Advertisment

Powerful Airstrike Unleashes Overnight Bombing Blitz: ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍, ରାତିସାରା ବର୍ଷିଲା ବୋମା...

ରାତିସାରା ଇସ୍ରାଏଲ ସେନାର ବୋମା ବର୍ଷା ଓ ଘନ ଘନ ମିସାଇଲ ମାଡରେ ପୁଣିଥରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଗାଜା । ଆଉ ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି ।

ISRAE-HAMAS-WAR

ISRAEL-HAMAS-WAR Photograph: (OTV)

Advertisment

ଭୟଙ୍କର ଆଟାକ୍... ନିମିଷକରେ ଚାଲିଗଲା ଶତାଧିକ ଜୀବନ । ଏ ଛାତିଥରା ଦୃଶ୍ୟ ଗାଜାର... ମଙ୍ଗଳବାର ରାତିସାରା ଇସ୍ରାଏଲ ସେନାର ବୋମା ବର୍ଷା ଓ ଘନ ଘନ ମିସାଇଲ ମାଡରେ ପୁଣିଥରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଗାଜା । ଆଉ ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଧ୍ୱଂସସ୍ତୁପ ତଳେ ଦବି ରହିଛି ଅନେକ ଜୀବନ । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ।

Advertisment

ହମାସ୍ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଥିବା କହି ଗାଜାରେ ଏପରି ବଡ ଧରଣର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ହମାସ୍ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଓ ସୁଡଙ୍ଗକୁ ଟାର୍ଗେଟ କରି ମାଡ କରିଛି ମିସାଇଲ ଆଉ ବୋମା । ଶତାଧିକ ମୃତକଙ୍କ ମଧ୍ୟରେ ୪୭ ଶିଶୁ ଓ ୨୦ ମହିଳା ଅଛନ୍ତି । ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅକ୍ଟୋବର ୯ରେ ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ପରେ ଏହା ସବୁଠୁ ବଡ଼ ଧରଣର ଆକ୍ରମଣ । 

ଇସ୍ରାଏଲ ସେନା ଗାଜାର ଦେଇର୍, ଅଲ-ବାଲାହ, ସବ୍ରା, ବୁରେଜ ଶରଣାର୍ଥୀ ଶିବିର,  ନୁସେରାତ୍ ଓ ଖାନ୍ ୟୁନିସ୍‌ରେ ୨୦ରୁ ଅଧିକ ହମାସ୍ ଠିକଣାକୁ ଟାର୍ଗେଟ କରିଥିଲା । ଏଥିରେ ୩୦ ଜଣ ହମାସ ନେତାଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ । ହେଲେ ଆକ୍ରମଣରେ ହମାସ୍ ଠିକଣା ସହ ଛାରଖାର୍ ହୋଇଯାଇଛି ସ୍ଥାନୀୟ ବାସଗୃହ ଓ ଶରଣାର୍ଥୀ ଶିବିର । ଯେଉଁଥିପାଇଁ ଏକାଧିକ ସାଧାରଣ ନାଗରିକଙ୍କ ଜୀବନ ଚାଲିଯାଇଛି।

Advertisment

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ହମାସ୍ ଆମ ସେନା ଉପରେ ଆକ୍ରମଣ କରି ଓ ବନ୍ଧକଙ୍କ ମୃତଦେହ ନ ଫେରାଇ ଯୁଦ୍ଧବିରତିର ଉଲ୍ଲଙ୍ଘନ କରିଛି । ଏଥିପାଇଁ ତାକୁ ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲର ଏ ଆକ୍ରମଣକୁ ସମର୍ଥନ କରିଛନ୍ତି ଟ୍ରମ୍ପ । ତେବେ ଏହି ଆକ୍ରମଣ ପରେ ଗାଜାରେ ଯୁଦ୍ଧବିରତିକୁ ପୁଣିଥରେ ମାନିବ ବୋଲି କହିଛି ଇସ୍ରାଏଲ । 

Israel Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ