Advertisment

Pakistan-Afghan Border Boils Over: ଜଳୁଛି ପାକିସ୍ତାନ-ଆଫଗାନ ବର୍ଡର, ଦୁଇ ଦେଶର ସୀମାରେ ଅଘୋଷିତ ଯୁଦ୍ଧ

ଆଫଗାନ୍ ସୀମାରୁ ହଠାତ ପାକ୍ ସୀମାକୁ ହୋଇଥିଲା ଆଖି ବୁଜା ଗୁଳି ବର୍ଷଣ। ଏଥିରେ 58 ପାକିସ୍ତାନୀ ସୈନିକଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି 30ରୁ ଅଧିକ। ଖାଲି ସେତିକି ନୁହେଁ, 20ରୁ ଅଧିକ ପାକିସ୍ତାନୀ ପୋଷ୍ଟକୁ ଉଡ଼ାଇ ଦେଇଛନ୍ତି ତାଲିବାନୀ ସେନା।

Border Tension

Border Tension Photograph: (OTV)

Advertisment

ଆଖିବୁଜା ଗୁଳିବର୍ଷଣ, ଅତର୍କିତ ଆକ୍ରମଣ। ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ମୁହାଁମୁହିଁ ଉଭୟ ଦେଶର ସେନା। ଶନିବାର ରାତିରେ ଆକ୍ରମଣ ଓ ପ୍ରତି ଆକ୍ରମଣ ବେଳେ ବିପର୍ଯ୍ୟୟର ସାମ୍ନା କରିଛି ପାକିସ୍ତାନ ସେନା। କୁହାଯାଉଛି, ତାଲିବାନ୍ ସେନା ଆକ୍ରମଣରେ ପ୍ରାୟ 60 ପାକିସ୍ତାନୀ ସେନା ପ୍ରାଣ ହରାଇଛନ୍ତି।

Advertisment

 ଆଫଗାନିସ୍ତାର 20 ସୈନିକ ବି ଟଳିଛନ୍ତି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଏପଟେ କ୍ବାତାର ଓ ସାଉଦି ଆରବର ଅନୁରୋଧ ପରେ ସାମୟିକ ଭାବେ ବନ୍ଦ ରହିଛି ଅଘୋଷିତ ଯୁଦ୍ଧ।...

ଯୁଦ୍ଧ ନିଆଁରେ ଜଳୁଛି ପାକିସ୍ତାନ-ଆଫଗାନିସ୍ତାନ ସୀମା। ଦୁଇ ଇସଲାମିକ୍ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଘମାଘୋଟ ଲଢେଇ। ପରସ୍ପର ଉପରେ ଆତଙ୍କୀ କାର୍ଯ୍ୟକଳାପର ଅଭିଯୋଗ ଆଣି ମୁହାଁମୁହିଁ ପାକିସ୍ତାନ ଓ ଆଫଗାନିସ୍ତାନ ସେନା। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଶନିବାର ବିଳମ୍ବିତ ରାତିରେ ଆଫଗାନ୍ ସୀମାରୁ ହଠାତ ପାକ୍ ସୀମାକୁ ହୋଇଥିଲା ଆଖି ବୁଜା ଗୁଳି ବର୍ଷଣ। ଏଥିରେ 58 ପାକିସ୍ତାନୀ ସୈନିକଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି 30ରୁ ଅଧିକ। ଖାଲି ସେତିକି ନୁହେଁ, 20ରୁ ଅଧିକ ପାକିସ୍ତାନୀ ପୋଷ୍ଟକୁ ଉଡ଼ାଇ ଦେଇଛନ୍ତି ତାଲିବାନୀ ସେନା।

Advertisment

କିଛି ଅସର୍ଥିତ ସୂତ୍ରର ସୂଚନା ଅନୁସାରେ ଆଫଗାନ ଆକାଶରେ ଉଡୁଥିବା ପାକିସ୍ତାନର ଏକ F-16 ଲଢୁଆ ବିମାନକୁ ମଧ୍ୟ ଖସାଇ ଦିଆଯାଇଛି। ଅନ୍ୟପଟେ ପାକିସ୍ତାନୀ ସେନା ଆକ୍ରମଣରେ ନିହତ ହୋଇଛନ୍ତି 20ରୁ ଅଧିକ ଅଫଗାନ ସୈନିକ।...

ଦୁଇ ଦେଶ ଭିତରେ ଏ ଭୟଙ୍କର ଉତ୍ତେଜନା ପରେ ଆରମ୍ଭ ହୋଇଛି ପରସ୍ପର ଉପରେ ଆକ୍ଷେପ ଓ ପ୍ରତି ଆକ୍ଷେପ କରିଛନ୍ତି ଇସଲାମାବାଦ୍ ଓ କାବୁଲ କର୍ତ୍ତୃପକ୍ଷ। ତାଲିବାନର ଆକ୍ରମଣକୁ ପାକିସ୍ତାନ ବେଆଇନ୍ ଓ ବଳପୂର୍ବକ ସୀମା ଉଲ୍ଲଂଘନ ବୋଲି କହିଛି। ଏପଟେ ଭାରତ ଗସ୍ତରେ ଥିବା ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି କହିଛନ୍ତି ଯେ, ପାକିସ୍ତାନୀ ସେନାକୁ ଯବାବ ଦେବାକୁ ଯାଇ, ଉଚିତ ପଦକ୍ଷେପ ନେଇଛି ତାଲିବାନ। ଏ ପ୍ରତି ଆକ୍ରମଣ ଦ୍ବାରା ତାଲିବାନର ଲକ୍ଷ୍ୟ ପୂରଣ ହୋଇଛି।...

Advertisment

2021ରେ ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ କ୍ଷମତାକୁ ଆସିବା ପରେ ପାକିସ୍ତାନ ସହ ପ୍ରଥମ ଥର ଏ ତିକ୍ତତା। ପ୍ରଶ୍ନ ଉଠୁଛି, ଏକଦା ଭଲ ସମ୍ପର୍କ ଥିବା ଏ ଦୁଇ ମଧ୍ୟରେ ଲଢେଇ କାହିଁକି। ଆଫଗାନିସ୍ତାନର ଅଭିଯୋଗ ଯେ, ପାକିସ୍ତାନର କିଛି ଆତଙ୍କୀ ତତ୍ତ୍ୱ ଦେଶରେ ଅଶାନ୍ତି ଖେଳାଇବାକୁ ଚାହୁଁଛନ୍ତି। ଗତ ସପ୍ତାହରେ କାବୁଲରେ ଏକ ବଡ଼ ବିସ୍ଫୋରଣ ପଛରେ ପାକିସ୍ତାର ହାତ ଥିବା ଦାବି କରିଛି କାବୁଲ। ଆଉ ସେଇ ଅଭିଯୋଗରୁ ହିଁ ଅଶାନ୍ତିର ସୂତ୍ରପାତ ହୋଇଥିବା କୁହାଯାଉଛି। ସେପଟେ ଭାରତ ସହ ଆଫଗାନିସ୍ତାନର ସୁସମ୍ପର୍କକୁ ନେଇ ବି ପାକିସ୍ତାନ ରକ୍ତମୁଖା ହୋଇ କାବୁଲରେ ଆକ୍ରମଣ କରିବା ଅନ୍ୟତମ କାରଣ ବୋଲି ବି ଚର୍ଚ୍ଚା ହେଉଛି।...

ସୀମାରେ ସଂଘର୍ଷ ପରେ ଏବେ ପ୍ରବଳ ଉତ୍ତେଜନାରୁ ବ୍ୟାପକ ଫୋର୍ସ ମୁତୟନ ସହ ସୀମା ସିଲ୍ କରିଛନ୍ତି ଉଭୟ ଦେଶ। ଫଳରେ ଦୁଇ ଦେଶ ମଧ୍ୟରେ ସାମାଜିକ ଓ ବ୍ୟବସାୟିକ ସମ୍ପର୍କ ଠପ୍ ହୋଇଛି। କ୍ବାତାର ଏବଂ ସାଉଦି ଆରବର ଅନୁରୋଧ ପରେ ତାଲିବାନ୍ ଆକ୍ରମଣରେ ବିରାମ ଲଗାଇଥିବା କହିଛି। ତେଣେ ଇଟାର ଯବାବ ପଥରରେ ଦିଆଯିବ ବୋଲି ଆଫଗାନିସ୍ତାନକୁ ଚେତାବନୀ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍। 

Pakistan Afghanistan-Pakistan Tension Afganisthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ