Advertisment

War Breaks Out: ଆରମ୍ଭ ହେଲା ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ, ଏୟାର ଷ୍ଟ୍ରାଇକ୍ ପରେ ଘନଘନ ବୋମାମାଡ଼

ଆରମ୍ଭ ହେଲା ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ । ଆଫଗାନିସ୍ତାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ଘନଘନ ବୋମାମାଡ଼ ।

War

War Photograph: (OTV)

Advertisment

ଆରମ୍ଭ ହେଲା ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ । ଆଫଗାନିସ୍ତାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ଘନଘନ ବୋମାମାଡ଼ । କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ କରିଛି ପାକ୍ ।

Advertisment

ପାକିସ୍ତାନ ଆକ୍ରମଣକୁ ସ୍ବୀକାର କରିଛି ଆଫଗାନିସ୍ତାନ । ଆଟାକରେ ୮ ସୈନ୍ୟଙ୍କ ମୃତ୍ୟୁ ସହ କିଛି ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ପାକିସ୍ତାନ ବିରୋଧରେ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏୟାର ଷ୍ଟ୍ରାଇକ୍ ଜବାବରେ ତାଲିବାନର କଡ଼ା ପ୍ରତିଶୋଧ । 

ସୀମାବର୍ତ୍ତୀ ଅଞ୍ଚଳରେ ଘନ ଘନ ଏୟାର୍  ଷ୍ଟ୍ରାଇକ୍ କରିଛି ତାଲିବାନ୍ । ପାକତିଆ, କୁନାର, ନୁରିସ୍ତାନ, ତୋରଖାମ ଗେଟରେ ଆକ୍ରମଣ କରି ୧୯ଟି ପାକ୍ ସେନା ପୋଷ୍ଟକୁ କବଜା ସହ ୫୫ ସୈନ୍ୟ ମାରିଥିବା ଦାବି କରିଛି ।

Advertisment

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ,  ଗତ ସପ୍ତାହରେ ହୋଇଥିବା ପାକିସ୍ତାନୀ ଆକ୍ରମଣର ପ୍ରତିକାର ପାଇଁ ଏହା ଏକ ଅଭିଯାନ । ଏକ ପାକିସ୍ତାନୀ JF-୧୭ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି ତାଲିବାନ୍ ସରକାର। ଅନେକ ପାକିସ୍ତାନୀ ସୈନିକଙ୍କୁ ଜୀବନ୍ତ ଧରିଥିବା ମଧ୍ୟ ଦାବି କରିଛି।

ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଖୋଲା ଯୁଦ୍ଧ ଘୋଷଣା

ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍
କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ
ପାକିସ୍ତାନ ଆକ୍ରମଣକୁ ସ୍ବୀକାର କଲା ଆଫଗାନିସ୍ତାନ
ପାକିସ୍ତାନ ବିରୋଧରେ ଆଫଗାନିସ୍ତାନର ବଡ଼ ସାମରିକ ଅଭିଯାନ
୧୯ଟି ପାକ୍ ସେନା ପୋଷ୍ଟକୁ କବଜା ସହ ୫୫ ସୈନ୍ୟ ମାରିଥିବା ଦାବି
ପାକିସ୍ତାନୀ JF-୧୭ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କଲା ଆଫଗାନିସ୍ତାନ
ଅନେକ ପାକିସ୍ତାନୀ ସୈନିକଙ୍କୁ ଜୀବନ୍ତ ଧରିଥିବା ମଧ୍ୟ ଦାବି

Advertisment
Afganisthan Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ