Advertisment

John Cena ends WWE chapter: ଅବସର ନେଲେ ରେସଲର୍ ଜନ୍ ସିନା, ଶେଷ ମ୍ୟାଚ୍ ରେ ଭାବବିହ୍ବଳ ହେଲେ

ଅବସର ନେଲେ ରେସଲର୍ ଜନ୍ ସିନା। WWEରୁ ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ରେସଲର୍ ସୁପରଷ୍ଟାର୍ ଜନ୍ ସିନା। ଗତକାଲି ଖେଳିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ଜନ୍।

John Cena

John Cena Photograph: (OTV)

Advertisment

ଅବସର ନେଲେ ରେସଲର୍ ଜନ୍ ସିନା। WWEରୁ ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ରେସଲର୍ ସୁପରଷ୍ଟାର୍ ଜନ୍ ସିନା। ୨୪ ବର୍ଷର କ୍ୟାରିୟରରେ ଗତକାଲି ସେ ଶେଷ ଥର ପାଇଁ ରିଙ୍ଗକୁ ଓହ୍ଲାଇଥିଲେ। ଜନ୍ ବିଶ୍ବର ଏକମାତ୍ର ଖେଳାଳି ଯିଏ ୧୭ ଥର ବିଶ୍ବ ଚାମ୍ପିଅନ୍ ହେଇଛନ୍ତି। କିନ୍ତୁ ଗତକାଲି ଗୁନଥେରଙ୍କ ବିପକ୍ଷରେ ରିଙ୍ଗକୁ ଓହ୍ଲାଇବା ସହ ଜନ୍ ଟ୍ୟାପ୍ ଆଉଟ୍ ହେଇଥିଲା। ଅର୍ଥାତ ନିଜେ ବି ପରାଜୟକୁ ସ୍ବିକାର କରିଥିଲେ। 

Advertisment

ଗତକାଲି ଖେଳିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ଜନ୍। ୯୦ ଦଶକର ଫେଭରେଟ୍ WWE ସୁପରଷ୍ଟାର ଜନ୍ ସିନା ଏକାଧିକ ହଲିଉଡ୍ ଫିଲ୍ମରେ ବି ନଜର ଆସିଛନ୍ତି। ଗତକାଲି ଗୁନଥେରଙ୍କ ସହ ଶେଷ ମ୍ୟାଚରେ ପ୍ରଥମ ଖେଳାଳି ଭାବେ ସେନାଙ୍କୁ ଟ୍ୟାପ୍ ଆଉଟ୍ କରିବାରେ ସଫଳ ହୋଇଥିଲେ। 

ଏହା ପୂର୍ବରୁ ଜନ୍ ସେନା ନିଜ କ୍ୟାରିୟରର କୌଣସି ମ୍ୟାଚ୍ ରେ ଟ୍ୟାପ୍ ଆଉଟ୍ ହୋଇନଥିଲେ। ତେବେ ଶେଷ ମ୍ୟାଚ୍ ପରେ ଅନେକ କିମ୍ବଦନ୍ତୀ ଷ୍ଟାର୍ ଜନ୍ ସେନାଙ୍କୁ ତାଙ୍କ ଐତିହାସିକ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ସେ ରିଙ୍ଗରେ ଦର୍ଶକଙ୍କୁ ସମ୍ମାନ ଜଣାଇ ଭାବପ୍ରବଣ ହୋଇ ମଞ୍ଚ ଛାଡ଼ିଥିଲେ।

Advertisment
John Cena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ