସ୍ୟା ଥିବା ଲୋକମାନେ ଆମେରିକାକୁ ଆସିଲେ ଆମେରିକୀୟ ସମ୍ବଳକୁ ନଷ୍ଟ କରିପାରନ୍ତି। ଏପରିକି ଆବେଦନକାରୀମାନେ ହୃଦ୍‌ରୋଗ, ଶ୍ୱାସକ୍ରିୟା ରୋଗ, କର୍କଟ, ମଧୁମେହ, ମେଟାବୋଲିକ୍ ରୋଗ, ସ୍ନାୟୁ ରୋଗ ପାଇଁ ଚିକିତ୍ସା ପାଇଁ ଦେୟ ଦେବାକୁ ସକ୍ଷମ କି ନାହିଁ ତାହା ମୂଲ୍ୟାଙ୍କନ କରିବାକୁ ଭିସା ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଭିସା ଅଧିକାରୀମାନଙ୍କୁ ଆବେଦନକାରୀଙ୍କ ପରିବାରର ସଦସ୍ୟ ଯେପରିକି ପିଲା କିମ୍ବା ବୃଦ୍ଧ ପିତାମାତାଙ୍କ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

ଅନେକ ଆଇନଗତ ବିଶେଷଜ୍ଞ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଭିସା ଅଧିକାରୀମାନେ ଚିକିତ୍ସା ବିଶେଷଜ୍ଞ ନୁହଁନ୍ତି, ତଥାପି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ମୂଲ୍ୟାୟନ କରିବାର ଅଧିକାର ଦିଆଯାଉଛି। ଟ୍ରମ୍ପ ପ୍ରଶାସନ ପୂର୍ବରୁ ଶରଣାର୍ଥୀଙ୍କୁ ସୀମିତ କରିବା ଏବଂ ଆଇନଗତ ପ୍ରବାସନକୁ ହ୍ରାସ କରିବା ଭଳି ପଦକ୍ଷେପ ନେଇସାରିଛନ୍ତି। ଆଉ ଏହି ନୂତନ ନିୟମ ଏବେ କେବଳ ପ୍ରବାସନକୁ ଅଧିକ କଷ୍ଟକର କରିବ ନାହିଁ ବରଂ ଆବେଦନକାରୀଙ୍କ ପାଇଁ ଆମେରିକୀୟ ସ୍ୱପ୍ନକୁ ଆହୁରି ଦୂର କରିବ ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ