Advertisment

ISI Agent Caught Trying to Steal Sensitive Data: ପାକିସ୍ତାନ ଟାର୍ଗେଟରେ S-400 ମିସାଇଲ୍ ସିଷ୍ଟମ୍, ତଥ୍ୟ ଚୋରି କରିବାକୁ ISI ପଠାଇଥିଲା ଗୁପ୍ତଚର

ପାକିସ୍ତାନ ଟାର୍ଗେଟରେ S-400 ମିସାଇଲ୍ ସିଷ୍ଟମ୍। ତଥ୍ୟ ଚୋରି କରିବାକୁ ISI ପଠାଇଥିଲା ଗୁପ୍ତଚର। ISI ଏଜେଣ୍ଟକୁ ଗିରଫ କଲା ଋଷ ଗୁଇନ୍ଦା ସଂସ୍ଥା । ତା ଟାର୍ଗେଟ ଥିଲା ସାମରିକ ହେଲିକପ୍ଟର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସହିତ ଜଡିତ ଗୋପନୀୟ କାଗଜପତ୍ର ହାସଲ କରିବା।

Pakistan

Pakistan Photograph: (OTV)

Advertisment

ପୁଣି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କଲା ପାକିସ୍ଥାନ। ଅପରେସନ୍ ସିନ୍ଦୂର ସମୟରେ ଯେଉଁ S-400 ଠାରୁ ମାଡ଼ ଖାଇଥିଲା। ତାକୁ ଚୋରାଇବାକୁ କରୁଥିଲା ବୃଥା ଚେଷ୍ଟା। ଯାହାର ପର୍ଦ୍ଦାଫାସ କରିଛି ଋଷର ଗୁଇନ୍ଦା ସଂସ୍ଥା। ସୂଚନା ମୁତାବକ, ISIର ଏକ ଗୁପ୍ତଚର ନେଟୱାର୍କ ଋଷରୁ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ହେଲିକପ୍ଟର ପ୍ରଯୁକ୍ତିବିଦ୍ୟାର ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଥିଲା। ଏଥିରେ ସାମିଲ ଥିବା ଜଣେ ଋଷ ନାଗରିକକୁ ପୁଟିନ ପ୍ରଶାସନ ସେଣ୍ଟ ପିଟର୍ସବର୍ଗରେ ଗିରଫ କରିଛି।

Advertisment

ଗିରଫ ହୋଇଥିବା ବ୍ୟକ୍ତିର ISI ସହିତ ଲିଙ୍କ ଥିଲା। ତା ଟାର୍ଗେଟ ଥିଲା ସାମରିକ ହେଲିକପ୍ଟର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସହିତ ଜଡିତ ଗୋପନୀୟ କାଗଜପତ୍ର ହାସଲ କରିବା। ସେ ଗୁପ୍ତ ତଥ୍ୟ ଗୁଡ଼ିକୁ ଚୋରି କରି ପାକିସ୍ତାନକୁ ପଠାଇବାର କାର୍ଯ୍ୟ କରୁଥିଲା। ତାଠାରୁ ଉଦ୍ଧାର ହୋଇଥିବା ଦସ୍ତାବିଜଗୁଡ଼ିକ ସାମରିକ ହେଲିକପ୍ଟର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ବିକାଶରେ ବ୍ୟବହାର କରାଯାଇଥିଲା। ଏଥିରେ Mi-8 AMTShV ସହ ଜଡିତ ସମ୍ବେଦନଶୀଳ ବୈଷୟିକ ସୂଚନା ଅନ୍ତର୍ଭୁକ୍ତ ଥିଲା। 

ପାକିସ୍ତାନର ଅପଚେଷ୍ଟା

ISI ପୂର୍ବରୁ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଚୋରି କରିବାକୁ ଚେଷ୍ଟା କରିଛି। ଯଦିଓ ସବୁ ସମୟରେ ବିଫଳ ହୋଇଛି। ପ୍ରକୃତରେ ପାକିସ୍ତାନ ଋଷର ସାମରିକ କ୍ଷମତା ଦ୍ୱାରା ବିଚଳିତ। କାରଣ ଭାରତର ଅଧିକାଂଶ ସାମରିକ ଅସ୍ତ୍ରଶସ୍ତ୍ର ମସ୍କୋର ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ସେନା ବିଶେଷ ଭାବରେ ଅସହାୟ ଥିଲା, ଯେତେବେଳେ ଋଷିଆ ନିର୍ମିତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତ ପାଇଁ ଏକ ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା। 

Advertisment

ଆଉ ଭାରତ ଭବିଷ୍ୟତରେ ଆହୁରି ପାଞ୍ଚଟି S-400 ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ତେଣୁ ପାକିସ୍ତାନ ନିରନ୍ତର ଋଷିଆ ବିରୁଦ୍ଧରେ ଗୁପ୍ତଚର ମିଶନରେ ନିୟୋଜିତ ରହିଛି।

Pakistan ISI Air Defence Systems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ