Lahore-Pollution Photograph: (OTV)
ପାକିସ୍ତାନ ଉପରେ ପୁଣି ଆକ୍ରମଣ କଲା ଭାରତ। ଏଥର ଡାଇରେକ୍ଟ ଫେସ ଟୁ ଫେସ୍ ନୁହଁ। ଇଣ୍ଡାଇରେକ୍ଟଲି ହେଲା ଆଟାକ। କାରଣ ଏଥର ଭାରତ ଧୂଆଁରେ ଆକ୍ତାମାକ୍ତା ହେଲାଣି ପାକିସ୍ତାନ। ଦୀପାବଳିରେ ଆମେ ବାଣ ଫୁଟାଇ ମଉଜ କରିଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଛି ପ୍ରଭାବ। ବାଣଫୁଟାଇବା ପେର ଭାରତର ପ୍ରଦୂଷିତ ବାୟୁ ପାକିସ୍ତାନକୁ ପ୍ରବାହିତ ହୋଇ ପାକ ପଞ୍ଜାବ, ଏବଂ ରାଜଧାନୀ ଲାହୋରରେ ସର୍ଜିକାଲ ଷ୍ଟ୍ରାଇକ କରିଛି। AQIରେ ବଡ଼ ପ୍ରଭାବ ପଡିଛି। ଫଳରେ ମରିୟମ ନୱାଜଙ୍କ ନେତୃତ୍ୱାଧୀନ ପ୍ରାଦେଶିକ ସରକାର ଚିନ୍ତା ପ୍ରକଟ କରିବା ସହ ଜରୁରୀ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଆଉ ଏହି ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କରିଛନ୍ତି ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀ ଓ ଉତ୍ତର ଭାରତୀୟ ସହରରୁ ପ୍ରଦୂଷକ ପରିବହନ କରୁଥିବା ପବନ ପାକିସ୍ତାନର ପଞ୍ଜାବରେ ବାୟୁ ଅବସ୍ଥା ଖରାପ କରିଥିଲା। ଘଣ୍ଟାପ୍ରତି ୪ରୁ ୭ କିଲୋମିଟର ବେଗରେ ପବନ ବହିବା ସହିତ ବାୟୁବାହୀ କଣିକା ସୀମା ପାର ହୋଇ ପାକିସ୍ତାନର ଲାହୋର, ଫୈସଲାବାଦ, ଗୁଜରାନୱାଲା, ସାହିୱାଲ ଓ ମୁଲତାନ ଭଳି ସହରକୁ ପ୍ରଭାବିତ କରିଥିଲା । ମଙ୍ଗଳବାର ସକାଳ ସୁଦ୍ଧା ଲାହୋରର ଏକ୍ୟୁଆଇ ୨୬୬ ସ୍ଥିତିରେ ପହଞ୍ଚିଥିଲା। ଆଉ ପାଲଟିଯାଇଥିଲା ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ବିଷାକ୍ତ ବାୟୁକୁ ପ୍ରତିହତ କରିବା ପାଇଁ ସରକାର ଲାହୋରର ପ୍ରମୁଖ ରାସ୍ତାରେ ଆଣ୍ଟି ସ୍ମୋଗ୍ ଗନ୍ ଓ ଜଳ ଛିଞ୍ଚିବା ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ନଅଟି ବିଭାଗକୁ ଦାୟିତ୍ବ ଦିଆଯାଇଥିଲା।
ତେବେ ପରିବେଶ ବିଶେଷଜ୍ଞମାନେ କହିଛନ୍ତି ଯେ ଲାହୋରର ବାୟୁ ଗୁଣବତ୍ତା ହ୍ରାସ ପାଇବା କିଛି ନୂଆ କଥା ନୁହେଁ। ବ୍ୟାପକ ଫସଲ ଅବଶେଷ ପୋଡ଼ିବା, ଅନିୟନ୍ତ୍ରିତ ଯାନବାହାନ ନିର୍ଗମନ ଏବଂ ଶିଳ୍ପ ଧୂଆଁ ଯୋଗୁଁ, ସହରଟି ବିଶ୍ୱର ସବୁଠାରୁ ପ୍ରଦୂଷିତ ମଧ୍ୟରେ କ୍ରମାଗତ ଭାବରେ ସ୍ଥାନ ପାଇଛି। ଏହା ସତ୍ତ୍ୱେ, ପାକିସ୍ତାନ ନିଜର ଅବହେଳା ଉପରୁ ଲୋକଙ୍କ ଆଖି ହଟାଇବା ପାଇଁ ଭାରତକୁ ଦୋଷ ଦେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/lahore-pollution-2025-10-24-10-32-05.jpg)