Advertisment

Pakistan After War: ଟମାଟୋ କିଲୋ ୬୦୦ ଟଙ୍କା , ଦାମ୍ ଶୁଣି ମୁଣ୍ଡ ଘୂରିଯାଉଛି କି ?

୬୦୦ ଟଙ୍କା ହେଲା ଟମାଟୋ କିଲୋ । କିଣିବା ତ ଦୂରର କଥା ଟମାଟୋକୁ ଛୁଇଁବା ବି ଏବେ ପାକିସ୍ତାନବାସୀଙ୍କ ପାଇଁ ମୁସ୍କିଲ । ୫ ଗୁଣା ବଢିଛି ଟମୋଟୋ ରେଟ୍ ।  ଅର୍ଥାତ୍ ଆପଣ ଏଠି କିଲେ ଟମାଟୋ ରେଟ୍‌ରେ ୨ କେଜିରୁ ଅଧିକ କିଣିପାରିବେ ଚିକେନ୍ ।

Tomato-KG-600-in-Pakistan

Tomato-KG-600-in-Pakistan Photograph: (OTV)

Advertisment

ଟମାଟୋ କିଲୋ ୬୦୦ ଟଙ୍କା । ଦାମ୍ ଶୁଣି ମୁଣ୍ଡ ଘୂରିଯାଉଛି କି । ଏହି ରେଟ୍ ଆମ ଦେଶରେ ନୁହେଁ, ପଡୋଶୀ ପାକିସ୍ତାନରେ ୬୦୦ ଟଙ୍କା ହୋଇଛି ଟମାଟୋ କିଲୋ ।  କାଙ୍ଗାଳ ପଡୋଶୀ ! ଆକାଶ ଛୁଆଁ ପରିବା ଭାଉ । ଦରଦାମ୍ ମାଡରେ ଘାଇଲା ପାକିସ୍ତାନ । ଯୁଦ୍ଧ କଲେ ସରକାର, ଭୋଗୁଛନ୍ତି ପାକିସ୍ତାନୀ।

Advertisment

୬୦୦ ଟଙ୍କା ହେଲା ଟମାଟୋ କିଲୋ । କିଣିବା ତ ଦୂରର କଥା ଟମାଟୋକୁ ଛୁଇଁବା ବି ଏବେ ପାକିସ୍ତାନବାସୀଙ୍କ ପାଇଁ ମୁସ୍କିଲ । ୫ ଗୁଣା ବଢିଛି ଟମୋଟୋ ରେଟ୍ ।  ଅର୍ଥାତ୍ ଆପଣ ଏଠି କିଲେ ଟମାଟୋ ରେଟ୍‌ରେ ୨ କେଜିରୁ ଅଧିକ କିଣିପାରିବେ ଚିକେନ୍ । ଟମାଟୋ ଭଳି ସାଧାରଣ ପରିବା ଏବେ ବିଳାସପୂର୍ଣ୍ଣ ସାମଗ୍ରୀ ଭଳି ବିକ୍ରି ହେଉଛି ପାକିସ୍ତାନରେ । ଆଉ ଏହି ଦରଦାମ୍‌ କଲବଲ କରୁଛି ପାକିସ୍ତାନୀଙ୍କୁ ।

କିଛି ଦିନ ତଳେ ପାକିସ୍ତାନରେ ଟମାଟୋ କିଲୋ ୫୦ରୁ ୧୦୦ ଟଙ୍କା ଥିଲା । ଏବେ କେଜି ପିଛା ଦାମ୍ ୬୦୦ ଟଙ୍କା । ସାଧାରଣ ଦରଠୁ ଏକାଥରେ ୪୦୦ ପ୍ରତିଶତ ବଢିଯାଇଛି ଟମାଟୋ ଦର । ଏହାର ମୁଖ୍ୟ କାରଣ ହେଉଛି ଆଫଗାନିସ୍ତାନ ସହ ଯୁଦ୍ଧ । 

Advertisment

ଦୁଇ ଦେଶର ସଂଘର୍ଷ ପରଠୁ ଆଫଗାନ ସହ ସବୁ ଟ୍ରେଡ୍ ରୁଟ୍ ବନ୍ଦ କରିଦେଇଛି ପାକିସ୍ତାନ । ଟୋର୍କହମ୍ ଓ ଚମନ ବର୍ଡର କ୍ରସିଂ ବନ୍ଦ ହୋଇଛି । ଫଳରେ ଆଉ ଆଫଗାନିସ୍ତାନରୁ ପାକିସ୍ତାନକୁ ଆସିପାରୁନି ଟମୋଟୋ । ଆଫଗାନିସ୍ତାନରୁ ଆସୁଥିବା ହଜାର ହଜାର ଟମାଟୋ ଓ ଅନ୍ୟାନ୍ୟ ପରିବା ବୋଝେଇ ଟ୍ରକ ଅଟକି ରହିଛି ବର୍ଡରରେ । ପ୍ରାୟ ୫୦୦୦ କଣ୍ଟେନର ଅଟକି ରହିଥିବାରୁ ପାକିସ୍ତାନ ବଜାରରେ ପହଞ୍ଚି ପାରୁନି ମାଲ୍ । କରାଚି, ଲାହୋର ଓ ଇସଲାମବାଦରେ ସପ୍ଲାଏ ଚେନ୍ ଠପ୍ ପଡିଛି  । 

ଏହାସହ ଖୈବର ପଖତୁନଖ୍ୱା, ବଲୁଚିସ୍ତାନ ଓ ସିନ୍ଧରେ ଖରାପ ପାଗ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବାରୁ ବଢିଛି ଦରଦାମ୍ । ଯାହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ପାକିସ୍ତାନୀଙ୍କ ପାଇଁ । ହେଲେ ଏହାପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ଶେହବାଜ ସରିଫ୍ ସରକାର । ଲୋକଙ୍କ କଥା ଭାବୁନାହାନ୍ତି କି କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଦରଦାମ ବୃଦ୍ଧିରେ ଆଉଟୁପାଉଟୁ ହେଉଛନ୍ତି ପାକିସ୍ତାନବାସୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ