Advertisment

India: ଜାତିସଂଘରେ ପାକିସ୍ତାନର ଗୁପ୍ତ କଥା ଖୋଲିଦେଲେ ଭାରତୀୟ ମହିଳା ଅଧିକାରୀ

ଭାରତୀୟ ମହିଳା ଅଧିକାରୀ ଜାତିସଂଘରେ ଖୋଲିଦେଲେ ପାକିସ୍ତାନର ଗୁପ୍ତ କଥା। ପାକିସ୍ତାନକୁ ଧୋଇଦେଲେ ଭାରତୀୟ ମହିଳା ଅଧିକାରୀ। କହିଲେ ଭଦ୍ରମୁଖାର ଖୋଳପାରେ ଚଳାଏ ଆତଙ୍କୀ ଆଡ୍ଡା।

Special Story: India Female Officer Exposed the Integrity of Pakistan and Shahbaz Sharif
Advertisment

ବର୍ତ୍ତମାନ ଦେଖାଯାଉଛି ଯେ ପାକିସ୍ତାନ ଭାରତକୁ ଅପମାନ କରିବାରେ ଅଭ୍ୟସ୍ତ ହୋଇଗଲାଣି। ସେଥିପାଇଁ ସେ ଯୁଆଡେ ଯାଉଛି, ଅପରେସନ ସିନ୍ଦୂରର ଗୀତ ଗାଇ ଚାଲିଛି। UNGAରେ ମଧ୍ୟ ଶହବାଜ ସରିଫ ବାହାସ୍ପଟ ମାରି କହିଛନ୍ତି ଯେ ଭାରତ ସହିତ ସାମରିକ ସଂଘର୍ଷରେ ପାକିସ୍ତାନ ଜିତିଛି। ଏହାକୁ ନେଇ ଭାରତୀୟ ପ୍ରତିନିଧି ଯାହା ଉତ୍ତର ରଖିଛନ୍ତି ତାହା ଅସୀମ ମୁନିର ଏବଂ ଶହବାଜ ସରିଫଙ୍କୁ ଲଙ୍କା ମାରିବା ଭଳି ଲାଗିବ।
ନଷ୍ଟ ହୋଇଥିବା ରନୱେ ଏବଂ ଜଳିଯାଇଥିବା ହ୍ୟାଙ୍ଗରଗୁଡ଼ିକ ଯଦି 'ବିଜୟ'ର ଚିତ୍ର ଭଳି ଦେଖାଯାଉଛି, ତେବେ ପାକିସ୍ତାନ ଏହାକୁ ନିଜର ବିଜୟ ବୋଲି ଭାବି ଖୁସି ହୋଇପାରେ ବୋଲି ଭାରତୀୟ ପ୍ରତିନିଧି କହିଛନ୍ତି।
ଲାଡେନ ଠାରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ, ଭାରତ ଦେଇଛି ଉଚିତ୍ ଜବାବ। ଜାତିସଂଘରେ, ଭାରତ ଆତଙ୍କବାଦ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବିଷାକ୍ତ ବୟାନବାଜିର ପର୍ଦ୍ଦାଫାସ କରିଛି। ପାକିସ୍ତାନ କିପରି ଭଦ୍ରମୁଖାର ଖୋଳପାରେ ଆତଙ୍କୀ ଆଡ୍ଡା ଚଳାଏ, ଭାରତୀୟ ମହିଳା କୂଟନୀତିଜ୍ଞ ପେଟଲ ଗେହଲଟ୍ ଜାତିସଂଘରେ ପାକିସ୍ତାନର ସମସ୍ତ ଗୁପ୍ତ କଥା ଖୋଲି ଦେଇଛନ୍ତି।
ଏହା ସହ ପେଟଲ ଗେହଲଟ୍ ଜାତିସଂଘରେ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ବିସ୍ତାର କରୁଛି ଆଉ ଭାରତକୁ ପଠାଉଛି। ଏହା ପରେ ହାସ୍ୟାସ୍ପଦ କାହାଣୀ ତିଆରି କରିବା ନେଇ ଏହାକୁ କୌଣସି ଲଜ୍ଜା ନାହିଁ। ବିଶ୍ୱ ଜାଣେ ଯେ ପାକିସ୍ତାନ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଆଶ୍ରୟ ଦେଇଥିଲା। ଏବେ ପାକିସ୍ତାନ ଶାନ୍ତି କଥା କହୁଥିବାରୁ ଟଣ୍ଟ୍ ମାରିଛନ୍ତି ଗେହଲଟ୍।  ଘୃଣା, ଧର୍ମାନ୍ଧତା ଏବଂ ଅସହିଷ୍ଣୁତାର ପଥ ଅନୁସରଣ କରୁଥିବା ଏହି ଦେଶ ଏବେ ବିଶ୍ୱାସର କଥା କହୁଛି ବୋଲି ସେ କହିଛନ୍ତି।
ପେଟେଲ ଗେହଲଟ୍ କହିଛନ୍ତି ଯେ ଗୋଟିଏ ଚିତ୍ର ହଜାର ଶବ୍ଦ କହେ ଏବଂ ଆମେ ଅପରେସନ୍ ସିନ୍ଦୂର ସମୟରେ ବାହାବଲପୁର ଏବଂ ମୁରିଦକେ ଆତଙ୍କବାଦୀ ଆଡ୍ଡାରେ ଭାରତୀୟ ସେନା ଦ୍ୱାରା ନିହତ ଆତଙ୍କବାଦୀଙ୍କ ଅନେକ ଚିତ୍ର ଦେଖିଛୁ।
ଯେତେବେଳେ ପାକିସ୍ତାନର ବରିଷ୍ଠ ସାମରିକ ଏବଂ ବେସାମରିକ ଅଧିକାରୀମାନେ ଏପରି କୁଖ୍ୟାତ ଆତଙ୍କବାଦୀଙ୍କୁ ସାର୍ବଜନୀନ ଭାବରେ ମହିମାମଣ୍ଡନ ଏବଂ ଶ୍ରଦ୍ଧାଞ୍ଜଳି ଦିଅନ୍ତି, ସେତେବେଳେ ପାକିସ୍ତାନ ସରକାର କାହା ସହିତ ଠିଆ ହୋଇଛି ସେ ବିଷୟରେ ଜାଣିବା କୌଣସି ସନ୍ଦେହ ନାହିଁ ବୋଲି ଗେହଲଟ କହିଛନ୍ତି।

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ