Advertisment

Monster Storm: ଭୟଙ୍କର ବାତ୍ୟାର ପ୍ରଳୟ, ୨୩୦ କିଲୋମିଟର ପବନରେ ଛାରଖାର

ପ୍ରଳୟ ଆଣିଛି ଭୟଙ୍କର ବାତ୍ୟା। ଘଣ୍ଟା ପ୍ରତି ୨୩୦ କିଲୋମିଟର ପବନରେ ଛାରଖାର ହୋଇଯାଇଛି ଦେଶ। ଉପୁଡିଛି ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଏବଂ ଭାଙ୍ଗି ପଡିଛି ଘର।

Cyclone Fina

Cyclone Fina Photograph: (OTV)

Advertisment

ଅଷ୍ଟ୍ରେଲିଆରେ ପ୍ରଳୟ ଆଣିଛି ବାତ୍ୟା ଫିନା। ଘଣ୍ଟା ପ୍ରତି ୨୩୦ କିଲୋମିଟର ପବନରେ ଛାରଖାର ହୋଇଯାଇଛି ଦେଶ। ଏହି ବାତ୍ୟାରେ ଉତ୍ତର ଅଷ୍ଟ୍ରେଲିଆ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶନିବାର ରାତିରେ ବାତ୍ୟା ଅଷ୍ଟ୍ରେଲିଆର ଡାରଓ୍ବିନରେ ସ୍ଥଳଭାଗ ଛୁଇଁଥିଲା। ତା’ପରେ ଆରମ୍ଭ ହୋଇଯାଇଥିଲା ଭୟଙ୍କର ପବନ ଓ ବର୍ଷା। ଯେଉଁଥିରେ ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଏବଂ ଘର ଭାଙ୍ଗି ପଡିଥିଲା। ଅନେକ ରାସ୍ତା ଜଳମଗ୍ନ ହୋଇ ଯାତାୟାତ ବାଧାପ୍ରାପ୍ତ ହେଲା। କର୍ତ୍ତୃପକ୍ଷ ଲୋକମାନଙ୍କୁ ଘର ଭିତରେ ରହିବା ଏବଂ ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ତାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ବାତ୍ୟାରେ କେହି ମୃତାହତ ହୋଇନଥିବା ବେଳେ ୧୯ ହଜାର ଲୋକ ବିଦ୍ୟୁତ ବିନା ଅନ୍ଧାରରେ ଅଛନ୍ତି।

Advertisment

ଫିନାର ପ୍ରଭାବ ଡାରୱିନ୍ ବାସିନ୍ଦାଙ୍କୁ ୧୯୭୪ ମସିହାର ବିନାଶକାରୀ ବାତ୍ୟା ଟ୍ରେସିର ବିଧ୍ୱଂଶକି ମନେ ପକାଇ ଦେଇଥିଲା। ଯାହା ସେତେବେଳେ ସହରର ଏକ ବଡ଼ ଅଂଶକୁ ଧ୍ୱଂସ କରିଥିଲା। ଯଦିଓ ଫିନା ଏତେ ଭୟଙ୍କର ନଥିଲା, ତଥାପି ଏହାର ତୀବ୍ରତାରେ କୋଠା, ଗଛ ଏବଂ ଅତ୍ୟାବଶ୍ୟକୀୟ ସେବା କ୍ଷତିଗ୍ରସ୍ତ ହେଇଥିଲା। ଏବେ ଫିନାର ତୀବ୍ରତା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଆଉ ଜରୁରୀକାଳୀନ କର୍ମଚାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳରେ ସୁରକ୍ଷା ଯାଞ୍ଚ ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ବାତ୍ୟା ଫିନା ପାଇଁ ଡାରୱିନର ବିମାନବନ୍ଦର, ସ୍କୁଲ ଏବଂ ପରିବହନ ସେବାଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା। ତେବେ ଧିରେ ଧିରେ ପରିସ୍ଥିତ ସୁଧୁରୁଥିବାରୁ ସେବା ଗୁଡ଼ିକୁ ଧିରେ ଆରମ୍ଭ ହେବାରେ ଲାଗିଛି। ବାତ୍ୟା ପାଇଁ ଜନସାଧାରଣଙ୍କ ପ୍ରସ୍ତୁତି ଏବଂ ଉଦ୍ଧାର ବ୍ୟବସ୍ଥାର ସକ୍ରିୟତାକୁ ଅଧିକାରୀ ମାନେ ପ୍ରଶଂସା କରିଛନ୍ତି। ଧିରେ ଧିରେ ପରିସ୍ଥିତି ସୁଧୁରୁଛି ତଥାପି ପାଣିପାଗ ବିଜ୍ଞାନୀମାନେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଆମ୍ବୁଲାନ୍ସ ସେବା ଏବଂ ଜରୁରୀକାଳୀନ ଦଳଗୁଡ଼ିକ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି।

Advertisment
Australia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ