NAMO-CRAZE Photograph: (OTV)
ଐତିହାସିକ...ସ୍ବର୍ଣ୍ଣିମ...ସ୍ମରଣୀୟ...
ଇସ୍ରାଏଲରେ ମୋଦି, ସାରା ଦୁନିଆର ନଜର
ହଲଚଲ୍ ବିଶ୍ବ କୁଟନୀତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ, ଇସ୍ରାଏଲ୍ ପିଏମ୍ ହୁଅନ୍ତୁ ଅବା ଫ୍ରାନ୍ସ ପ୍ରେସିଡେଣ୍ଟ...ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ଦାଜ ସବୁବେଳେ ଅଲଗା। ସମସ୍ତେ ହାତ ମିଶାଇ ସ୍ବାଗତ କରନ୍ତି କିନ୍ତୁ ମୋଦି ହାତ ବି ମିଶାନ୍ତି ଆଉ ଆଲିଙ୍ଗନ ବି କରନ୍ତି। ଏଇ ଆତ୍ମୀୟତାଭରା ଆଲିଙ୍ଗନ ଏବେ ବନିଛି ‘ମୋଦି ହଗ୍’। ଆଉ ଇସ୍ରାଏଲ ସଂସଦରେ ମୋଦିଙ୍କ ଏଇ ନିଆରା ଅଭିବାଦନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।
ଇସ୍ରାଏଲ୍ ମାଟିରେ ପାଦ ରଖିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ, ଇସ୍ରାଏଲ୍ ସଂସଦରେ ଅଭିଭାଷଣ ରଖିଥିବା ପ୍ରଥମ ଭାରତୀୟ ହେଉଛନ୍ତି ମୋଦି। ଇସ୍ରାଏଲ ସଂସଦ କନେସେଟରେ ପହଞ୍ଚିବା ପରେ ସବୁ ସାଂସଦ ଛିଡ଼ା ହୋଇ କରତାଳିରେ ସ୍ବାଗତ କରିଥିଲେ। ମୋଦି ମୋଦି ନାରାରେ କମ୍ପିଥିଲା ପୁରା ପାର୍ଲାମେଣ୍ଟ। ଏମିତିକି, ଇସ୍ରାଏଲର ସାଂସଦ ମାନେ ମୋଦିଙ୍କ ସହ ସେଲଫି ନେବାକୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ। ଏହି ଅବସରରେ ମୋଦିଙ୍କୁ ନିଜ ବନ୍ଧୁ, ନିଜ ପରିବାର ସଦସ୍ୟ କହି ସମ୍ବୋଧିତ କରି ଭାବବିହ୍ବଳ ହୋଇପଡ଼ିଥିଲେ ନେତାନ୍ୟାହୁ।
୯ ବର୍ଷ ପରେ ପିଏମ୍ ମୋଦି ଗତକାଲି ଇସ୍ରାଏଲ୍ ମାଟିରେ ପହଞ୍ଚି ବିମାନରୁ ନ ଓହ୍ଲାଉଣୁ ଏୟାରପୋର୍ଟକୁ ଆସିଯାଇଥିଲେ ନେତାନ୍ୟାହୁ। ରାଷ୍ଟ୍ର ମୁଖ୍ୟ ଭାବେ ନୁହେଁ ବରଂ ପରମ ବନ୍ଧୁ, ସେଥିପାଇଁ ପ୍ରୋଟୋକଲ୍ ଭାଙ୍ଗି ପୁରୁଣା ଅନ୍ଦାଜରେ ମୋଦିଙ୍କୁ ସ୍ବାଗତ କରିଥିଲେ। ରେଡ୍ କାପର୍ଟ ବିଛା ଯାଇଥିଲା ଆଉ ଦୁଇ ରାଷ୍ଟ ମୁଖ୍ୟଙ୍କ ମଧ୍ୟରେ ଆଲିଙ୍ଗନର ପର୍ବ ବି ଚାଲିଥିଲା।
ଏହି ସମୟରେ ମୋଦିଙ୍କ ଗେରୁଆ ରଙ୍ଗର ପକେଟ୍ ସ୍କୁଏର୍ ଉପରେ ନଜର ପଡ଼ିଥିଲା ନେତାନ୍ୟାହୁଙ୍କ। ସ୍ତ୍ରୀ ସାରା ବି ଗେରୁଆ ରଙ୍ଗର ସୁଟ୍ ପିନ୍ଧିଥିଲେ। ବାସ୍ ଦୁଇ ବନ୍ଧୁଙ୍କ ମଧ୍ୟରେ କିଛି ହାଲୁକା ମୁହୂର୍ତ୍ତ ବିତିଥିଲା। ଉଭୟ ପିଏମ୍ ମଜାଳିଆ ଢଙ୍ଗରେ ଗେରୁଆ ରଙ୍ଗକୁ ନେଇ ଆଲୋଚନା ବି କରିଥିଲେ।
ଭାରତୀୟ ପରିଧାନରେ ନେତାନ୍ୟାହୁ
ଆଉ ଗତକାଲି ରାତିରେ ପ୍ରାଇଭେଟ୍ ଡିନର ବେଳେ ମୋଦିଙ୍କୁ ସପ୍ରାଇଜ୍ ଦେଇ ପୂରା ଭାରତୀୟ ପରିଧାନରେ ସାମ୍ନାକୁ ଆସିଥିଲେ ନେତାନ୍ୟାହୁ। ପିନ୍ଧିଥିଲେ ହ୍ବାଇଟ୍ ସାର୍ଟ ବ୍ଲୁ ପ୍ୟାଣ୍ଟକୁ ମୋଦିଙ୍କ ଅତି ଫେଭରେଟ୍ ବନ୍ଦ୍ ଗଲା ହାଫ୍ ଜ୍ୟାକେଟ୍ । ଆଉ ଏହାର ଫଟୋକୁ ହିନ୍ଦୀ ଲେଖା ସହ ଏକ୍ସରେ ପୋଷ୍ଟ ବି କରିଥିଲେ ।
ମୋଦିଙ୍କ ଏଇ ‘ହଗ୍ ଡିପ୍ଲୋମେସି’ ବଦଲାଇ ଦିଏ ଭାରତ ସହ ସାମ୍ନା ଦେଶର ସମ୍ପର୍କ। ବିଗୁଡ଼ୁଥିବା ସ୍ଥିତିକୁ ସୁଧାରି ଦିଏ, କହିବାକୁ ଗଲେ ମନ ପରିବର୍ତ୍ତନ କରିଦିଏ। ଗଲା ଦଶନ୍ଧି ଭିତରେ ଏମିତି ଅନେକ ଏସିଆ, ୟୁରୋପୀୟ, ଏବଂ ମଧ୍ୟପ୍ରାଚ୍ୟ ଦେଶ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କ ସୁଧୁରିଛି, ମଜଭୁତ ହେଇଛି। ଏହାର ବଳିଷ୍ଠ ଉଦାହରଣ ଇସ୍ରାଏଲ୍।
ଏବେ ଭାରତ ଓ ଇସ୍ରାଏଲ୍ କେବଳ ବ୍ୟାବସାୟିକ ବନ୍ଧୁ ନୁହେଁ ବିଚାର, ନିଷ୍ପତ୍ତି ଏବଂ ନିରୂପଣରେ ବି ଏକ ପରସ୍ପର ଉପରେ ନିର୍ଭରଶୀଳ। କାରଗିଲ୍ ଯୁଦ୍ଧରୁ ଅପରେସନ୍ ସିନ୍ଦୂର ସବୁବେଳେ ଇସ୍ରାଏଲ୍ ଭାରତର ସଚ୍ଚା ବନ୍ଧୁ ଭାବେ ନିଜକୁ ପ୍ରମାଣିତ କରିଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/namo-craze-2026-02-26-20-51-57.jpg)