Pit-Bull-Attack Photograph: (OTV)
ଘେରିଗଲେ ୭ ପୋଷା କୁକୁର। ୩ମାସର ଝିଅକୁ ଝୁଣି ଝୁଣି ମାରିଲେ। ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଜେଜେ । ପୁଣି ଜୀବନ ନେଇଛି ବିଶ୍ବର ସବୁଠାରୁ ଘାତକ କୁକୁର ପିଟ୍ ବୁଲ୍। ନିଜର ମାଲିକ ଓ ତାଙ୍କ ନାତୁଣୀଙ୍କୁ ଝୁଣି ମାରିଛନ୍ତି ୭ଟି ପୋଷା ପିଟ ବୁଲ୍। ଏପରି ଏକ ଦୁଃଖଦ ଘଟଣା ଘଟିଛି ଆମେରିକାର ଟେନେସିରେ। 50 ବର୍ଷୀୟ ଜେମ୍ସ ଆଲେକଜାଣ୍ଡର ସ୍ମିଥ୍ ଏବଂ ତାଙ୍କ ୩ ମାସର ନାତୁଣୀଙ୍କୁ ଦଳବଦ୍ଧ ଭାବେ ଆକ୍ରମଣ କରିଥିଲେ କୁକୁର। ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ମୁତାବତ, ବୁଧୁବାର ଦିନ ସ୍ମିଥ ଓ ତାଙ୍କ ନାତୁଣୀ ଘରେ ଥିଲେ। ଆଉ ତାଙ୍କ ୭ଟି ପିଟ ବୁଲ ଖୋଲା ମେଲାରେ ଘରେ ବୁଲୁଥିଲେ। ତେବେ କୌଣସି କାରଣରୁ ସେମାନେ ଏକଜୁଟ ହୋଇ ପ୍ରଥମେ ସ୍ମିଥଙ୍କ ୩ ମାସର ନାତୁଣୀଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ସ୍ମିଥ କୁକରଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ଏହି ହ୍ରିଂସ୍ର କୁକୁର।
୩ମାସର ଝିଅକୁ ଝୁଣି ଝୁଣି ମାରିଲେ
ତେବେ ପୋଲିସ ରିପୋର୍ଟ କରିଛି ଯେ, ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ସ୍ମିଥ୍ ଅଚେତ ଅବସ୍ଥାରେ ତଳେ ପଡ଼ିଥିଲେ, ଆଉ ସାତଟି ପିଟ୍ ବୁଲ୍ସ ଶିଶୁଟିକୁ ଆକ୍ରମଣ କରୁଥିଲେ। ଝିଅଟିକୁ ବଞ୍ଚାଇବାକୁ ପୋଲିସ ସାତଟି କୁକୁରକୁ ଗୁଳି କରିବାକୁ ବାଧ୍ୟ ହୋଇଥିଲା। କିନ୍ତୁ, ସେତେବେଳେ ବହୁତ ଡେରି ହୋଇଯାଇଥିଲା। କାରଣ କୁକୁର ଆକ୍ରମଣରେ ଝିଅଟି ମୃତ୍ୟୁବରଣ କରିସାରିଥିଲା।
ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ମିଥଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କ ପଡ଼ୋଶୀ କହିଛନ୍ତି ଯେ, ଏହି କୁକୁରମାନଙ୍କର ହିଂସାତ୍ମକ ଇତିହାସ ଥିଲା। ଆଗରୁ ସେମାନେ ତାଙ୍କ ପୋଷା ବିଲେଇକୁ ମଧ୍ୟ ମାରିଥିଲେ। ଏପରି କୁକୁରଙ୍କୁ ବାନ୍ଧି ନରଖିବାରୁ ଏପରି ଅଘଟଣ ଘଟିଲା ବୋଲି ସେ କହିଛନ୍ତି। ଏବେ ଘଟଣାର ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/08/pit-bull-attack-2025-12-08-10-53-04.jpg)