Advertisment

Bloodshed at the Border: ପାକିସ୍ତାନ ଉପରେ ତାଲିବାନ ହମଲା, ୪୦ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା

ଡୁରାଣ୍ଡ ଲାଇନରେ ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ। ୪୦ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଥିସହ ନାଙ୍ଗ-ରହାରର ଗୋଷ୍ଟା ଓ କୁନାର ପ୍ରାନ୍ତରେ ୧୫ଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ଆଫଗାନ ସୈନ୍ୟଙ୍କ ଦ୍ୱାରା କବଜା କରାଯାଇଛି।

Pakistan

Pakistan Photograph: (OTV)

Advertisment

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ। ଡୁରାଣ୍ଡ ଲାଇନରେ ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ। ୪୦ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଥିସହ ନାଙ୍ଗ-ରହାରର ଗୋଷ୍ଟା ଓ କୁନାର ପ୍ରାନ୍ତରେ ୧୫ଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ଆଫଗାନ ସୈନ୍ୟଙ୍କ ଦ୍ୱାରା କବଜା କରାଯାଇଛି। ଡୁରାଣ୍ଡ ଲାଇନ ହେଉଛି ଆଫଗାନିସ୍ତାନ ଓ ପାକିସ୍ତାନର ସୀମାରେଖା। ସୀମାରେଖା ନିକଟରେ ପାକିସ୍ତାନ ଚେକ୍ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇଛି। ଉଭୟ ପକ୍ଷରୁ ବହୁ ସେନା କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଗୁଳିବର୍ଷା ଜାରି

ସୀମାନ୍ତ ଅଞ୍ଚଳରେ ଗୁଳିବର୍ଷା ଜାରି ରହିଥିବାବେଳେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେପଟେ ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ଉପପ୍ରବକ୍ତା ହମଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି, ଶତ୍ରୁ ବିରୁଦ୍ଧରେ ପ୍ରବଳ ପ୍ରତିଶୋଧମୂଳକ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ ହୋଇଛି। ଏବେ ଯାଏଁ ଗୋଟିଏ ମୁଖ୍ୟାଳୟ ସହ ୧୯ଟି ଆଉଟପୋଷ୍ଟକୁ କବଜା କରାଯାଇଛି। ୪ଟି ଆଉଟପୋଷ୍ଟକୁ ପରିତ୍ୟକ୍ତ ଏବଂ ଖାଲି କରି ସମ୍ପୂର୍ଣ୍ଣ ପୋଡ଼ି ଦିଆଯାଇଛି। 

ଆକ୍ରମଣରେ ୫୫ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଯାହା ମଧ୍ୟରୁ ୨୩ଜଣଙ୍କ ମୃତଦେହ ଏବଂ ଅନେକଙ୍କୁ ମୁଜାହିଦିନଙ୍କ ହେପାଜତକୁ ଜୀବନ୍ତ ନିଆଯାଇଛି। ବହୁ ହାଲୁକା ଏବଂ ଭାରୀ ଅସ୍ତ୍ରଶସ୍ତ୍ର ଲୁଟ ସାମଗ୍ରୀ ଭାବରେ ଜବତ କରାଯାଇଛି। ଗୋଟିଏ ଟ୍ୟାଙ୍କ ନଷ୍ଟ କରାଯାଇଛି। ପ୍ରତିଶୋଧମୂଳକ ଆକ୍ରମଣାତ୍ମକ ଅଭିଯାନ ଜାରି ରହିଛି।...

Advertisment

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ
ଡୁରାଣ୍ଡ ଲାଇନରେ ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ
ପାକିସ୍ତାନ ସେନାର ୪୦ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା 
୧୫ଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ଆଫଗାନ ସୈନ୍ୟଙ୍କ ଦ୍ୱାରା କବଜା
ଡୁରାଣ୍ଡ ଲାଇନ ହେଉଛି ଆଫଗାନିସ୍ତାନ ଓ ପାକିସ୍ତାନର ସୀମାରେଖା
ସୀମାରେଖା ନିକଟରେ ପାକିସ୍ତାନ ଚେକ୍ ପୋଷ୍ଟକୁ ଲକ୍ଷ୍ୟ କରି ଆକ୍ରମଣ
ଉଭୟ ପକ୍ଷରୁ ବହୁ ସେନା କର୍ମଚାରୀ ନିହତ ହୋଇଥିବା ସୂଚନା 
ସୀମାନ୍ତ ଅଞ୍ଚଳରେ ଗୁଳିବର୍ଷା ଜାରି, ସ୍ଥାନୀୟ ଲୋକ ଆତଙ୍କିତ

Taliban Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ