Advertisment

Dubai Security Crisis: ଶତ୍ରୁ ଟାର୍ଗେଟରେ ଦୁବାଇ ସହର, ଇରାନ କରିବ ହମଲା !

ଇରାନ ଦୁବାଇ ଉପରେ ହମଲା କରିବାନେଇ ଆଶଙ୍କା କରାଯାଉଛି । ତିନି ଦେଶଙ୍କ ହମଲା ଭିତରେ ଦୁବାଇ ଏବଂ ପଡ଼ୋଶୀ ଏମିରେଟ୍ସରେ ବିସ୍ଫୋରଣ ହୋଇଥିଲା । ଇରାନର ମିସାଇଲ ଓ ଡ୍ରୋନରେ ଆକ୍ରମଣ କରିଥିଲା ।

Dubai is Not Safe

Dubai is Not Safe Photograph: (OTV)

Advertisment

ଦୁବାଇ ଉପରେ ଇରାନର ନଜର ! ଶତ୍ରୁ ଦେଶର ଟାର୍ଗେଟରେ ଦୁବାଇ ସହର ! ଆଉ ସୁରକ୍ଷିତ ନୁହେଁ କି ଦୁବାଇ ? ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ଏବେ ଦୁବାଇର ଭବିଷ୍ୟକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହେଲାଣି ।

Advertisment

ଦୁବାଇରେ ରହୁଥିବା ଲୋକଙ୍କ ଜୀବନ ବିପଦ ଭିତରେ ଉବୁଟୁବୁ ହେଉଛି । ଯୁଦ୍ଧ ଭିତରେ ଦୁବାଇକୁ ନେଇ ଗୋଟିଏ ପରେ ଗୋଟି ଖବର ଦୁବାଇର ସ୍ଥିତିକୁ ସଙ୍କଟରେ ପକାଇଲାଣି । 

ପୁଣି ଥରେ ଇରାନ ଦୁବାଇ ଉପରେ ହମଲା କରିବାନେଇ ଆଶଙ୍କା କରାଯାଉଛି । ତିନି ଦେଶଙ୍କ ହମଲା ଭିତରେ ଦୁବାଇ ଏବଂ ପଡ଼ୋଶୀ ଏମିରେଟ୍ସରେ ବିସ୍ଫୋରଣ ହୋଇଥିଲା । ଇରାନର ମିସାଇଲ ଓ ଡ୍ରୋନରେ ଆକ୍ରମଣ କରିଥିଲା ।

Advertisment

ଯାହାକି କିଛି ହୋଟେଲ, ବିମାନ ବନ୍ଦର ଓ ସାଧାରଣ ନାଗରିକଙ୍କ ଚଳାଚଳ ସ୍ଥାନରେ ପଡ଼ିଥିଲା । ଫଳରେ ସରକାରୀ ଅତ୍ୟ ଅନୁସାରେ UAEରେ ଅତି କମରେ ତିନି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ।

ଦୁବାଇରେ ରହୁଥିବା ଲୋକ ଏହାକୁ ଦେଖି ଭୟ କରିଥିଲେ । ବ୍ୟସ୍ତବହୁଳ ସହରରେ ଜରୁରୀକାଳୀନ ସତର୍କତା ଜାରି କରାଯାଇଥିଲା । ହୋଟେଲ ଗୁଡ଼ିକରେ ରହିଥିବା ଅତିଥିମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିପାରି ବିମାନ ଚଳାଚଳ ବନ୍ଦ କରାଯିବାରୁ ହଜାରେ ହଜାର ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।

Advertisment

ଇରାନର ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଅନେକ ସ୍ଥାନ ଟାର୍ଗେଟ ହେଉଛି । ଦୁବାଇ ମଧ୍ୟ ଇରାନର ଟାର୍ଗେଟରେ ରହିଥିବା କୁହାଯାଉଛି । ତେଣୁ ଯୁଦ୍ଧ ଆରମ୍ଭରୁ ଇରାନର ନିଶାନାରେ ରହିଛି ଦୁବାଇ । ତେବେ ଯଦି ଏହି ଯୁଦ୍ଧରେ ବିରାମ ନଲାଗେ, ଏହି ତିନି ଦେଶ ମାନଙ୍କ ମଧ୍ୟରେ ଶାନ୍ତି ଫେରିନଆସେ ତେବେ ଦୁବାଇର ଭବିଷ୍ୟତ ମଧ୍ୟ ବାରୁଦ ଗଦା ମଧ୍ୟରେ ରହିଛି ବୋଲି କହିଲେ ଭୁଲ ହେବ ନାହିଁ । 

ପୃଥିବୀର ସୁରକ୍ଷିତ ସହର ମାନଙ୍କ ମଧ୍ୟରୁ ଦୁବାଇ ଗୋଟିଏ ବୋଲି କୁହାଯାଏ । ହେଲେ ରକ୍ତମୁଖା ଇରାନ କେତେବେଳେ ବି କିଛି ଘଟାଇପାରେ । ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ ରହିଛି । ତଥାପି ଇରାନ କିଛଇ ନା କିଛି ଘଟାଇପାରେ ବୋଲି ଆଶଙ୍କା କରାଯାଉଛି । 

War US Israel Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ