Advertisment

Russia enters the US-Iran war: ବଢ଼ିଲା ବିଶ୍ବଯୁଦ୍ଧ ଭୟ, ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରୀ ମାରିଲା ରୁଷ

ପୂର୍ବରୁ ଇରାନକୁ ରୁଷର ସମର୍ଥନ ସ୍ପଷ୍ଟ ନଥିଲା । କିନ୍ତୁ ଗତ ସପ୍ତାହରେ ଆମେରିକା ଏବଂ ଇସ୍ରାଏଲ ତେହେରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଇରାନୀ ସେନା ଆମେରିକୀୟ ସେନାକୁ ଠାବ କରିବାରେ ସକ୍ଷମ ହେଉନାହିଁ। ତେଣୁ ରୁଷ ଇରାନକୁ ହାତ ବଢ଼ାଇଛି ।

Russia Help to Iran

Russia Help to Iran Photograph: (OTV)

Advertisment

ଆମେରିକା-ଇରାନ ଯୁଦ୍ଧରେ ଏଣ୍ଟ୍ରୀ ମାରିଲା ରୁଷିଆ ! ଇରାନ ସହ ହାତ ମିଳାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ! ଶତ୍ରୁ ଦେଶକୁ ଆକ୍ରମଣ ପାଇଁ ରୁଷ କରିବ ରଣନୀତି ! ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ଏବେ ନୂଆ ମୋଡ଼ ନେବାକୁ ଯାଉଛି ।

Advertisment

ଏବେ ଇରାନ ସହିତ ଶକ୍ତିଶାଳୀ ଦେଶ ରୁଷିଆ ହାତ ମେଳାଇ ସାମରିକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କୁହାଯାଉଛି, ମଧ୍ୟପ୍ରାଚ୍ୟରେ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ବିମାନ ଉପରେ ଆକ୍ରମଣ କରିବାରେ ରୁଷ ରଣନୈତିକ ସହଯୋଗ ଇରାନକୁ କରିବ । 

ପୂର୍ବରୁ ଇରାନକୁ ରୁଷର ସମର୍ଥନ ସ୍ପଷ୍ଟ ନଥିଲା । କିନ୍ତୁ ଗତ ସପ୍ତାହରେ ଆମେରିକା ଏବଂ ଇସ୍ରାଏଲ ତେହେରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଇରାନୀ ସେନା ଆମେରିକୀୟ ସେନାକୁ ଠାବ କରିବାରେ ସକ୍ଷମ ହେଉନାହିଁ। ତେଣୁ ରୁଷ ଇରାନକୁ ହାତ ବଢ଼ାଇଛି ।

Advertisment

ସେପଟେ କୁଏତରେ ରବିବାର ଦିନ ଇରାନ ଡ୍ରୋନ୍ ଆକ୍ରମଣ ପରେ ଛଅ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ ଜଣ ଆମେରିକା ଯବାନ ଆହତ ହୋଇଛନ୍ତି । ପରେ ପରେ ଇରାନ ଶତ୍ରୁ ଦେଶ ଆମେରିକା ଓ ଇସ୍ରାଏଲ ଉପରେ ତୀକ୍ଷ୍ଣ ନଜର ରଖି ସେମାନଙ୍କ ସହ କଡ଼ା ମୁକାବିଲା କରିଥିଲା ।  ଆଉ ରାଡାର ଉପରେ ଆକ୍ରମଣ କରିଥିଲା ବୋଲି ରୁଷୀୟ ସୈନ୍ୟବାହିନୀର ବିଶେଷଜ୍ଞ ଦାରା ମାସିକଟ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଇରାନ ପାଖରେ କେବଳ କିଛି ସାମରିକ-ଗ୍ରେଡ୍ ସାଟେଲାଇଟ୍ ଅଛି । ହେଲେ ନିଜସ୍ବ କୌଣସି ସାଟେଲାଇଟ୍ କ୍ଷେତ୍ର ନାହିଁ । ବର୍ତ୍ତମାନ ଇରାନର ଶାସନ ସମ୍ପୂର୍ଣ୍ଣ ଭାବରେ ଚୂନା ହେଉଛି । ସେମାନଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିଶୋଧ ପ୍ରତିଦିନ ହ୍ରାସ ପାଉଛି ।

Advertisment

ସେମାନଙ୍କର ନୌସେନା ବି ଧୀରେ ଧୀରେ ଦୁର୍ବଳ ବି ହେଉଛି । ଉତ୍ପାଦନ କ୍ଷମତା ସେମାନଙ୍କର ଧ୍ୱଂସ ପାଇଥିବାରୁ ସେନା କଷ୍ଟକର ଭାବରେ ଯୁଦ୍ଧ କରୁଛି ବୋଲି ହ୍ୱାଇଟ ହାଉସର ମୁଖପାତ୍ର ଆନ୍ନା କେଲି ପୋଷ୍ଟ କରି ସୂଚନା ଦେଇଛନ୍ତି । 

ଏପରି ଘମାଘୋଟ ଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଇରାନକୁ ଶତ୍ରୁତା ଶେଷ କରିବା ପାଇଁ  କହିଛନ୍ତି । ‘ଅନକଣ୍ଡିସନାଲ୍ ସରେଣ୍ଡର’ ପାଇଁ ଇରାନ ନିକଟରେ ଦାବି ରଖିଛନ୍ତି । ଟ୍ରଂପଙ୍କ ସତ ସାରା ବିଶ୍ବ ଆଗରେ ଖୋଲିବା ପରେ ଇରାନ ସହିତ ‘ଅନକଣ୍ଡିସନାଲ୍ ସରେଣ୍ଡର’ ବ୍ୟତୀତ କୌଣସି ଚୁକ୍ତି ହେବ ନାହିଁ ବୋଲି ସେ କହିଛନ୍ତି । 

Israel Israel Army india iran military power IAF Suryakiran Air Show India-Iran Relationship india iran relations Russia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ