Advertisment

Cyclone Fury Strikes Sri Lanka: ଡିଟଓ୍ୱାର ତାଣ୍ଡବରେ ଶ୍ରୀଲଙ୍କାରେ ପ୍ରଳୟ, ଭାରତ ବଢାଇଲା ବନ୍ଧୁତ୍ବର ହାତ

ଉବୁଟୁବୁ ଶ୍ରୀଲଙ୍କା, ଆକ୍ତାମାକ୍ତା ତାମିଲନାଡ଼ୁ। ବାତ୍ୟା ଡିଟୱା ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରରେ ଅତିପ୍ରବଳ ବର୍ଷା। ଉପକୂଳ ଛୁଇଁବା ଆଗରୁ ସମୁଦ୍ରରେ ହିଁ ବାତ୍ୟା ଡିପ୍ରେସନରେ ପରିଣତ ହୋଇଥିଲେ ମଧ୍ୟ ବିପତ୍ତି ଆଣିଛି ଭୟଙ୍କର ବର୍ଷା।

Cyclone

Cyclone Photograph: (OTV)

Advertisment

ଉବୁଟୁବୁ ଶ୍ରୀଲଙ୍କା, ଆକ୍ତାମାକ୍ତା ତାମିଲନାଡ଼ୁ। ବାତ୍ୟା ଡିଟୱା ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରରେ ଅତିପ୍ରବଳ ବର୍ଷା। ଉପକୂଳ ଛୁଇଁବା ଆଗରୁ ସମୁଦ୍ରରେ ହିଁ ବାତ୍ୟା ଡିପ୍ରେସନରେ ପରିଣତ ହୋଇଥିଲେ ମଧ୍ୟ ବିପତ୍ତି ଆଣିଛି ଭୟଙ୍କର ବର୍ଷା। ଅନେକ ସ୍ଥାନରେ ବନ୍ୟା ସ୍ଥିତି। ସେପଟେ ବାତ୍ୟା ମାଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶ୍ରୀଲଙ୍କାକୁ ଭାରତ ବଢାଇଛି ବନ୍ଧୁତ୍ବର ହାତ।.

Advertisment

ତାଣ୍ଡବ କରୁଛି ଡିଟଓ୍ୱା । ଶ୍ରୀଲଙ୍କାରେ ପ୍ରଳୟ । ଭାରତକୁ ନାଲିଆଖି ।ତାମିଲନାଡ଼ୁରେ ସଂଗୀନ ସ୍ଥିତି।
ଶ୍ରୀଲଙ୍କାରେ ମହାତାଣ୍ଡବ ରଚିବା ପରେ ଭାରତ ଆଡ଼କୁ ମାଡ଼ିମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଡିଟୱା। ଆଖି ପକାଇଛି ତିନି ରାଜ୍ୟ ଉପରେ। ଉପକୂଳରେ ପହଞ୍ଚିବା ଆଗରୁ ଡିଟୱା କୋପର ଭୟଙ୍କର ପ୍ରଭାବ ଦେଖାଇଛି। ଗର୍ଜନ କରୁଛି ସମୁଦ୍ର, ଘନଘନ ମାଡ଼ ହେଉଛି ଉଚ୍ଚା ଉଚ୍ଚା ଢେଉ। ଅହରହ ବର୍ଷାରେ ଆକ୍ତାମାକ୍ତା ପୂରା ତାମିଲନାଡ଼ୁ। କେଉଁଠି ଘର ବୁଡ଼ିଲାଣି ତ ଆଉ କେଉଁଠି ମନ୍ଦିର ବେଢାରେ ପଶିଲାଣି ପାଣି। ଜମିରେ ଫସଲ କଥା ନକହିବା ଭଲ।

ଗତକାଲିଠୁ ଅତିପ୍ରବଳ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି। ତାମିଲନାଡ଼ୁ ସହିତ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ବି ପଡ଼ିଛି ବାତ୍ୟାର ବଡ଼ ପ୍ରଭାବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଡିଟୱା ତାମିଲନାଡ଼ୁ ଉପକୂଳରେ ପହଞ୍ଚିବା ବେଳକୁ ଡିପ୍ରେସନରେ ପରିଣତ ହୋଇସାରିଥିବ। ଅର୍ଥାତ ସମୁଦ୍ରରେ ହିଁ ଦୁର୍ବଳ ହୋଇପଡ଼ିବ ଡିଟୱା। ଯଦିଓ ବାତ୍ୟା ଲ୍ୟାଣ୍ଡଫଲ୍ ନକରିବା ଆଶ୍ବସ୍ତିକର ବିଷୟ ତଥାପି ବିପଦ ଆଣିଛି ଅତିପ୍ରବଳ ବର୍ଷା।...

Advertisment

ପୁଡୁଚେରୀ ଓ ତାମିଲନାଡ଼ୁରେ ଶିକ୍ଷାନୁଷ୍ଠାନ ଛୁଟି

ସ୍ଥିତିକୁ ଦେଖି ୩ ରାଜ୍ୟରେ ଜାରି ହୋଇଛି ରେଡ୍ ଆଲର୍ଟ। ପୁଡୁଚେରୀ ଓ ତାମିଲନାଡ଼ୁରେ କାଲି ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ୨୮ଟି ଏନଡିଆରଏଫ୍ ଟିମ । ପ୍ରାୟ ୬ ହଜାର ରିଲିଫ୍ କ୍ୟାମ୍ପରେ ଲୋକଙ୍କୁ ଆଶ୍ରୟ ଦିଆଯାଉଛି। ଆଜି ପାଇଁ ୪୭ଟି ବିମାନକୁ ସ୍ଥଗିତ ରଖାଯାଇଥିବାବେଳେ ଅନେକ ଟ୍ରେନ୍ ବାତିଲ୍ ହୋଇଛି। ବିପର୍ଯ୍ୟୟରେ ତାମିଲନାଡ଼ୁରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆହୁରି ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ଆକଳନ କରାଯାଇଛି।... 

ମୃତ୍ୟୁସଂଖ୍ୟା ଟପିଛି ୧୬୦

ଶ୍ରୀଲଙ୍କାରେ ଧ୍ବଂସଲୀଳା ରଚିଛି ବାତ୍ୟା ଡିଟଓ୍ୱା। ସପ୍ତାହେ ଧରି ପ୍ରବଳ ବର୍ଷାରେ ଭୟଙ୍କର ବନ୍ୟା। ମୃତ୍ୟୁସଂଖ୍ୟା ୧୬୦ ଟପିଥିବାବେଳେ ଶତାଧିକ ନିଖୋଜ। ସ୍ଥିତି ବିଗୁଡ଼ୁଥିବାରୁ ଷ୍ଟେଟ୍ ଅଫ୍ ଇମର୍ଜେନ୍ସି ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ ବଣ୍ଟନ ଚାଲିଥିବାବେଳେ ବିପଦ ବେଳର ବନ୍ଧୁ ସାଜି ସହଯୋଗର ହାତ ବଢାଇଛି ଭାରତ।

Advertisment

ଭାରତ ତରଫରୁ ଆରମ୍ଭ ହୋଇଛି ଅପରେସନ୍ ସାଗର ବନ୍ଧୁ । ୨୧ ଟନ୍ ରିଲିଫ୍ ସାମଗ୍ରୀ ସହିତ ଏନଡିଆରଏଫ୍ ଟିମ୍ ଶ୍ରୀଲଙ୍କାକୁ ପଠାଯାଇଛି। ଖାଦ୍ୟ, ସାନିଟାରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେଇ ଶ୍ରୀଲଙ୍କା ସହିତ ଦୃଢ଼ ଭାବରେ ଛିଡା ହୋଇଛି ଭାରତ।... 

ଓଡ଼ିଶା ଉପରେ ବାତ୍ୟା ଡିଟୱାର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ତା ବାଦ୍ ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବା ସହ କୁହୁଡ଼ି ଦେଖାଦେବ। ଆଗାମୀ ତିନିଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Cyclone Disaster Cyclone Ditwa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ