Advertisment

Sarabjit Kaur Controversy: ଭାରତ ଛାଡ଼ିବା ପରେ ଅତ୍ୟାଚାର କରୁଛି ପାକିସ୍ତାନୀ ସ୍ୱାମୀ

ଅତ୍ୟାଚାର କରୁଛି ପାକିସ୍ତାନୀ ସ୍ୱାମୀ। ଭାରତ ଛାଡ଼ିବା ପରେ ଜୀବନ ହୋଇଯାଇଛି ନର୍କ। ଫେରାଇ ନେବାକୁ ପ୍ରଥମ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ନିବେଦନ। ଭାରତରୁ ଯାଇ ପାକିସ୍ତାନରେ ବିବାହ କରିଥିବା ସରବଜିତ କୌରଙ୍କ ଅଡିଓ ଭାଇରାଲ୍ ।

Pakistan-Marriage-Horrible-PKG
Advertisment

ଭାରତରେ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ ମହିଳା। ସେଠାରେ ଏକ ପାକିସ୍ତାନ ଯୁବକକୁ ବିବାହ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। ହେଲେ ଭାରତ ଛାଡ଼ିବା ପରେ ନର୍କ ହୋଇଗଲା ଜୀବନ। ଏ କାହାଣୀ ପଞ୍ଜାବର କପୁରଥଲା ଅମାନିପୁର ଗ୍ରାମର ୪୮ ବର୍ଷୀୟା ଶିଖ ମହିଳା ସରବଜିତ କୌରଙ୍କର। ଏବେ ସେ ଭାରତ ଫେରିବା ପାଇଁ ସାହାଯ୍ୟ ନିବେଦନ କରୁଥିବା ଏକ ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି।

Advertisment

ଅଡିଓ କ୍ଲିପରେ, ସରବଜିତ କୌର ଭାରତରେ ଥିବା ତାଙ୍କ ପୂର୍ବତନ ସ୍ୱାମୀଙ୍କ ସହ କଥା ହେଉଛନ୍ତି। ପାକିସ୍ତାନୀ ସ୍ୱାମୀ ଓ ତାଙ୍କ ପରିବାର ଦ୍ୱାରା ତାଙ୍କୁ ଅକଥନାୟ ନିର୍ଯ୍ୟାତନା ଦିଆଯାଉଛି। ଏହାଛଡ଼ା ସେଠାକାର ପରିସ୍ଥିତି ଭଲ ନାହିଁ। ତେଣୁ ତାଙ୍କୁ ଘରକୁ ଫେରାଇ ନେବାକୁ ଅନୁରୋଧ କରୁଛନ୍ତି ସରବଜିତ। ଏପରିକି ସେ ଫେରିବା ପରେ ତାଙ୍କୁ କୌଣସି ପ୍ରକାରର କ୍ଷତି କରିବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ତେବେ ଏ ଅଡ଼ିଓ କ୍ଲିପ ସତ୍ୟତା ପ୍ରମାଣିତ ହୋଇନଥିବା ବେଳେ ଫୋନରେ ସରବଜିତ ହିଁ କଥା ହେଉଥିବା କଥା ସନ୍ଦେହ କରୁଛନ୍ତି ଲୋକ।

ଗତ ବର୍ଷ ନଭେମ୍ବରରେ ଗୁରୁ ନାନକ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ ଭାରତରୁ ୱାଘା ସୀମା ଦେଇ ପାକିସ୍ତାନ ଯାଇଥିଲେ ୨୦୦୦ ଶିଖ ତୀର୍ଥଯାତ୍ରୀ। ସେମାନଙ୍କ ମଧ୍ୟରେ ଥିଲେ ସରବଜିତ କୌର। ତେବେ ସମସ୍ତେ ଯାତ୍ରା ସାରି ଫେରିଥିବା ବେଳେ ସରବଜିତ ସେଠାରେ ହିଁ ରହିଯାଇଥିଲେ। ତେବେ ପରେ ଜଣା ପଡ଼ିଲା ସେଠାରେ ସେ ଜଣ ପାକିସ୍ତାନୀ ଯୁବକକୁ ବିବାହ କରି ଇସଲାମ ଗ୍ରହଣ କରିଛନ୍ତି। 

Advertisment
Cross-border Terrorism Viral Audio Marriage Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ