Advertisment

Diplomatic Signal: ଟ୍ରମ୍ପଙ୍କ ବୋର୍ଡ ଅଫ୍ ପିସ୍ ମିଟିଂକୁ ଭାରତର ବର୍ଜନ, ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଚାଲିଛି ବୋର୍ଡ ଅଫ୍ ପିସ୍ ବୈଠକ

ବୋର୍ଡ ଅଫ୍ ପିସ୍ ବୈଠକକୁ ଭାରତର ବର୍ଜନ। ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜେ ନିମନ୍ତ୍ରଣ କରିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦାବି କରିଛନ୍ତି।

Trump

Trump Photograph: (OTV)

Advertisment

ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଚାଲିଥିବା ବୋର୍ଡ ଅଫ୍ ପିସ୍ ବୈଠକକୁ ଭାରତର ବର୍ଜନ। ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜେ ନିମନ୍ତ୍ରଣ କରିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦାବି କରିଛନ୍ତି।

Advertisment

ଭାରତ ଖପ୍ପା !

ହେଲେ ମୋଦି କାହିଁକି ସାମିଲ ହେଲେନି ସେ ନେଇ ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନି। ଏପଟେ ଉକ୍ତ ମିଟିଂରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ବି ଭେଟିଛନ୍ତି ଟ୍ରମ୍ପ। ଉଭୟଙ୍କ ଅନ୍ତରଙ୍ଗ ସାକ୍ଷାତକୁ ନେଇ ଭାରତ ଖପ୍ପା ହୋଇଥିବା କୁହାଯାଉଛି। ତେଣେ ଡାଭୋସ୍ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲି ଓ ଶୀଘ୍ର ପୁଟିନଙ୍କୁ ବି ଭେଟିବି ବୋଲି ଟ୍ରମ୍ପ କହିବା ସହ ଯୁଦ୍ଧ ଶେଷ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। 

ତାସହ 'ପିସ୍ ବୋର୍ଡ' ଚାର୍ଟରରେ ବି ସ୍ୱାକ୍ଷର କରିଛନ୍ତି ଟ୍ରମ୍ପ। ଯାହାକୁ ସେ ଅନ୍ତର୍ଜାତୀୟ ବିବାଦ ସମାଧାନ ପାଇଁ ଏକ ସଂସ୍ଥା ଭାବେ ଦର୍ଶାଇଛନ୍ତି। ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇ ଡାଭୋସ୍ ବୈଠକକୁ ଆସିଥିବା ଅନ୍ୟ ପ୍ରମୁଖ ଦେଶଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଆର୍ମେନିଆ, ବାହାରିନ, ବେଲାରୁସ, ହଙ୍ଗେରୀ, ପାକିସ୍ତାନ, ୟୁଏଇ ଓ ଭିଏତନାମ। ତେବେ ଚୀନ୍, ଜର୍ମାନୀ, ଇଟାଲି, ପାରାଗୁଏ, ରୁଷିଆ, ସ୍ଲୋଭେନିଆ ଓ ତୁର୍କୀ ଆଦି ଦେଶ ଏଥିରେ ଯୋଗ ଦେବା ନେଇ କୌଣସି ପ୍ରତିବଦ୍ଧତା ପ୍ରକାଶ କରିନାହାନ୍ତି।...

Advertisment


ଟ୍ରମ୍ପଙ୍କ ମିଟିଂକୁ ଭାରତର ବର୍ଜନ

ଡାଭୋସରେ ଟ୍ରମ୍ପଙ୍କ ବୋର୍ଡ ଅଫ୍ ପିସ୍ ମିଟିଂକୁ ଭାରତର ବର୍ଜନ
ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଚାଲିଛି ବୋର୍ଡ ଅଫ୍ ପିସ୍ ବୈଠକ
ଟ୍ରମ୍ପଙ୍କ ନିମନ୍ତ୍ରଣ ସତ୍ତ୍ବେ ବୈଠକରେ ଯୋଗ ଦେଲାନି ଭାରତ
ଟ୍ରମ୍ପଙ୍କ ଦାବି ମୋଦିଙ୍କୁ ଦେଇଥିଲି ନିମନ୍ତ୍ରଣ, ଦିଲ୍ଲୀ ନୀରବ
ଟ୍ରମ୍ପ - ଶେହବାଜ ସରିଫ ଭେଟକୁ ନେଇ ଭାରତ ଖପ୍ପା ଚର୍ଚ୍ଚା

India USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ