PAKISTAN Photograph: (OTV)
ଭାରତ ବାତ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ମାନବୀୟ ସହାୟତା ପଠାଇବା ପାଇଁ ଭାରତୀୟ ଆକାଶ ସୀମା ବ୍ୟବହାର କରିବାକୁ ପାକିସ୍ତାନର ଅନୁରୋଧ ଉପରେ ସୋମବାର ଦିନ ତୁରନ୍ତ ବିଚାର କରିଥିଲା । ଏହି ଘଟଣାକ୍ରମ ବିଷୟରେ ଜାଣିଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀମାନେ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ସେହି ଖବରଗୁଡ଼ିକୁ ଫେକ୍ ବୋଲି ଘୋଷଣା କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଭାରତ ଶ୍ରୀଲଙ୍କାକୁ ମାନବୀୟ ସହାୟତା ପଠାଇବା ପାଇଁ ପାକିସ୍ତାନକୁ ନିଜ ଆକାଶ ସୀମାରେ ଉଡ଼ାଣ ଭରିବାର ଅନୁମତି ଦେଇନାହିଁ ।
ସେମାନେ କହିଛନ୍ତି ଯେ ପାକିସ୍ତାନ ସୋମବାର ଦିନ ଦ୍ୱିପ୍ରହର ପ୍ରାୟ ୧ ଟାରେ (ଭାରତୀୟ ସମୟ ଅନୁସାରେ) ଭାରତୀୟ ଆକାଶ ସୀମା ଉପରେ ଉଡ଼ାଣ ଭରିବା ପାଇଁ ଅନୁମତି ମାଗି ଆନୁଷ୍ଠାନିକ ଅନୁରୋଧ କରିଥିଲା । ଅଧିକାରୀମାନଙ୍କ ମତରେ, ଯେହେତୁ ଏହି ଅନୁରୋଧ ଶ୍ରୀଲଙ୍କାକୁ ମାନବୀୟ ସହାୟତା ପଠାଇବା ପାଇଁ କରାଯାଇଥିଲା, ତେଣୁ ଭାରତ ଏହାକୁ ତୁରନ୍ତ ଅନୁମୋଦନ କରିଦେଇଥିଲା ଏବଂ ସୋମବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ (ଭାରତୀୟ ସମୟ ଅନୁସାରେ) ଆନୁଷ୍ଠାନିକ ମାଧ୍ୟମରେ ପାକିସ୍ତାନକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲା ।
ସେମାନେ କହିଛନ୍ତି ଯେ ଏଥିରେ ଅତି କମ୍, ଅର୍ଥାତ୍ କେବଳ ଚାରି ଘଣ୍ଟାର ନୋଟିସ୍ ଅବଧି ଭିତରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅଧିକାରୀମାନଙ୍କ ଅନୁସାରେ, ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ନିଜ ଆକାଶ ସୀମା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଦେଇଥିବା ସତ୍ତ୍ୱେ ଭାରତ ଏହି ପଦକ୍ଷେପଟି ପୂରାପୂରି ମାନବୀୟ ଆଧାରରେ ଉଠାଇଛି ।
ଜଣେ ଅଧିକାରୀ କହିଛନ୍ତି, ‘‘ପାକିସ୍ତାନୀ ଗଣମାଧ୍ୟମ ସର୍ବଦା ପରି ଫେକ୍ ନ୍ୟୁଜ ପ୍ରସାରଣରେ ଲାଗିପଡିଛି । ଏହି ଅଭିଯୋଗଗୁଡ଼ିକ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର । ଆକାଶ ସୀମାରୁ ଯିବା ସମସ୍ତ ଅନୁରୋଧ ଉପରେ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ କଡ଼ାକଡ଼ି ଭାବେ ପଦକ୍ଷେପ ନିଆଯାଏ ।
ଅଧିକାରୀମାନେ କହିଛନ୍ତି ଯେ ଆକାଶ ସୀମା ବ୍ୟବହାର ଅନୁମତି ସମ୍ପର୍କରେ ଭାରତର ନିଷ୍ପତ୍ତି ମାନକ ପରିଚାଳନା, ଯାନ୍ତ୍ରିକ ଏବଂ ସୁରକ୍ଷା ମୂଲ୍ୟାଙ୍କନ ଦ୍ୱାରା ସ୍ଥିର ହୋଇଥାଏ, ରାଜନୈତିକ ବିଚାରଧାରା ଦ୍ୱାରା ନୁହେଁ । ସେମାନେ କହିଛନ୍ତି ଯେ ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରିତ ଖବରଗୁଡ଼ିକ ଭୁଲ୍ ଏବଂ ଦାୟିତ୍ୱହୀନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/pakistan-2025-12-03-16-53-49.jpg)