Indian Photograph: (OTV)
ଆମେରିକା ଦ୍ବାରା ସିଜ୍ ଋଷିଆ ତୈଳ ଟ୍ୟାଙ୍କରରେ ଥିଲେ ୩ ଭାରତୀୟ। ଋଷିଆ ପତାକା ଲାଗିଥିବା ମାରିନେରା ଟ୍ୟାଙ୍କରରେ ୩ ଭାରତୀୟଙ୍କ ସମେତ ୨୮ କ୍ରୁ ମେମ୍ବର ରହିଥିଲେ। ଏନେଇ ଋଷିଆ ଗଣମାଧ୍ୟମରୁ ସୂଚନା ମିଳିଛି।
ଟ୍ୟାଙ୍କରରେ ୩ ଭାରତୀୟଙ୍କ ସମେତ ୟୁକ୍ରେନର ୧୭, ଜର୍ଜିଆର ୬ ଓ ଋଷର ଥିଲେ ୨ କ୍ରୁ ମେମ୍ବର। ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଋଷିଆ ପତାକା ଲାଗିଥିବା ତୈଳ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା। ଭେନେଜୁଏଲା ଲିଙ୍କରେ ଲାଗିଥିବା କଟକଣା ପରିପ୍ରେକ୍ଷୀରେ ଟ୍ୟାଙ୍କର ସିଜ୍ କରିଥିଲା ଆମେରିକା ସେନାର କୋଷ୍ଟ ଗାର୍ଡ।
ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଆମେରିକା ସେନା ଏକ ହେଲିକପ୍ଟର ଯୋଗେ ଟ୍ୟାଙ୍କରରେ ଓହ୍ଲାଉଛି। ପରେ ତୈଳ ଟ୍ୟାଙ୍କରକୁ ନିଜ କବଜାକୁ ନେଇଥିଲା। ତୈଳ ଟ୍ୟାଙ୍କର ସିଜ୍ ପରେ ବିଶ୍ବର ଦୁଇ ପାୱାର ହାଉସ୍ ଆମେରିକା-ଋଷ୍ ଭିତରେ ଟେନସନ୍ ବଢ଼ିଥିବା କୁହାଯାଉଛି। ...
ଋଷିଆ ପତାକା ଲାଗିଥିବା ମାରିନେରା ଟ୍ୟାଙ୍କରରେ ଥିଲେ
୩ ଭାରତୀୟ ଥିବା ନେଇ ଋଷିଆ ଗଣମାଧ୍ୟମରେ ସୂଚନା
ୟୁକ୍ରେନର ୧୭, ଜର୍ଜିଆର ୬ ଓ ଋଷର ଥିଲେ ୨ କ୍ରୁ ମେମ୍ବର
ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ସିଜ୍ ହୋଇଥିଲା ତୈଳ ଟ୍ୟାଙ୍କର
ତୈଳ ଟ୍ୟାଙ୍କର ଜବତ କରିଥିଲା ଆମେରିକା ସେନାର କୋଷ୍ଟଗାର୍ଡ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/indian-2026-01-09-11-03-41.jpg)