minorities Photograph: (OTV)
ପାକିସ୍ତାନ (Pakistan) ର ସିନ୍ଧର କୋଟ୍ରିରେ ସାମ୍ପ୍ରଦାୟିକ ଏବଂ ଜାତିଭିତ୍ତିକ ଭେଦଭାବର ଏକ ବିବ୍ରତକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଢାବାରେ ଭୋଜନ କରିବା ପାଇଁ ଯିବାରୁ ହିନ୍ଦୁ ବାଗରୀ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିବା ଖବର ସାମନାକୁ ଆସିଛି।
ଡୋଲଟ୍ ବାଗ୍ରି ନାମକ ପୀଡିତ ବ୍ୟକ୍ତି ମଧ୍ୟାହ୍ନ ଭୋଜନ ପାଇଁ ରାସ୍ତାପାର୍ଶ୍ୱରେ ଥିବା ଏକ ଢାବାକୁ ଯାଇଥିଲେ। କିନ୍ତୁ ହୋଟେଲ ମାଲିକ ଓ ସେଠାରେ ଥିବା କେତେକ ଲୋକ ତାଙ୍କୁ ବିରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ ଲୋକମାନେ ଡୋଲଟ୍ଙ୍କ ହାତ ଏବଂ ଗୋଡ଼କୁ ରଶିରେ ବାନ୍ଧି ଦେଇଥିଲେ, ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ ଏବଂ ତାଙ୍କ ପକେଟରୁ ୬୦ ହଜାର ଟଙ୍କା ଲୁଟି ନେଇଥିଲେ।
ବ୍ୟକ୍ତି ଜଣକ ଯେତେ ନିବେଦନ କରିଥିଲେ ମଧ୍ୟ, ଆକ୍ରମଣକାରୀମାନେ "ସେଠାରେ କିପରି ଖାଇବାକୁ ସାହସ" କଲେ ବୋଲି କହି ଆକ୍ରମଣ ଜାରି ରଖିଥିଲେ। ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଧାରଣ ଲୋକଙ୍କ ମଧ୍ୟରେ ତାହା କ୍ରୋଧ ସୃଷ୍ଟି କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି କିଛି ଲୋକ। ଉତ୍ତେଜନା ପରେ, କୋଟ୍ରି ପୋଲିସ ହୋଟେଲ ମାଲିକଙ୍କ ସହିତ ସାତ ଜଣ ଅଭିଯୁକ୍ତ ଫୟାଜ ଅଲି, ଅରସାଦ ଅଲି, ମୋଇନ ଅଲି, ଶାଫି ମହମ୍ମଦ, ନିଆଜ, ଦାର ମହମ୍ମଦ ଏବଂ ଇକରାମଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା।
ତଥାପି, ଏଫଆଇଆର ପଞ୍ଜିକରଣ ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ, ଯାହା ପୋଲିସର କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ସିନ୍ଧରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି।
ପାକିସ୍ତାନର ହିନ୍ଦୁ ସଂଖ୍ୟାଲଘୁ, ବିଶେଷକରି ବାଗରୀ ଭଳି ଅବହେଳିତ ସମ୍ପ୍ରଦାୟର ଲୋକମାନେ ଯେଉଁ ଭଳି ଜାତିଗତ ଓ ଧର୍ମକୁ ନେଇ ଭେଦଭାବର ଶିକାର ହେଉଛନ୍ତି ଓ ଅନେକ ସମୟରେ ଆକ୍ରମଣର ମଧ୍ୟ ଶିକାର ହେଉଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ। ପାକିସ୍ତାନ ସରକାରଙ୍କର ଏଭଳି ସଂଖ୍ୟାଲଘୁଙ୍କ ସୁରକ୍ଷାରେ ଅବହେଳା କରିବା ଅନ୍ତର୍ଜାତୀୟ ମାନବାଧିକାର ଚୁକ୍ତିନାମାର ସିଧାସଳଖ ଉଲ୍ଲଂଘନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/05/minorities-2025-10-05-11-32-05.jpg)