Accident Photograph: (OTV)
ମକ୍କାରୁ ମଦିନାକୁ ଯାଉଥିବା ହଜ୍ ଯାତ୍ରୀବାହୀ ବସ ଏକ ଡିଜେଲ୍ ଟ୍ୟାଙ୍କର ସହ ଧକ୍କା ହେବାରୁ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ, ବିଶେଷକରି ତେଲେଙ୍ଗାନାର ହାଇଦ୍ରାବାଦରୁ ଥିବା ସନ୍ଦେହ କରାଯାଉଛି।
ରାତି ପ୍ରାୟ୧.୩୦ରେ ମୁଫ୍ରିହାତ୍ ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ବସରେ ଥିବା ଯାତ୍ରୀମାନେ ଶୋଇଥିବା ସମୟରେ ଧକ୍କା ଲାଗିଥିବାରୁ କେହି ବାହାରିବାକୁ ସମୟ ପାଇନଥିଲେ। ଧକ୍କା ପରେ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା
ପ୍ରାଥମିକ ସୂଚନାରୁ ଜଣାପଡୁଛି କି,୨୦ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ସନ୍ଦେହ କରାଯାଉଛି । ଅଧିକାଂଶ ତୀର୍ଥଯାତ୍ରୀ ତେଲେଙ୍ଗାନାର ବାସିନ୍ଦା । ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ରିୟାଦ୍ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି। ରେସିଡେଣ୍ଟ କମିଶନରଙ୍କୁ ତେଲେଙ୍ଗାନାରୁ କେତେଜଣ ମୃତ ଓ ଆହତ ହୋଇଛନ୍ତି ତାର ସଠିକ ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି। ସେପଟେ ରାଜ୍ୟ ସଚିବାଳୟରେ ଏକ ନିୟନ୍ତ୍ରଣ କକ୍ଷ ବି ଖୋଲାଯାଇଛି।
ରିୟାଦ୍ରେ ଥିବା ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ୍ ଅବୁ ମାଥେନ୍ ଜର୍ଜଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱୈସି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/accident-2025-11-17-16-51-39.jpg)