Advertisment

Youth Power in Nepal: ନେପାଳରେ ନୂଆ GEN-Z ସରକାର, ବିପୁଳ ବିଜୟ ଦିଗରେ ବଲେନ୍ଦ୍ରଙ୍କ RSP ଦଳ

ବିପୁଳ ବିଜୟ ଦିଗରେ ବଲେନ୍ଦ୍ରଙ୍କ RSP ଦଳ। ଏକତରଫା ବିଜୟ ଆଡ଼କୁ ବଲେନ୍ଦ୍ରଙ୍କ RSP ଦଳ ବଢ଼ିଛି। ନେପାଳ ସଂସଦର ମୋଟ୍ ୨୭୫ ସିଟରୁ ୧୧୦ରୁ ଅଧିକ ସିଟରେ ଏକତରଫା ଆଗୁଆ ରହିଛି। କେ.ପି. ଶର୍ମା ଓଲିଙ୍କୁ ବି ମାତ୍ ଦେଇଛନ୍ତି ବଲେନ୍ଦ୍ର।

NEPAL

NEPAL Photograph: (OTV)

Advertisment

ନେପାଳରେ ନୂଆ GEN-Z ସରକାର। ରାପର୍ ରୁ ରାଜନୀତିକୁ ଆସିଥିବା କାଠମାଣ୍ଡୁର ପୂର୍ବତନ ମେୟର ବଲେନ୍ଦ୍ର ଶାହ ହୋଇପାରନ୍ତି ନୂଆ ନେପାଳ ପ୍ରଧାନମନ୍ତ୍ରୀ।
ବିପୁଳ ବିଜୟ ଦିଗରେ ବଲେନ୍ଦ୍ରଙ୍କ RSP ଦଳ। ଏକତରଫା ବିଜୟ ଆଡ଼କୁ ବଲେନ୍ଦ୍ରଙ୍କ RSP ଦଳ ବଢ଼ିଛି। ନେପାଳ ସଂସଦର ମୋଟ୍ ୨୭୫ ସିଟରୁ ୧୧୦ରୁ ଅଧିକ ସିଟରେ ଏକତରଫା ଆଗୁଆ ରହିଛି। କେ.ପି. ଶର୍ମା ଓଲିଙ୍କୁ ବି ମାତ୍ ଦେଇଛନ୍ତି ବଲେନ୍ଦ୍ର।...

Advertisment

କେପି ଶର୍ମା ଓଲି ପଛରେ

ନେପାଳର ଚାରି ଥରର ପ୍ରଧାନମନ୍ତ୍ରୀ ଥିବା କେପି ଶର୍ମା ଓଲିଙ୍କୁ ୧୫ ହଜାରରୁ ଅଧିକ ଭୋଟ୍ ରେ ପଛରେ ପକାଇଛନ୍ତି। ‘ବାଲେନ୍’ ନାମରେ ନେପାଳରେ ବେଶ୍ ପରିଚିତ ୩୫ ବର୍ଷୀୟ ଇଞ୍ଜିନିୟର୍ ବଲେନ୍ଦ୍ର ଶାହା।

ଗତବର୍ଷ ନେପାଳରେ ‘ଜେନ୍ ଜି’ ଙ୍କ ବିକ୍ଷୋଭ ପରେ ଗାଦିଚ୍ୟୁତ୍ ହୋଇଥିଲେ କେପି ଶର୍ମା। କୁହାଯାଉଥିଲା କି, ବଲେନଙ୍କ ନେତୃତ୍ବରେ ହିଁ ଯୁବ ପିଢ଼ି ରାସ୍ତାକୁ ଓହ୍ଲାଇଥିଲେ। ଗଲା ୧୮ ବର୍ଷରେ ନେପାଳରେ ୧୪ଟି ସରକାର ବଦଳିଛି, ଯାହା ଦେଶର ରାଜନୈତିକ ଅସ୍ଥିରତାକୁ ପ୍ରକାଶ କରୁଛି। ତେଣୁ ବଲେନଙ୍କ ସମ୍ମୁଖରେ ରହିଛି ଚ୍ୟାଲେଞ୍ଜ ଅନେକ।

Advertisment

ରାପର୍ ହେଇପାରନ୍ତି ନୂଆ ନେପାଳ ପ୍ରଧାନମନ୍ତ୍ରୀ
ରାପରରୁ ରାଜନୀତିକୁ ଆସିଛନ୍ତି ବଲେନ୍ଦ୍ର ଶାହ 
ବିପୁଳ ବିଜୟ ଦିଗରେ ବଲେନ୍ଦ୍ରଙ୍କ RSP ଦଳ
ଏକତରଫା ବିଜୟ ଆଡ଼କୁ ବଲେନ୍ଦ୍ରଙ୍କ RSP ପାର୍ଟି 
୨୭୫ ସିଟରୁ ୧୧୦ରୁ ଅଧିକ ସିଟରେ ଏକତରଫା ଆଗୁଆ 
ପୂର୍ବତନ କାଠମାଣ୍ଡୁ ମେୟର ବଲେନ୍ଦ୍ର ଶାହ 
କେ.ପି. ଶର୍ମା ଓଲିଙ୍କୁ ବି ମାତ୍ ଦେଲେ ବଲେନ୍ଦ୍ରଙ୍କ RSP

GenZ Nepal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ