Advertisment

Shehbaz Sharif Accuses: ଭୟରେ ବିଳିବିଳୋଉଛି ପାକିସ୍ତାନ , ଭାରତ କହିଲା ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି

ଇସଲାମାବାଦ ବିସ୍ଫୋରଣ ପାଇଁ ଭାରତ ହିଁ ଦାୟୀ । ଭାରତ କହିଲା ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି । ଭୟରେ ବିଳିବିଳୋଉଛି ପାକିସ୍ତାନ । ଇସଲାମାବାଦରେ ହୋଇଥିବା ବିସ୍ଫୋରଣକୁ ନେଇ ଏବେ ରାଜନୈତିକ ଉତ୍ତେଜନା।

Sharif-Blames-India-for-Islamabad-Blast

Sharif-Blames-India-for-Islamabad-Blast Photograph: (OTV)

Advertisment

ଇସଲାମାବାଦ ବିସ୍ଫୋରଣ ପାଇଁ ଭାରତ ହିଁ ଦାୟୀ । ଭାରତ କହିଲା ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି । ଭୟରେ ବିଳିବିଳୋଉଛି ପାକିସ୍ତାନ । ଇସଲାମାବାଦରେ ହୋଇଥିବା ବିସ୍ଫୋରଣକୁ ନେଇ ଏବେ ରାଜନୈତିକ ଉତ୍ତେଜନା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ ଏହି ବିସ୍ଫୋରଣ ପଛରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସିଧାସଳଖ ଭାରତ ଉପରେ ଇସଲାମାବାଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ସମେତ ତାଙ୍କ ଦେଶରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ କରିଛନ୍ତି । କହିଛନ୍ତି ଭାରତ ଆମ ଦେଶର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛି। ଭାରତ ସରକାର ଏହି ଅଭିଯୋଗକୁ ମିଛ ଓ ଆଧାରହୀନ ବୋଲି କହିଛନ୍ତି। ଏହାକୁ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ଅଶାନ୍ତି ଓ ନିଜର ବିଫଳତାରୁ ଧ୍ୟାନ ହଟାଇବା ପାଇଁ ଏଭଳି ବୟାନବାଜି କରୁଛି । ଭାରତକୁ ଦୋଷ ଦେବା ତାଙ୍କର ପୁରୁଣା ଅଭ୍ୟାସ ।  

ମଙ୍ଗଳବାର ଦିନ ପାକିସ୍ତାନରେ ଦୁଇଟି ବିସ୍ଫୋରଣ ଘଟିଥିଲା । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଜିଲ୍ଲା ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ଜଣେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ, ଯେଉଁଥିରେ ଅତି କମରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 30ରୁ ଅଧିକ ଆହତ ହୋଇଥିଲେ। ଏହା ଇସଲାମାବାଦରେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଏହା ପୂର୍ବ ଦିନ ବି ଏକ କ୍ୟାଡେଟ କଲେଜ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ଯେଉଁଥିରେ ବେଶି କେହି ଆହତ ହୋଇନଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ