Advertisment

Islamabad Terror: ପାକିସ୍ତାନ ଇସ୍‌ଲାମାବାଦରେ ଭୟଙ୍କର ବିସ୍ଫୋରଣ, ୧୨ ଜଣଙ୍କ ମୃତ୍ୟୁ....

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ଇସ୍‌ଲାମାବାଦରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୫ଜଣ  ଆହତ ହୋଇଛନ୍ତି । ଡିଷ୍ଟ୍ରିକ୍ଟ କୋର୍ଟ ବାହାରେ ଏକ କାରରେ ଏହି ବିସ୍ଫୋରଣ ଘଟିଛି ।

pak blast

pak blast Photograph: (OTV)

Advertisment

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ଇସ୍‌ଲାମାବାଦରେ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୫ଜଣ  ଆହତ ହୋଇଛନ୍ତି । ଡିଷ୍ଟ୍ରିକ୍ଟ କୋର୍ଟ ବାହାରେ ଏକ କାରରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥିଲା। ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦିନ ୧୨ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ସମୟରେ କାରଟି କୋର୍ଟ ପାର୍କିଂ ଏରିଆରେ ଥିଲା । ସ୍ଥାନୀୟ ପୋଲିସ ଅନୁସାରେ ବିସ୍ଫୋରଣ ସେ ସମୟରେ ହୋଇଥିଲା ଯେତେବେଳେ କୋର୍ଟରେ ଭିଡ଼ ଥିଲା । ବିସ୍ଫୋରଣରେ ଆଇନଜୀବୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ପୋଲିସ ବିସ୍ଫୋରଣର ଆଖପାଖ ଅଞ୍ଚଳକୁ ସିଲ କରିଦେଇ ତଦନ୍ତ ଚଳାଇଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ