Afganistan-Execution-in-stadium Photograph: (OTV)
ଆଫଗାନିସ୍ତାନରେ ଜଣେ ହତ୍ୟା ଅପରାଧିକୁ ଏମିତି ମୃତ୍ୟୁଦଣ୍ଡ ମିଳିଛି ଯାହାକୁ କେହି କେବେ ଦେଖିନଥିବେ । ଏକ ଷ୍ଟାଡିୟମ ଭିତରେ ହୋଇଥିଲା ମୃତ୍ୟୁଦଣ୍ଡର ବ୍ୟବସ୍ଥା । ରୁଣ୍ଡ ହୋଇଥିଲେ ୮୦ ହଜାର ଲୋକ । ଆଉ ସର୍ବସମ୍ମୁଖରେ ଅପରାଧିକୁ ଗୁଳି କରି ମୃତ୍ୟୁଦଣ୍ଡ ଦେଇଥିଲା ଜଣେ ୧୩ ବର୍ଷର ପିଲା ।
ମୃତ ଅପରାଧୀର ନାଁ ମଙ୍ଗଲ । ସେ ଗୋଟିଏ ପରିବାରର ୧୩ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ତା’କୁ ଆଫଗାନ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ମୃତ୍ୟୁଦଣ୍ଡକୁ ସର୍ବସମ୍ମୁଖରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ତାଲିବାନର ସୁପ୍ରିମ ଲିଡର । ତାଙ୍କ ଅନୁମତି ପରେ ମଙ୍ଗଳବାର ଖୋସ୍ତ ଷ୍ଟାଡିୟମ ଭିତରେ କାର୍ଯ୍ୟକାରୀ ହୋଇଥିଲା ମୃତ୍ୟୁଦଣ୍ଡ । ପୀଡିତ ପରିବାରର ଜଣେ ୧୩ ବର୍ଷର ପିଲାକୁ ଗୁଳି କରିବାକୁ କୁହାଯାଇଥିଲା । ସର୍ବସମ୍ମୁଖରେ ଅପରାଧୀକୁ ୫ ରାଉଣ୍ଡ ଗୁଳି କରିଥିଲା ପିଲାଟି । ଯାହାର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।
ଏପରି ମୃତ୍ୟୁଦଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ମିଳିତ ଜାତିସଂଘର ରିଚାର୍ଡ ବେନ୍ନେଟ ଏହାକୁ ଅମାବୀୟ ଓ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି କହିଛନ୍ତି । ୨୦୨୧ରେ ଆଫଗାନିସ୍ତାରେ ତାଲିବାନୀ ଶାସନ ପରଠୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିସାରିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/afganistan-execution-in-stadium-2025-12-04-08-26-23.jpg)