Bangladesh Unrest Photograph: (OTV)
ଜଳୁଛି ବାଂଲାଦେଶ, ଘିଅ ଢାଳୁଛି ପାକିସ୍ତାନ ! ଉଗ୍ର ରୂପ ନେଉଛି ବାଂଲାଦେଶ ହିଂସା । ଭାରତ ବିରୋଧୀ ଛାତ୍ର ନେତା ସରିଫ୍ ଓସମାନ ହାଦିର ମୃତ୍ୟୁ ପରେ ସାରା ଦେଶରେ ପୋଡାଜଳା, ଭଙ୍ଗାରୁଜା ଚଲାଇଛନ୍ତି ହିଂସାକାରୀ । କେଉଁଠି ହିନ୍ଦୁଙ୍କୁ ମାରିକି ଜାଳିଲେଣି ତ ଆଉ କୋଉଠି ୭ ବର୍ଷର କଅଁଳ ଶିଶୁ ଜୀଅଁନ୍ତା ଜଳିଲାଣି ହିଂସା ନିଆଁରେ । ଭାରତ ବିରୋଧୀ ସ୍ଲୋଗାନ ସହ ଭାରତୀୟ ଦୂତାବାସକୁ ବି ଟାର୍ଗେଟ କରୁଛନ୍ତି ହିଂସାକାରୀ । ବାଂଲାଦେଶରୁ ଏମିତି ଗୋଟିଏ ପରେ ଗୋଟିଏ ଅତି ଭୟାନକ, ଲୋମଟାଙ୍କୁରା ଦୃଶ୍ୟ ଆସୁଛି ସାମ୍ନାକୁ ।
ଶୁକ୍ରବାର ବିଳମ୍ବିତ ରାତିରେ ହିଂସାକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପାର୍ଟି ବିଏନ୍ପିର ଜଣେ ନେତା ବିଲାଲ୍ ହୁସେନ୍ଙ୍କ ଘରେ ନିଆଁ ଲଗାଇଥିଲେ । ଏଥିରେ ଶୋଇଥିବା ଅବସ୍ଥାରେ ତାଙ୍କର ୭ବର୍ଷୀୟା ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛି । ହିଂସାକାରୀମାନେ ପ୍ରଥମେ ଘରର ଦୁଇଟିଯାକ ଦ୍ୱାରକୁ ବନ୍ଦ କରିଥିଲେ । ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ISIର ଢ଼ାକା ସେଲ୍
ତେବେ ବାଂଲାଦେଶରେ ଏହି ହିଂସା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଢାକା ସେଲ୍ ହାତ ଥିବା କୁହାଯାଉଛି । ପାକିସ୍ତାନ, ଢାକା ସ୍ଥିତ ନିଜ ହାଇକମିଶନ ମଧ୍ୟରେ ଏକ ସ୍ବତନ୍ତ୍ର ସେଲ୍ ଗଠନ କରିଛି । ଏହି ସେଲ୍ରେ ଜଣେ ବ୍ରିଗେଡିୟର, ୨ ଜଣ କର୍ନେଲ, ୪ ଜଣ ମେଜର ଏବଂ ସ୍ଥଳସେନା, ନୌସେନା ଓ ବାୟୁସେନାର କିଛି ଅଧିକାରୀ ସାମିଲ ଅଛନ୍ତି । ଯାହାର ଉଦ୍ଦେଶ୍ୟ, ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରିବା ଓ ଆତଙ୍କବାଦକୁ ବଢାଇବା । ISI ବାଂଲାଦେଶୀ ଯୁବକଙ୍କୁ ଭାରତ ବିରୋଧୀ ଓ କଟରପନ୍ଥୀ ବିଚାରଧାରା ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରୁଛି ।
ଗତ ଅକ୍ଟୋବରରେ ପାକିସ୍ତାନ ‘ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ଜେନେରାଲ ଶାହିର୍ ସମସାଦ୍ ମିର୍ଜାଙ୍କ ୪ ଦିନିଆ ଢାକା ଗସ୍ତ ବେଳେ ଏହି ISI ସେଲ୍ ଆକ୍ଟିଭ୍ ହୋଇଥିଲା । ଏହି ଗସ୍ତରେ ମିର୍ଜା ଓ ISI ଅଧିକାରୀ, ବାଂଲାଦେଶ ନ୍ୟାସନାଲ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ ।
ହିନ୍ଦୁସ୍ତାନକୁ ଭାଗ ଭାଗ କରିବାକୁ ଚାହୁଁଥିବା ଓସ୍ମାନ ହାଦିର ହତ୍ୟା ପରେ ବାଂଲାଦେଶରେ ସୃଷ୍ଟି ହୋଇଛି ଏମିତି ଭୟଙ୍କର ସ୍ଥିତି । ଉତ୍ତରପୂର୍ବ ଭାରତକୁ ଛଡାଇ ଗ୍ରେଟର ବାଂଲାଦେଶ ବନାଇବାକୁ ସ୍ୱପ୍ନ ଦେଖୁଥିଲା ହାଦି । ସବୁବେଳେ ଭାରତ ବିରୋଧରେ ବିଷ ଓଗାଳୁଥିବା ହାଦିକୁ ଦୁଇ ଜଣ ସୁଟ୍ର ବିଚ୍ ରାସ୍ତାରେ ଗୁଳି କରି ମାରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/bangladesh-unrest-2025-12-21-16-05-59.jpg)