Indian-Student-Trapped-in-Russia Photograph: (OTV)
ରୁଷିଆ ଏବଂ ୟୁକ୍ରେନ ଭୟଙ୍କର ଯୁଦ୍ଧ ନିଆଁରେ ଏବେ ଭାରତୀୟ ଛାତ୍ରମାନେ ଫସି ଯାଉଛନ୍ତି। ପାଠ ପଢ଼ିବାକୁ ଋଷିଆ ଯାଇଥିବା ବେଳେ, ତାଙ୍କୁ ଯୁଦ୍ଧଭୂମିକୁ ସୈନିକ କରି ପଠାଉଛି ଋଷ ସେନା। ୟୁକ୍ରେନ ଜେଲରୁ ଏକ ଭିଡ଼ିଓ ଜାରି କରି ଏହି ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ଗୁଜରାଟ ନିବାସୀ ଛାତ୍ର ସାହିଲ ମହମ୍ମଦ ହୁସେନ। ଭିଡ଼ିଓରେ ସାହିଲ ଭାରତ ସରକାର ତାଙ୍କୁ ଘରକୁ ଫେରାଇ ନିଅନ୍ତୁ ବୋଲି ନିବେଦନ କରିଛନ୍ତି।
ତେବେ ଅଭିଯୋଗ ମୁତାବକ, ସାହିଲ ୨୦୨୪ରେ ଋଷିଆ ଯାଇଥିଲେ। ପାଠପଢ଼ିବା ସହ ପାର୍ଟଟାଇମ ହିସାବରେ ଏକ କୋରିଅର୍ କମ୍ପାନୀରେ ମଧ୍ୟ କାମ କରୁଥିଲେ। ତେବେ ଦିନେ ହଠାତ ଋଷିଆ ପୋଲିସ ଦ୍ୱାରା ମିଛ ଡ୍ରଗ୍ସ୍ କେସରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲା ପ୍ରତ୍ୟାହାର ପାଇଁ ତାଙ୍କୁ ୟୁକ୍ରେନ ଯାଇ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଥିଲା। ଆଉ ୧୫ ଦିନ ତାଲିମ ନେବା ପରେ ତାଙ୍କୁ ୟୁକ୍ରେନ ସୀମାକୁ ପଠାଯାଇଥିଲା। ହେଲେ ସେଠାରେ ୟୁକ୍ରେନ ଆର୍ମି ଦ୍ୱାରା ସେ ଧରାପଡ଼ିଥିଲେ। ତେବେ ୟୁକ୍ରେନୀୟ ସେନା ଆଗରେ ସବୁ ସତ କହିବା ପରେ, ସେନା ତରଫୁ ଏକ ଭିଡ଼ିଓ ଜାରି କରି ଗୁଜୁରାଟରେ ତାଙ୍କ ମାଆଙ୍କୁ ପଠାଇଥିଲେ। ପ୍ରାୟ ୧୯ ମାସ ଧରି ୟୁକ୍ରେନରେ ଫସି ରହିଛନ୍ତି ସାହିଲ। ଆଉ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।
ତେବେ କମ ବୟସର ପିଲାଙ୍କୁ ଲୋଭ ଦେଖାଇ ରୁଷୀୟ ସେନାରେ ଚାକିରି ଦେବା ବାହାନାରେ ଠକା ଯାଉଛି। ଅନେକ ଭାରତୀୟ ମାନେ ଏପରି ଫସିରହିଥିବାର ଅଭିଯୋଗ ଆସୁଛି। ରୁଷରେ ଫସି ରହିଥିବା ଭାରତୀୟଙ୍କ ପରିବାର ସେମାନଙ୍କ ପ୍ରିୟଜନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି। ତେବେ ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ରୁଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗ ଉଠାଇଥିଲେ। ରୁଷ ସେନାରୁ ଭାରତୀୟ ନାଗରିକଙ୍କୁ ଶୀଘ୍ର ମୁକ୍ତି କରିବାକୁ ସରକାର ପୁରା ପ୍ରୟାସ କରୁଛନ୍ତି। ଏହାଛଡ଼ା ସେ ଋଷରେ ଥିବା ଭାରତୀୟ ନାଗରିକମାନଙ୍କୁ ରୁଷ ସେନାରେ ଯୋଗଦେବା ପାଇଁ ପ୍ରସ୍ତାବ ଗ୍ରହଣ କରିବା ବିରୁଦ୍ଧରେ ସତର୍କ ମଧ୍ୟ କରାଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/23/indian-student-trapped-in-russia-2025-12-23-09-58-27.jpg)