Advertisment

Minor Girl In Pak: ଧର୍ମ ପରିବର୍ତ୍ତନ କଲେ, ୭ ଝିଅର ବାପାକୁ ବାହା ହେଲେ

ଧର୍ମ ପରିବର୍ତ୍ତନ କଲେ ନାବାଳିକା ।  ୭ଟି ଝିଅର ବାପାଙ୍କୁ ବାହା ହେଲେ । ପାକିସ୍ତାନର ସିନ୍ଧ ପ୍ରଦେଶରୁ ଆସିଥିବା ଏମିତି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରିପୋର୍ଟ ଅନୁସାରେ ୧୫ ବର୍ଷର ଜଣେ ହିନ୍ଦୁ ଝିଅ ଗୋଟିଏ ସପ୍ତାହ ପୂର୍ବରୁ ନିଖୋଜ ଥିଲେ।

Hindu-Minor-Girl-Married-To-Older-Man

Hindu-Minor-Girl-Married-To-Older-Man Photograph: (OTV)

Advertisment

ଧର୍ମ ପରିବର୍ତ୍ତନ କଲେ ନାବାଳିକା ।  ୭ଟି ଝିଅର ବାପାଙ୍କୁ ବାହା ହେଲେ । ପାକିସ୍ତାନର ସିନ୍ଧ ପ୍ରଦେଶରୁ ଆସିଥିବା ଏମିତି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରିପୋର୍ଟ ଅନୁସାରେ ୧୫ ବର୍ଷର ଜଣେ ହିନ୍ଦୁ ଝିଅ ଗୋଟିଏ ସପ୍ତାହ ପୂର୍ବରୁ ନିଖୋଜ ଥିଲେ। ସେ ଜନ୍ମରୁ କଥା କହିପାରୁ ନଥିଲେ କି ଶୁଣି ପାରୁ ନଥିଲେ। ଏବେ ସେ ସାମ୍ନାକୁ ଆସିଛନ୍ତି ଆଉ ଯାହା ଜଣାପଡ଼ିଛି ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି।

Advertisment

ସେ ଏବେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଆଉ ତାଙ୍କଠାରୁ ବୟସରେ ଢେର୍ ବଡ ଜଣେ ମୁସଲମାନଙ୍କୁ ବାହା ହୋଇଛନ୍ତି। ଘଟଣାଟି ଜଣାପଡ଼ିବା ପରଠାରୁ, ଝିଅଟିର ପରିବାର ମଧ୍ୟରେ କ୍ରୋଧ ଏବଂ ଚିନ୍ତା ଦେଖାଦେଇଛି। ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅପହରଣ କରାଯାଇଥିଲା, ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି ଏବଂ ବିବାହ ପାଇଁ ବାଧ୍ୟ କରାଯାଇଛି। ଏ ଦିଗରେ ପୋଲିସର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି।


ରିପୋର୍ଟ ଅନୁସାରେ, ସିନ୍ଧର ବାଦିନ ଜିଲ୍ଲାର କୋରୱା ସହରରୁ ଝିଅଟି ପ୍ରାୟ ୯ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲା। ତାଙ୍କ ବାପା-ମା ସ୍ଥାନୀୟ ପୋଲିସରେ ଅପହରଣ ଅଭିଯୋଗ କରିଥିଲେ। ବର୍ତ୍ତମାନ, ନାବାଳିକା ଜଣଙ୍କ ତାଙ୍କ ଅଭିଯୁକ୍ତ ସ୍ୱାମୀଙ୍କ ସହ ସ୍ଥାନୀୟ ଏକ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଆଉ ତାଙ୍କର ଧର୍ମାନ୍ତରୀକରଣ ପ୍ରମାଣପତ୍ର ଦେଖାଇଛନ୍ତି।

Advertisment

ବର୍ତ୍ତମାନ ତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି ଯେ୍, କଥା କହି ନ ପାରୁଥିବା ଆଉ ଶୁଣି ନ ପାରୁଥିବା ଜଣେ ନାବାଳିକା କିପରି ଜଣେ ଡ୍ରଗ୍ସ ବ୍ୟବସାୟୀ ଏବଂ ପୂର୍ବରୁ ୭ଟି ଝିଅ ଥିବା ପୁରୁଷଙ୍କୁ ବିବାହ କରିବାକୁ ରାଜି ହୋଇପାରେ?

ରିପୋର୍ଟ ଅନୁସାରେ, ପାକିସ୍ଥାନରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ କଲ୍ୟାଣ ଏବଂ ଅଧିକାର ପାଇଁ କାମ କରୁଥିବା ଏକ ସଂଗଠନ କହିଛି ଯେ ଝିଅଟିକୁ ଅପହରଣ କରାଯାଇଥିଲା, କିନ୍ତୁ ପରିବାରର ଅଭିଯୋଗ ସତ୍ତ୍ୱେ, ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ