Advertisment

Khameinei Killed by Precision Strike: ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ; ୩୦ ବମ୍, ଖାମେନେଇଙ୍କ ଖେଳ ଖତମ୍

ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ। ୩୦ ବମ୍, ଖାମେନେଇଙ୍କ ଖେଳ ଖତମ୍। GBU-28 ବୋମା ବର୍ଷା କରି ମାରିଲା ଆଇଡିଏଫ। ଖାମେନେଇଙ୍କ ମୃତ୍ୟୁ ପରେ ଅଣାୟତ୍ତ ମଧ୍ୟପ୍ରାଚ୍ୟ। ଖାମେନେଇଙ୍କ ପୁଅ ମୁଜତାବା ଖାମେନେଇ ନୂଆ ସୁପ୍ରିମ ଲିଡର୍।

Khameinei Killed by Precision Strike

ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ Photograph: (OTV)

Advertisment

ଇସ୍ରାଏଲ୍-ୟୁଏସ୍ ମିଳିତ ଅପରେସନରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଅଣାୟତ୍ତ ମଧ୍ୟପ୍ରାଚ୍ୟ। ତେହେରାନରେ ଥିବା ଯେଉଁ ବିଶାଳ ସୌଧ 'ବୀତ୍ ଏ ରହବାରୀ'କୁ ସୁରକ୍ଷିତ ଭାବି ଯୁଦ୍ଧ ରଣନୀତି ବନାଉଥିଲେ ସେଇଠି ତାଙ୍କର ଅନ୍ତ ଘଟିଛି। ଦିନର ଆଲୁଅରେ ଖାମେନେଇ କଂପ୍ଲେକ୍ସକୁ ମାଟିରେ ମିଶାଇବା ପରେ ଇସ୍ରାଏଲ୍-ୟୁଏସ୍ ବିରୋଧର ଶେଷ ଶକ୍ତି ଖଟାଇ ପ୍ରତି ଆକ୍ରମଣ ବି ଜାରି ରଖିଛି ଇରାନ୍। 

Advertisment

ଖାମେନେଇଙ୍କ ଅନ୍ତେ ପୁଅ ମୁଜତାବା ଖାମେନେଇଙ୍କୁ ଏହାର ନୂଆ ସୁପ୍ରିମ ଲିଡର ବି ଘୋଷଣା କରିଛି ଇରାନ୍। ହେଲେ କେମିତି ହେଲା ଖାମେନେଇଙ୍କ ଅନ୍ତ। କିଭଳି ଥିଲା ଏ ଅପରେସନ୍, ଦେଖନ୍ତୁ ଏ ରିପୋର୍ଟ।

ମିନିଟ୍ ଟୁ ମିନିଟ୍ ମନିଟର କରୁଥିଲେ ଟ୍ରମ୍ପ୍... ଧ୍ବଂସ ସ୍ତୁପ ପାଲଟୁଥିଲା ବୀତ୍ ଏ ରହବାରୀ... ନିମିଷକେ ଇରାନରୁ ଲିଭୁଥିଲା ଏହାର ସର୍ବୋଚ୍ଚ ଧର୍ମୀୟ ନେତା, ଶାସକ ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଜୀବନ ଦୀପ... ସେଇ ୩୦ ବମ୍... ଆଉ ଖାମେନେଇଙ୍କ ଖେଳ ଖତମ୍..। ରାଜଧାନୀ ତେହେରାନରେ ଇରାନର ସେଇ ସବୁଠୁ ସୁରକ୍ଷିତ ସୌଧ- ବୀତ୍ ଏ ରହବାରୀ ବା ଦେଶର ସର୍ବଶକ୍ତିମାନ୍ ସୁପ୍ରିମ୍ ଲିଡର ଖାମେନେଇଙ୍କ ଅଫିସ୍, ପ୍ରଧାନ ନିବାସ। ଯାହାକୁ ଦିନର ଆଲୁଅରେ ମାଟିରେ ମିଶେଇ ଦେଇଛି ଆମେରିକା ଏପିକ୍ ଫ୍ୟୁରି ଓ ଇସ୍ରାଏଲ ରୋରିଙ୍ଗ ଲାୟନର ମିଳିତ ଅପରେସନ୍। 

Advertisment

ଆଉ ଗୋଟିଏ ହମଲାରେ ପ୍ରତିରକ୍ଷା ମନ୍ତ୍ରୀ, ଇସଲାମିକ୍ ରିଭୋଲ୍ୟୁସନାରି ଗାର୍ଡ କର୍ପସର କମାଣ୍ଡର ଇନ୍ ଚିଫ୍ଙ୍କଠୁ ନେଇ ବହୁ ତୁଙ୍ଗ ବ୍ୟକ୍ତିତ୍ବ ପୁଣି ଝିଅ, ବୋହୂ, ଜ୍ବାଇଁ, ନାତିଙ୍କ ସହ ସଫା ଦେଶର ସର୍ବୋଚ୍ଚ ଶାସକ। ଇଏ ସେଇ ଦୁଇଟି ଚିତ୍ର। ଗୋଟିଏ ହମଲା ପୂର୍ବର, ଆଉ ଗୋଟିଏ ପରର (ଦୁଇଟି ଫଟୋ)।

ଆଉ ଆଇଡିଏଫ୍ ପକ୍ଷରୁ ଜାରି ଇଏ ହେଉଛି ଏୟାର ଷ୍ଟ୍ରାଇକ୍ ସମୟର ସେହି ଭୟଙ୍କର ଭିଡିଓ। ବୋମା ବର୍ଷା, ନିମିଷକରେ ସବୁ ଧୂଆଁ ଧୂଆଁ...।...ଆଉ ସଫଳ ଅପରେସନ୍ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଟ୍ରୁଥରେ ଘୋଷଣା କରିଦେଲେ ଇତିହାସର କ୍ରୁର ଶାସକଙ୍କ ଭିତରେ ଅନ୍ୟତମ ଖାମେନେଇଙ୍କର ଅନ୍ତ ଘଟିଛି।...

Advertisment

ହେଲେ କେମିତି ଏତେବଡ଼ ଅପରେସନକୁ ସଫଳତାର ଜାମା ପିନ୍ଧାଇଲେ ୟୁଏସ୍ ଓ ଇସ୍ରାଏଲ୍। ଉଭୟ ଦେଶ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ ବିଧିବଦ୍ଧ ତଥ୍ୟ ଜାରି ହୋଇ ନଥିଲେ ବି ଖାମେନେଇଙ୍କ ଅନ୍ତ ପାଇଁ ଇସ୍ରାଏଲ୍ GBU-28 ଲେଜର ଗାଇଡେଡ୍ ପେନିଟ୍ରେଟର୍ ବୋମାର ବ୍ୟବହାର କରିଥିବା କୁହାଯାଉଛି।

 ୟା ପଛରେ ରହିଛି ସେହି ୩୦ ଶକ୍ତିଶାଳୀ ବୋମାର କାହାଣୀ। ଖାମେନେଇଙ୍କୁ ଖତମ୍ କରିବାକୁ ଇଏ ଥିଲା ଇସ୍ରାଏଲ୍-ଆମେରିକାର ପ୍ରାୟ ଗୋଟିଏ ମାସର ଯୋଜନା। ଏହି ଯୋଜନାରେ ବି ସାମିଲ ଥିଲେ ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍।...ପକ୍କା ଇଣ୍ଟେଲିଜେନ୍ସ ଆଧାରରେ ରାତି ନୁହେଁ ଦିନରେ ହୋଇଥିଲା ଆଟାକ୍ ପ୍ଲାନ୍। 

ସୂଚନା ଥିଲା ଇସ୍ରାଏଲ୍ ହମଲାରୁ ବର୍ତ୍ତିବାକୁ ଶନିବାର ବୀତ୍ ଏ ରହବାରୀରେ ଥିବା ସୁରକ୍ଷିତ ବଙ୍କରରେ ପ୍ରତିରକ୍ଷା ମନ୍ତ୍ରୀଠୁ ନେଇ IRGC କମାଣ୍ଡର୍-ଇନ୍-ଚିଫ୍ ଏବଂ ଅନ୍ୟ ଟପ୍ ଅଫିସରଙ୍କ ସହ ଗୁରୁତ୍ବପୂର୍ଣ୍ଣ ମିଟିଂ କରୁଥିଲେ। ଆଉ ଏହାକୁ ବଡ଼ ସୁଯୋଗ ଭାବି ଏକାବେଳେ ଏଫ୍-15 ଭଳି 15ରୁ 20ଟି ବୋମାବର୍ଷୀ ବିମାନ ଖାମନେଇ କଂପ୍ଲେକ୍ସ ଉପରେ ଚକ୍କର କାଟି ଫିଙ୍ଗିଥିଲା 30 ଶକ୍ତିଶାଳୀ GBU 28 ବଙ୍କର ବଷ୍ଟର ବମ୍। ଯାହା ଖାମନେଇ କଂପ୍ଲେକ୍ସର ଅତ୍ୟନ୍ତ ଶକ୍ତିଶାଳୀ ଭୂଗର୍ଭ କକ୍ଷକୁ ଭେଦି ସବୁ କିଛି ଛାରଖାର କରି ଦେଇଥିଲା।

ହେଲେ GBU 28ର ବ୍ୟବହାର କାହିଁକି ହେଲା, କେତେ ଶକ୍ତିଶାଳୀ ଏଇ ବୋମାର ପାୱାର। କଣ ଏହାର ବିଶେଷତ୍ବ।

କୁହାଯାଉଛି GBU 28 ବଙ୍କର୍ ବଷ୍ଟର ବୋମାରେ ଆକ୍ରମଣ ପାଇଁ ଏଇଥିପାଇଁ ଯୋଜନା ହେଲା ଯେ ଏହା ଭୁଗର୍ଭସ୍ଥ ଯେକୌଣସି ମଜଭୁତ୍ ଢାଞ୍ଚା, କମାଣ୍ଡ ସେଣ୍ଟର ଓ ଅତି ଶକ୍ତିଶାଳୀ ବଙ୍କରକୁ ଅଚିରେ ଧ୍ବଂସ କରିବାରେ ସମର୍ଥ। ଯାହାର ଓଜନ ପ୍ରାୟ ୨ ହଜାର ୨୬୮ କିଲୋଗ୍ରାମ, ଲମ୍ବ ପ୍ରାୟ ୫.୮ ମିଟର। 

ସବୁଠୁ ବଡ଼ କଥା ହେଉଛି ଲେଜର ଗାଇଡେଡ୍ ହୋଇଥିବାରୁ ଏହି ନିର୍ଦ୍ଦିଷ୍ଟ ଅକ୍ଷାଂଶ ଓ ଦ୍ରାଘିମାରେ ଅତ୍ୟନ୍ତ ସଠିକ୍ ଭାବେ ଖାମେନେଇଙ୍କ କଂପ୍ଲେକ୍ସ ତଳେ ଥିବା ବଙ୍କରକୁ ନିଶାନା କରିଥିଲା। ଆଉ ଖତମ୍ ହୋଇ ଯାଇଥିଲା 36 ବର୍ଷ ଧରି ଇରାନକୁ ନିଜ ଅଙ୍ଗୁଳିରେ ନଚାଉଥିବା ସର୍ବୋଚ୍ଚ ନେତା ମାନେ ଆୟୋତୋଲ୍ଲା ଅଲ୍ଲୀ ଖେମେନେଇଙ୍କ ଖେଳ।

US Iran Attack War Middle East
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ