Advertisment

No Work on Sundays: ଏମିତି ଏକ ଦେଶ, ଯେଉଁଠି ରବିବାର ଦିନ କାମ କରିବା ଦଣ୍ଡନୀୟ ଅପରାଧ

ରବିବାର କାମ କରୁଥିବା ସମୟରେ ଧରାପଡ଼ିଲେ ଜୋରିମାନା ସହ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ । ରବିବାର କରାଯାଇଥିବା କୌଣସି ବି ପ୍ରକାର ବ୍ୟବସାୟ, କିଣାବିକା, ଚୁକ୍ତି ଓ ଅନୁବନ୍ଧ ଆପେ ଆପେ ଅସିଦ୍ଧ ହୋଇଥାଏ ।

Sunday

Sunday Photograph: (OTV)

Advertisment

ବିଶ୍ୱର ଅଧିକାଂଶ ସ୍ଥାନରେ ରବିବାରକୁ ସପ୍ତାହାନ୍ତ ବା ଛୁଟି ଦିନ ଭାବରେ ବିବେଚନା କରାଯାଏ। ସପ୍ତାହର ୬ ଦିନ ଅକ୍ଳାନ୍ତ ପରିଶ୍ରମ କରି ପରିବାରର ପେଟ ପୋଷୁଥିବା ଲୋକେ ଏହି ଦିନକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରି ରହିଥାଆନ୍ତି । ରବିବାରରେ କିଏ ଘରର କାମ କରେ ତ କିଏ ପୁଣି ଆପଣାର ଲୋକଙ୍କ ସହିତ ସମୟ ବିତାଏ ଆଉ କିଛି ସାଙ୍ଗସାଥୀଙ୍କ ସହିତ ମଉଜ ମଜଲିସ କରନ୍ତି । ଅନ୍ୟପକ୍ଷରେ କିଛି ବିଭାଗରେ କର୍ମଚାରୀଙ୍କୁ ରବିବାର ଛୁଟି ମିଳେନାହିଁ । ସପ୍ତାହର ଗୋଟିଏ ଦିନ ବାଛି ସେମାନଙ୍କୁ ଛୁଟି ଦେବାର ବ୍ୟବସ୍ଥା ଥାଏ ।

Advertisment

ହେଲେ ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଏପରି ଗୋଟିଏ ଦେଶ ଅଛି, ଯେଉଁଠାରେ ରବିବାର କାମ କରିବା କେବଳ ନିଷେଧ ନୁହେଁ ବରଂ ସମ୍ପୂର୍ଣ୍ଣ ବେଆଇନ। ଟୋଙ୍ଗା ଦେଶରେ ଏପରି ଏକ ନିୟମ ରହିଛି । ଏହି ଛୋଟ ଦ୍ୱୀପ ଦେଶରେ ସାମ୍ବିଧାନିକ ଆଇନ ଅନୁସାରେ ରବିବାରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିନ ଭାବରେ ସ୍ୱୀକୃତି ଦିଆଯାଇଛି । ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଆଇନଗତ ପରିଣାମର ସମ୍ମୁଖୀନ ହେବାକୁ ପଡ଼େ ।

ରବିବାର ସମ୍ପୂର୍ଣ୍ଣ ବନ୍ଦ

ଟୋଙ୍ଗା ବିଶ୍ୱର ଏକମାତ୍ର ଦେଶ, ଯାହା ଆଇନଗତ ଭାବରେ ରବିବାର ବନ୍ଦକୁ ବାଧ୍ୟତାମୂଳକ କରିଛି । ଏହି ନିୟମ କେବଳ ସରକାରୀ ନୀତି ଉପରେ ଆଧାରିତ ନୁହେଁ ବରଂ ଦେଶର ସମ୍ବିଧାନରେ ମଧ୍ୟ ସିଧାସଳଖ ଅନ୍ତର୍ଭୁକ୍ତ। ରବିବାରକୁ ଆନୁଷ୍ଠାନିକ ଭାବରେ ଏକ ପବିତ୍ର ଶବ୍ଦ ଭାବରେ ସ୍ୱୀକୃତି ଦିଆଯାଇଛି। ଟୋଙ୍ଗାର ସମ୍ବିଧାନର ଧାରା ୬ ଅନୁଯାୟୀ, କୌଣସି ବ୍ୟକ୍ତି ରବିବାର ଦିନ ବାଣିଜ୍ୟ, ବ୍ୟବସାୟ କିମ୍ବା ବୃତ୍ତିଗତ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ନାହିଁ।

Advertisment

କେଉଁଥି ପାଇଁ ପ୍ରତିବନ୍ଧକ ?

ରବିବାର ଦିନ ଏଠାରେ ସମସ୍ତ ବ୍ୟବସାୟିକ ଗତିବିଧି, ଶାରୀରିକ ଶ୍ରମ ଓ ପେସାଦାର କାମରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଦିନ ବଜାର ବନ୍ଦ ରହିବା ସହ ନିର୍ମାଣ କାମ ମଧ୍ୟ ହୁଏନାହିଁ । କେବଳ ଏତିକି ନୁହେଁ ଛୋଟ ଦୋକାନୀ କିମ୍ବା ଶ୍ରମିକଙ୍କୁ ମଧ୍ୟ ଏହି ଦିନ କାମ କରିବାର ଅନୁମତି ନାହିଁ । ଆଶ୍ଚର୍ଯ୍ୟକର କଥା ହେଲା ରବିବାର ଦିନ ଏ ଦେଶରେ ବିମାନ ବନ୍ଦର ଓ ବିମାନ ଚଳାଚଳ ବନ୍ଦ ରୁହେ । ଏଠାକୁ ରବିବାର ବିମାନ ଆସେନାହିଁ କି ଯାଏ ନାହିଁ । ଏହା ସହ ବାଣିଜ୍ୟ କାରବାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହେ ।

ଆଇନ ଅମାନ୍ୟ କଲେ କଡ଼ା ଦଣ୍ଡ

ଟାଙ୍ଗୋରେ ରବିବାର ଆଇନ ଉଲ୍ଲଂଘନକୁ ବଡ଼ ଅପରାଧ ବିବେଚନା କରାଯାଏ । ରବିବାର ସର୍ବସାଧାରଣରେ କାମ କରୁଥିବା ସମୟରେ ଧରାପଡ଼ିଲେ ଜୋରିମାନା ସହ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ । ଏଥିପାଇଁ ଅଧିକାରୀମାନେ ବିଶେଷ ଧ୍ୟାନ ମଧ୍ୟ ଦିଅନ୍ତି । ଅନ୍ୟପକ୍ଷରେ ରବିବାର କରାଯାଇଥିବା କୌଣସି ବି ପ୍ରକାର ବ୍ୟବସାୟ, କିଣାବିକା, ଚୁକ୍ତି ଓ ଅନୁବନ୍ଧ ଆପେଆପେ ଅସିଦ୍ଧ ହୋଇଥାଏ ।
ଅନ୍ୟପକ୍ଷରେ ଏହି ଦିନ ବନ୍ଦ ସତ୍ତ୍ୱେ ହସ୍ପିଟାଲ, ପୋଲିସ ଓ ଏମରଜେନ୍ସି ସର୍ଭିସ ପରି ଜରୁରୀ ସେବା ପାଇଁ ସମ୍ପୂର୍ଣ୍ଣ ଅନୁମତି ରହିଛି । କିଛି ଟୁରିଷ୍ଟ ହୋଟେଲ ସରକାରୀ ଅନୁମତିରେ ଚାଲିପାରିବ । ଏହି ହୋଟେଲଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କ ସେବା ପାଇଁ ଚାଲିପାରିିବ । 

Advertisment
Sundays
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ