Switzerland-bar-explosion Photograph: (OTV)
କାଳ ପାଲଟିଲା ଜିରୋ ନାଇଟ୍ ସେଲିବ୍ରେସନ । ଲୋକେ ନାଚଗୀତର ନବବର୍ଷକୁ ସ୍ୱାଗତ କରୁଥିବା ବେଳେ ଥରାଇଦେଲା ପ୍ରଚଣ୍ଡ ବିସ୍ଫୋରଣ । ଦେଖନ୍ତୁ ତା' ପରର ଏ ଲୋମହର୍ଷଣକାରୀ ଚିତ୍ରକୁ । କେମିତି ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳୁଛି ବାର୍ । ସ୍ୱିଜରଲ୍ୟାଣ୍ଡର କ୍ସାନ୍ସ ମୋଣ୍ଟାନା ସହରର ଗୋଟିଏ ବାରରେ ନୂଆବର୍ଷ ପାର୍ଟି ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ଅତିକମରେ 40 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।
ଲେ କଷ୍ଟେଲାସନ ବାର୍ରେ ନୂଆବର୍ଷ ପାର୍ଟି ଚାଲିଥିଲା । ସମୟ ରାତି ପ୍ରାୟ ସାଢେ ୧ଟା ହେବ, ହଠାତ୍ ପ୍ରଚଣ୍ଡ ବିସ୍ପୋରଣରେ ଥରିଯାଇଥିଲା ବାର୍ । ଏହି ସମୟରେ ବାର୍ ଭିତରେ ଶତାଧିକ ଲୋକଙ୍କ ଭିଡ ଜମିଥିଲା । ଲୋକେ ନାଚଗୀତରେ ମସଗୁଲ ଥିବାବେଳେ ଘଟିଥିଲା ଧମାକା । କେହି କିଛି ବୁଝିବା ପୂର୍ବରୁ ବିସ୍ଫୋରଣ ପରେ ବାର୍ରେ ନିଆଁ ଲାଗିଯାଇଥିଲା । ଫଳରେ ଶତାଧିକ ଲୋକ ବାହାରି ନପାରି ନିଆଁରେ ଜଳିଯାଇଥିଲେ ।
ପୋଲିସ ସୂଚନା ମୁତାବକ, ବାର୍ର ବେସମେଣ୍ଟରେ ବିସ୍ଫୋରଣ ହୋଇଥିଲା । ହେଲେ କିଏ ଏହି ବିସ୍ଫୋରଣ ଘଟାଇଲା ଓ କେତେ ମୃତାହତ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ କିଛି ଗଣମାଧ୍ୟମରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ସୋସିଆଲ ମିଡିଆରେ ବିସ୍ଫୋରଣର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକମାନେ ନିଆଁ ଲାଗିବା ପରେ ଧାଁଦୌଡ଼ କରୁଥିବା ଏଥିରେ ଦେଖାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/switzerland-bar-explosion-2026-01-01-17-31-38.jpg)