Advertisment

No US Entry for Diabetics: ଟ୍ରମ୍ପ୍ ପ୍ରଶାସନର ଅଜବ ନୀତି , ଡାଏବେଟିସ୍ କି ହାର୍ଟ ଡିଜିଜ୍ ଥିଲେ ମିଳିବନି ଆମେରିକାକୁ ଏଣ୍ଟ୍ରି

ଚାକିରି କିମ୍ବା ଉଚ୍ଚଶିକ୍ଷା ଆଶାରେ ଆମେରିକା ଯିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଝଟକା। ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ଆମେରିକା ସରକାର। ଆପଣଙ୍କର ଡାଏବେଟିସ୍ କିମ୍ବା ହାର୍ଟ ଡିଜିଜ୍ ଥିଲେ ଭିସା ମିଳି ନପାରେ।

VISA

VISA Photograph: (OTV)

Advertisment

ଚାକିରି କିମ୍ବା ଉଚ୍ଚଶିକ୍ଷା ଆଶାରେ ଆମେରିକା ଯିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଝଟକା। ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ଆମେରିକା ସରକାର। ଆପଣଙ୍କର ଡାଏବେଟିସ୍ କିମ୍ବା ହାର୍ଟ ଡିଜିଜ୍ ଥିଲେ ଭିସା ମିଳି ନପାରେ। ଆବେଦନକୁ ଖାରଜ କରିପାରେ ଆମେରିକା। ଏନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ସବୁ ଦୂତାବାସ ଓ କନସୁଲେଟ୍ଗୁଡ଼ିକୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ଭିସା ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ଧ୍ୟାନ ଦେବାକୁ କୁହାଯାଇଛି। ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବରେ କୁହାଯାଉଛି ଯେ, ଅସୁସ୍ଥ ଲୋକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେଲେ ସାର୍ବଜନୀନ ବୋଝ ହୋଇପାରନ୍ତି ସେମାନେ। ଆମେରିକୀୟ ସମ୍ବଳ ନଷ୍ଟ କରିପାରନ୍ତି। ନୂଆ ନିୟମରେ ଭିସା ଅଧିକାରୀଙ୍କୁ ଡାଏବେଟିସ୍, ହୃଦ୍ ରୋଗ ସହ ଶ୍ୱାସକ୍ରିୟା, ସ୍ନାୟୁ ଓ ମାନସିକ ସ୍ୱାସ୍ଥ୍ୟ ବିକାରଗ୍ରସ୍ତ ଭଳି ଦୀର୍ଘକାଳୀନ କିମ୍ବା ମହଙ୍ଗା ଚିକିତ୍ସା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ତେବେ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ପାଇଁ ନିୟମ ଲାଗୁ ହେବ କି ନାହିଁ ସ୍ପଷ୍ଟ ହୋଇନି। ...

Advertisment

ଟ୍ରମ୍ପ ପ୍ରଶାସନର ଏହି ନୂଆ ନିୟମ ଭିସା ଅଧିକାରୀଙ୍କୁ ଅଧିକ କ୍ଷମତା ଦେବ। ଆମେରିକାକୁ ଯିବାକୁ ଭିସା ଆବେଦନ ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି। କିନ୍ତୁ ନୂଆ ନିୟମ ଭିସା ଅଧିକାରୀଙ୍କୁ ଅଧିକ କ୍ଷମତା ଦେବ। ସେମାନେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ଓ ସମ୍ଭାବ୍ୟ ରୋଗକୁ ଦେଖି ଭିସା ଆବେଦନ ଖାରଜ କରିପାରିବେ। ସେହିପରି ଆମେରିକାରେ ଦେଶାନ୍ତରକୁ ଆହୁରି କଠୋର କରିବ ବୋଲି କୁହାଯାଉଛି। ନୂଆ ନିୟମ ଅନୁସାରେ କୌଣସି ବ୍ୟକ୍ତି ଆମେରିକାରେ ସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ନିର୍ଭରଶୀଳ ବିବେଚିତ ହେଲେ ତାଙ୍କୁ ଏକ ସାର୍ବଜନୀନ ବୋଝ ବୋଲି ଧରାଯିବ। ନିୟମ ଭିସା ଆବେଦନକାରୀଙ୍କ ସମେତ ତାଙ୍କ ଉପରେ ନିର୍ଭରଶୀଳ ପିଲାଛୁଆ ଓ ବୃଦ୍ଧ ବାପାମାଆଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ବିଚାର କରିବ। 

ଗତ କିଛି ବର୍ଷରେ ହ୍ୱାଇଟ୍ ହାଉସ୍ ବିଦେଶୀ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିଛି। ଶରଣାର୍ଥୀଙ୍କ ପ୍ରବେଶରେ ପ୍ରତିବନ୍ଧକ ସହ ବିଭିନ୍ନ ବର୍ଗର ଭିସାରେ ନିୟମକୁ ଅଧିକ କଡ଼ାକଡ଼ି କରିଛି ଆମେରିକା। ସେହିପରି H-1B ସହ ଅସ୍ଥାୟୀ ଭିସା ନିୟମରେ ବି ପରିବର୍ତ୍ତନ କରାଯାଇଛି। ଏବେ ଆମେରିକାର ନୂଆ ନିୟମକୁ ନେଇ ବିଶ୍ବରେ ବଡ଼ ଧରଣର ହଲଚଲ ଦେଖାଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ