Ethiopia’s Highest Civilian Honour Photograph: (OTV)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ। ଦ ଗ୍ରେଟ୍ ଅନର୍ ନିଶାନ୍ ପ୍ରଦାନ କରିଛନ୍ତି ଇଥିଓପିଆ ପ୍ରଧାନମନ୍ତ୍ରୀ। ଏହି ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ମିଶାଇ ସେ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେଣି।
ଜୋର୍ଡାନ ଗସ୍ତ ସାରି ଗତକାଲି ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ଇଥିଓପିଆରେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏୟାରପୋର୍ଟରେ ନିଜେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ପିଏମ୍ ମୋଦିଙ୍କୁ ସ୍ବାଗତ କରିଥିଲେ। ବାଟରେ ସେ ମୋଦିଙ୍କୁ ଦେଖାଇଥିଲେ ସାଇନ୍ସ ମ୍ୟୁଜିୟମ୍ ଓ ଫ୍ରେଣ୍ଡସିପ୍ ପାର୍କ। ପରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ମୋଦି।
ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ମୋଦି ତିନିଟି ପ୍ରମୁଖ୍ୟ କ୍ଷେତ୍ର ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା, କ୍ଷମତା ନିର୍ମାଣ ଏବଂ DPIର ରୂପରେଖା ପ୍ରଦାନ କରିଛନ୍ତି। ଏହି ଅବସରରରେ ଦୁଇ ଦେଶ ଭିତରେ ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ବ୍ୟାପାର ଓ ନିବେଶ ଭଳି ୮ଟି ପ୍ରସଙ୍ଗରେ ପାରସ୍ପରିକ ସହମତି ହୋଇଛି। ଇଥିଓପିଆ ଗସ୍ତ ସାରି ଓମାନ୍ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
• ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ସମ୍ମାନ
• 'ଦ ଗ୍ରେଟ୍ ଅନର୍ ନିଶାନ୍' ପ୍ରଦାନ କଲେ ଇଥିଓପିଆ ପ୍ରଧାନମନ୍ତ୍ରୀ
• ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କଲେ ପିଏମ୍ ମୋଦି
• ଏଯାଏଁ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ମୋଦି ସମ୍ମାନିତ
• ଜୋର୍ଡାନ ଗସ୍ତ ସାରି ଇଥିଓପିଆ ଆସିଥିଲେ ପ୍ରଧାନମନ୍ତ୍ରୀ
• ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା
• ଅର୍ଥ, ପ୍ରତିରକ୍ଷା, ବ୍ୟାପାର ଓ ନିବେଶ ଭଳି ୮ଟି ପ୍ରସଙ୍ଗରେ ସହମତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/ethiopia-highest-civilian-honour-2025-12-17-09-39-05.jpg)