Advertisment

Taliban Parade: ଛକରେ ଝୁଲିଲା ପାକିସ୍ତାନର ଇଜ୍ଜତ୍ , ଦଶା ଏମିତି...ମୁଣ୍ଡ ପିଟୁଛନ୍ତି ମୁନୀର !

କେଉଁଠି ତାଲିବାନ ପାକିସ୍ତାନ ଟ୍ୟାଙ୍କ କବ୍‌ଜା କରିଛି ତ ଆଉ କେଉଁଠି ପାକ୍ ସେନାର ପ୍ୟାଣ୍ଟ ଧରି ପ୍ରଦର୍ଶନୀ କରୁଥିବା ଦେଖାଯାଇଛି ଭିଡିଓରେ । ବିଜୟର ପ୍ରତୀକ ଭାବେ ପାକ୍ ସୈନିକଙ୍କ ପ୍ୟାଣ୍ଟ ଦେଖାଉଛି ତାଲିବାନ ।

Pakistan-pants-in-Afgan

Pakistan-pants-in-Afgan Photograph: (OTV)

Advertisment

ଖୋଲିଲା ପ୍ୟାଣ୍ଟ, ଗଲା ଇଜ୍ଜତ୍... । ନିଲାମ ହେଲା ପାକ୍ ସୈନିକଙ୍କ ପ୍ୟାଣ୍ଟ, ଜୋତା । ଛକ ଛକରେ ପାକିସ୍ତାନୀ ସେନାର ପ୍ୟାଣ୍ଟ ଟାଙ୍ଗି ଚାଲିଛି ପରେଡ । ଲୋକେ ରୁଣ୍ଡ ହେଉଛନ୍ତି, ପାକିସ୍ତାନକୁ ଥଟ୍ଟା କରୁଛନ୍ତି । ଆଫଗାନିସ୍ତାନ ସହ ସଂଘର୍ଷ ପରେ ସାରା ବିଶ୍ୱ ଆଗରେ ଏପରି ଲୋକହସା ଆଉ ଅପମାନିତ ହୋଇଛି ପାକିସ୍ତାନ । ଲାଜରେ ଲୁଚାଇଛି ମୁହଁ । 

Advertisment

ପାକିସ୍ତାନ ଓ ଆଫଗାନ ମଧ୍ୟରେ ସଂଘର୍ଷ ପରେ ଆଫଗାନିସ୍ତାନ ପକ୍ଷରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । କେଉଁଠି ତାଲିବାନ ପାକିସ୍ତାନ ଟ୍ୟାଙ୍କ କବ୍‌ଜା କରିଛି ତ ଆଉ କେଉଁଠି ପାକ୍ ସେନାର ପ୍ୟାଣ୍ଟ ଧରି ପ୍ରଦର୍ଶନୀ କରୁଥିବା ଦେଖାଯାଇଛି ଭିଡିଓରେ । ବିଜୟର ପ୍ରତୀକ ଭାବେ ପାକ୍ ସୈନିକଙ୍କ ପ୍ୟାଣ୍ଟ ଦେଖାଉଛି ତାଲିବାନ । 

ଆଉ ଏଇ ଭାଇରାଲ ଭିଡିଓ ଭିତରେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ୯୩,୦୦୦ । ଯାହା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣକୁ ବୁଝାଉଛି । ଆଉ ଏବେ ପୁଣିଥରେ ପାକିସ୍ତାନର ପରାଜୟକୁ ୯୩,୦୦୦ ପ୍ୟାଣ୍ଟ ସେରିମନି ୨.୦ କହି ଚିଡାଉଛନ୍ତି ଆଫଗାନବାସୀ ।

Advertisment

ପ୍ରଥମେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଥିଲା ପାକିସ୍ତାନ । ଏହାପରେ ଡୁରାଣ୍ଡ ଲାଇନରେ ଥିବା ପାକିସ୍ତାନୀ ଚେକପୋଷ୍ଟରେ ଭୀଷଣ ଆଟାକ୍ କରିଥିଲା ତାଲିବାନୀ ସେନା । ଏହି ଆକ୍ରମଣ ଦୋହଲାଇ ଦେଇଥିଲା ପାକିସ୍ତାନକୁ ।  ଦୁଇ ଘଣ୍ଟା ମଧ୍ୟରେ, ପାକିସ୍ତାନୀ ସୈନ୍ୟ ୨୦ଟି ଚେକପୋଷ୍ଟରୁ ପଳାଇ ଯାଇଥିଲେ। ଅନେକ ଚେକ୍ ପଏଣ୍ଟରେ, ପାକ୍ ସେନା ସେମାନଙ୍କର ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ପ୍ୟାଣ୍ଟ ପର୍ଯ୍ୟନ୍ତ ସବୁକିଛି ଛାଡି ପଳାଇଥିଲେ। ୪ ଦିନର ଭୀଷଣ ଉତ୍ତେଜନା ପରେ ଶେଷରେ ତାଲିବାନ ଆଗରେ ଅସ୍ତ୍ରବିରତି ଭିକ ମାଗିଥିଲା ପାକିସ୍ତାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ