Advertisment

Tensions Escalate: ଘମାଘୋଟ ଯୁଦ୍ଧ ହେବାର ଆଶଙ୍କା, ଆଜି ଦୁଇ ଦୁଇଟି ବିସ୍ଫୋରଣ ଆତଙ୍କ ଖେଳାଇଛି ଇରାନରେ

ବିସ୍ଫୋରଣରେ ୫ ଜଣଙ୍କ ଜୀବନ ଯାଇଛି। ୧୪ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ ସହରର ଆହବାଜରେ ପୃଥକ ପୃଥକ ବିସ୍ଫୋରଣ ହୋଇଛି। ଏକ ଆବାସିକ କୋଠାରେ ଗ୍ୟାସ ବିସ୍ଫୋରଣ ଘଟି ୪ ଜଣଙ୍କର ପ୍ରାଣହାନି ହୋଇଛି ।

Iran

Iran Photograph: (OTV)

Advertisment

ମଧ୍ୟପ୍ରାଚ୍ୟରେ ବଢ଼ିବାରେ ଲାଗିଛି ଉତ୍ତେଜନା। କୌଣସି ମୁହୂର୍ତ୍ତରେ ବି ଘମାଘୋଟ ଯୁଦ୍ଧ ହେବାର ଆଶଙ୍କା ଭିତରେ ଆଜି ଦୁଇ ଦୁଇଟି ବିସ୍ଫୋରଣ ଆତଙ୍କ ଖେଳାଇଛି ଇରାନରେ। କାରଣ ବିସ୍ଫୋରଣରେ ୫ ଜଣଙ୍କ ଜୀବନ ଯାଇଛି। ୧୪ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ ସହରର ଆହବାଜରେ ପୃଥକ ପୃଥକ ବିସ୍ଫୋରଣ ହୋଇଛି। ଏକ ଆବାସିକ କୋଠାରେ ଗ୍ୟାସ ବିସ୍ଫୋରଣ ଘଟି ୪ ଜଣଙ୍କର ପ୍ରାଣହାନି ହୋଇଥିବାବେଳେ ଦକ୍ଷିଣ ବନ୍ଦର ସହରର ଆଉ ଏକ ଘରେ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

Advertisment

ଅନ୍ୟ ୧୪ ଜଣ ଆହତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି। ତେବେ ବିସ୍ଫୋରଣ ପଛରେ କିଏ, ତାହା ସ୍ପଷ୍ଟ ହୋଇନାହିଁ କିମ୍ବା ଏଯାଏଁ କେହି ଦାବି କରିନାହାଁନ୍ତି। ଏପରିକି ଏହି ବିସ୍ଫୋରଣରେ ନିଜର କୌଣସି ହାତ ନଥିବା ଇସ୍ରାଏଲ୍ କହିଛି। ଇରାନର କିଛି ମିଡ଼ିଆ ମଧ୍ୟ ସମାନ ରିପୋର୍ଟ ପ୍ରକାଶ କରିଛନ୍ତି। .......

ତେହେରାନ ଏବଂ ୱାଶିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଭିତରେ ଏଭଳି ବିସ୍ଫୋରଣକୁ ନେଇ ବଢ଼ିଛି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରଠୁ ଇରାନ ବି ଧମକ ଦେଇଛି। ତାସହ ଇରାନ୍ ସେନା ହାଇ-ଆଲର୍ଟରେ ରହିବା ସହ କୌଣସି ଆକ୍ରମଣର ଜବାବ ଦେବାକୁ ପୂରାପୁରି ପ୍ରସ୍ତୁତ ବୋଲି କହିଛି। ଆମେରିକାର ବିଭିନ୍ନ ସାମରିକ ଘାଟି, ଯୁଦ୍ଧଜାହାଜ ଓ ବିମାନ ବାହକକୁ ଇରାନ୍ ଟାର୍ଗେଟ୍ କରିପାରେ ବୋଲି ଚର୍ଚ୍ଚା ହେଉଛି।......

Advertisment

ଇରାନକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଯଦି ପରମାଣୁ ଅସ୍ତ୍ରକୁ ନେଇ କୌଣସି ଚୁକ୍ତିନାମା ନହୁଏ, ତେବେ ପରିଣାମ ବହୁତ ଭୟଙ୍କର ହେବ। ଜବାବରେ, ଇରାନ ଆଲୋଚନାର ସମ୍ଭାବନାକୁ ଅସ୍ୱୀକାର କରିନାହିଁ, କିନ୍ତୁ ସର୍ତ୍ତ ରଖିଛି ଯେ ଆଲୋଚନା "ପାରସ୍ପରିକ ଲାଭ, ନିରପେକ୍ଷତା ଏବଂ ସମାନତା" ଉପରେ ଆଧାରିତ ହେବ। ଏପରିକି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଦେଶର ସଶସ୍ତ୍ର ବାହିନୀ "ଟ୍ରିଗର ଉପରେ ଆଙ୍ଗୁଠି" ରଖି ଯେକୌଣସି ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ। ପରିସ୍ଥିତି ଗମ୍ଭୀର ହେଲେ ଅନେକ ଭୟଙ୍କର ସ୍ଥିତି ଉପୁଜିପାରେ।

ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଇରାନର IRGC, ବାସିଜ ଅର୍ଦ୍ଧସାମରିକ ବାହିନୀ, କ୍ଷେପଣାସ୍ତ୍ର ଘାଟି ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରିପାରେ। ସେହିପରି ଯଦି ଇରାନ ପ୍ରତିଶୋଧ ନିଏ, ତେବେ ଏହା ଉପସାଗରରେ ଆମେରିକୀୟ ସାମରିକ ଘାଟି, ସହଯୋଗୀ ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିପାରେ।

Advertisment

ହରମୁଜ୍ ପ୍ରଣାଳୀରେ ବନ୍ଦ କରିବା ଦ୍ୱାରା ବିଶ୍ୱ ତୈଳ ଯୋଗାଣ ପ୍ରଭାବିତ ହୋଇପାରେ। ଏପରିକି ଆମେରିକୀୟ ଯୁଦ୍ଧଜାହାଜ ଉପରେ ଆକ୍ରମଣ କରିପାରେ ଇରାନ। ତେଣୁ ସିଧା ସିଧା କହିଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ କିଛି ବି ହେଇପାରେ। .....

Tension Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ