Advertisment

Pakistan Airstrike: କ୍ରିକେଟରଙ୍କ ଉପରେ ବର୍ଷିଲା ବୋମା , ଚାଲିଗଲା ୮ ଜଣଙ୍କ ଜୀବନ

ପାକିସ୍ତାନର ପୁଣି ଏୟାରଷ୍ଟ୍ରାଇକ୍ । କ୍ରିକେଟରଙ୍କ ଉପରେ ବର୍ଷିଲା ବୋମା । ଉଡାଇଦେଲା ଆଫଗାନ କ୍ରିକେଟରଙ୍କୁ । ଚାଲିଗଲା ୮ ଜଣଙ୍କ। ବନ୍ଧୁତାର ହାତ ବଢାଇ ପିଠିରେ ଭୁସିଲା ଛୁରୀ ।

Pakistan-airstrike-cricketer-death

Pakistan-airstrike-cricketer-death Photograph: (OTV)

Advertisment

ଦୋମୁହାଁ ପାକିସ୍ତାନ... । ବନ୍ଧୁତାର ହାତ ବଢାଇ ପିଠିରେ ଭୁସିଲା ଛୁରୀ । ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ସେନା । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ଏ ଆକ୍ରମଣ । ଆଉ ଏଥିରେ ଚାଲିଯାଇଛି ଆଫଗାନର ୩ ଯୁବ କ୍ରିକେଟରଙ୍କ ଜୀବନ । ମୃତ କ୍ରିକେଟରମାନେ ହେଲେ କବୀର, ସିବଘାତୁଲ୍ଲା ଏବଂ ହରୁନ । ସେମାନେ ଏକ ମ୍ୟାଚ୍ ଖେଳି ଘରକୁ ଫେରିବା ବେଳେ ହୋଇଥିଲା ବୋମା ମାଡ଼ । 

Advertisment

ପାକିସ୍ତାନର ଏୟାରଷ୍ଟ୍ରାଇକରେ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ୭ ଗୁରୁତର ଅଛନ୍ତି । ଶୁକ୍ରବାର ରାତିରେ ଡୁରାଣ୍ଡ ଲାଇନ ଅଞ୍ଚଳରେ ଏହି ଆକ୍ରମଣ କରିଛି ପାକିସ୍ତାନ ସେନା । ଆଫଗାନର ଅରଗୁନ ଓ ବରମାଲ ଜିଲ୍ଲାର ଅନେକ ଘରଦ୍ୱାର ଧ୍ୱଂସ ହୋଇଯାଇଛି । ତେବେ ଆଫଗାନିସ୍ତାନ ସହ ୪୮ ଘଣ୍ଟିଆ ଯୁଦ୍ଧବିରତି ଅବଧି ବଢାଇବାକୁ ସହମତି ହେବାର କେଇ ଘଣ୍ଟା ମଧ୍ୟରେ ଏପରି ଆଟାକ୍ କରିଛି ପାକିସ୍ତାନ । 

ସେପଟେ ଏହି ଆକ୍ରମଣରେ ଯୁବ କ୍ରିକେଟରଙ୍କ ମୃତ୍ୟୁକୁ ନେଇ ତାତିଛି ଆଫଗାନିସ୍ତାନ । ପାକିସ୍ତାନ ସହ କ୍ରିକେଟ ନ ଖେଳିବାକୁ କରିଛି ଘୋଷଣା । ଏହାସହ ଆଗାମୀ ଦିନରେ ଶ୍ରୀଲଙ୍କା ଓ ପାକିସ୍ତାନ ସହ ଖେଳାଯିବାକୁ ଥିବା ତ୍ରି-ରାଷ୍ଟ୍ରୀୟ T20 ସିରିଜ୍‌ରୁ ବି ଓହରିଯାଇଛି ଆଫଗାନ କ୍ରିକେଟ ବୋର୍ଡ ।
 

Advertisment

ପାକିସ୍ତାନ ଭୀରୁ ଭଳି ଆକ୍ରମଣ କରିଛି । ଗୋଟିଏ ପଟେ ଯୁଦ୍ଧବିରତି ପାଇଁ ରାଜି ହୋଇ, ଅନ୍ୟ ପଟେ ନିଜେ ଆଟାକ୍ କରିଛି । ଏହାର କଡା ଜବାବ ଦେବୁ । ପାକିସ୍ତାନକୁ ଏମିତି ଚେତାବନୀ ଦେଇଛନ୍ତି ତାଲିବାନ ଅଧିକାରୀ । ତେଣୁ ପାକିସ୍ତାନ- ଆଫଗାନିସ୍ତାନ ସଂଘର୍ଷ ଆଗରୁ ଆହୁରି ଭୟଙ୍କର ରୂପ ନେବା ନେଇ କରାଯାଉଛି ଆଶଙ୍କା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ