Advertisment

Iran–Israel war: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ମିସାଇଲ୍ ମାଡ଼ରେ ଚାଲିଛି ନରସଂହାର

ଇରାନ ମଧ୍ୟ ପାଲଟା ଜବାବ ବି ଦେଉଛି । ହେଲେ ଯୁଦ୍ଧର ମାତ୍ର କେଇ ଘଣ୍ଟା ଭିତରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନର ୭ ଜଣ ହେଭିୱେଟଙ୍କୁ ମାରି ଶୁଆଇଦେଇଛନ୍ତି । ଆଉ ଏହି କଥାକୁ ଏବେ ସ୍ବୀକାର କରିଛି ଇରାନ୍ ।

World War 3

World War 3 Photograph: (OTV)

Advertisment

ମଧ୍ୟପ୍ରାଚ୍ୟରେ ଚାଲିଛି ମହାଯୁଦ୍ଧ । ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଘନଘନ ଆଟାକ୍ । ଯୁଦ୍ଧକୁ ଦେଖି ସଜାଗ ହେଲାଣି ପୂରା ବିଶ୍ବ । ଶନିବାର ଇରାନ ଉପରେ ଅତର୍କୀତ ଆକ୍ରମଣ କରିଥିଲା ଇସ୍ରାଏଲ । ଆଉ ତା’ ପରେ ପରେ ଉଭୟ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆଟାକ୍ ଜାରି ରଖିଛନ୍ତି ।

Advertisment

ଇରାନ ମଧ୍ୟ ପାଲଟା ଜବାବ ବି ଦେଉଛି । ହେଲେ ଯୁଦ୍ଧର ମାତ୍ର କେଇ ଘଣ୍ଟା ଭିତରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନର ୭ ଜଣ ହେଭିୱେଟଙ୍କୁ ମାରି ଶୁଆଇଦେଇଛନ୍ତି । ଆଉ ଏହି କଥାକୁ ଏବେ ସ୍ବୀକାର କରିଛି ଇରାନ୍ । ଯାହାକୁ ଶୁଣିକା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଇରାନକୁ ଶୋଚନୀୟ ଭାବେ ହରାଇଲୁ । ଏବେ ଆଲୋଚନା ସହଜ ହେବ । 

୭ ଜଣ ଲିଡରଙ୍କୁ ହରାଇ ରକ୍ତ ଚାଉଳ ଚୋବାଉଛି ଇରାନ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଆମର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି । ଆମେ ପ୍ରତିଶୋଧ ନେବୁ ।

Advertisment

ଆମ ଟାର୍ଗେଟ୍‌ରେ ଏବେ ନେତାନ୍ୟାହୁ ବୋଲି ଇରାନ କହିବା ସହ ମୃତ ଖାମେନେଇଙ୍କ ପୁଅ ମୁଜତାବା ଖାମେନେଇଙ୍କୁ ନୂଆ ସୁପ୍ରିମ୍ ଲିଡର ଭାବେ ନିଯୁକ୍ତ କରିଛି । ତେବେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଜଣଙ୍କ ଜୀବନ ଯାଇଛି ।

ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଓ ଟପ୍ କାମଣ୍ଡର ମଧ୍ୟ ହମଲାରେ ପ୍ରାଣ ହରାଛନ୍ତି । ସେହିପରି ଇରାନରେ ହେଡ୍ ଅଫ ମିଲିଟାରୀ ବ୍ୟୁରୋ ଏବଂ ସୁପ୍ରିମ ଲିଡରଙ୍କ ପରାମର୍ଶଦାତାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ରିଭୋଲୁସନାରୀ ଗାର୍ଡର କମାଣ୍ଡ ବି ମିସାଇଲ ମାଡ଼ରେ ଆଖି ବୁଜିଛନ୍ତି । ଇରାନ ଗୁଇନ୍ଦା ବିଭାଗର ମୁଖ୍ୟ ବି ଇସ୍ରାଏଲ ଓ ଆମେରିକା ଆକ୍ରମଣରେ ଆଖି ବୁଜିଛନ୍ତି । 

Advertisment

ସେପଟେ ଆମେରିକା-ଇସ୍ରାଏଲ୍ ଓ ଇରାନର ଯୁଦ୍ଧରେ ଶହଶହ ସାଧାରଣ ଜନତାଙ୍କ ଜୀବନ ଯାଉଛି । ଅନେକ ସହର ଧ୍ବଂସସ୍ତୁପରେ ପରିଣତ ହେଲାଣି । 

US Israel War Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ