SEIKH-HASHINA-BANGLADESH Photograph: (OTV)
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ନେଇ ଜୋର ଧରିଲା ଚର୍ଚ୍ଚା। ବାଂଲାଦେଶ-ଭାରତ କୂଟନୈତିକ ସଂପର୍କ ନେଇ ଆଲୋଚନା ଆରମ୍ଭ ହୋଇଛି । ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ ଦାବି ପରେ ଭାରତର ଆଭିମୁଖ୍ୟ କ'ଣ ହେବ? ଢାକାର ଦାବିକୁ ନୂଆଦିଲ୍ଲୀ କେତେ ଗୁରୁତ୍ବ ଦେବ? ବାଂଲାର ଦାବିକୁ ଭାରତ ମାନିବ ନା ପ୍ରତ୍ୟାଖ୍ୟାନ କରିବ? ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଶେଖ୍ ହସିନାଙ୍କୁ ୩୦ ଦିନ ଭିତରେ ପ୍ରତ୍ୟର୍ପଣ ଦାବି ପରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି। ବାଂଲାଦେଶ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତ ପାଇଁ ଏକ ଚିଠି ଜାରି କରି ସମ୍ମାନ ଦେଇ ହସିନାଙ୍କୁ ବାଂଲାଦେଶକୁ ଫେରାଇବା ଭାରତର ଏକ ଅନିବାର୍ଯ୍ୟ ବା ବାଧ୍ୟତାମୂଳକ ଦାୟିତ୍ବ ବୋଲି କହିଛି। ଅନ୍ୟପଟେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଉପରେ ଭାରତ ପ୍ରତିକ୍ରିୟା ରଖିଛି।
ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି , ନିକଟତମ ପଡ଼ୋଶୀ ଭାବେ ଭାରତ ବାଂଲାଦେଶର ଲୋକଙ୍କ ସର୍ବୋତ୍ତମ ସ୍ବାର୍ଥ ପ୍ରତି ପ୍ରତିବଦ୍ଧ। କିନ୍ତୁ ହସିନାଙ୍କ ପ୍ରତ୍ୟର୍ପଣ ନେଇ ସ୍ପଷ୍ଟ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି ଯେ, ହସିନାଙ୍କୁ ଯଦି ଭାରତ ପ୍ରତ୍ୟର୍ପଣ କରିବାକୁ ନିଷ୍ପତ୍ତି ନେବ, ତା’ହେଲେ ଦକ୍ଷିଣ ଏସିଆରେ ଭାରତର ପ୍ରଭାବ କ୍ଷତିଗ୍ରସ୍ତ ହେବ ଏବଂ ବାଂଲାଦେଶରେ ଚୀନ୍ ର ପ୍ରବେଶ ସହଜ ହୋଇଯିବ।
• ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପରେ ଜୋର ଧରିଲା ଚର୍ଚ୍ଚା
• ଭାରତ-ବାଂଲାଦେଶ କୂଟନୈତିକ ସଂପର୍କକୁ ନେଇ ଆଲୋଚନା
• ହସିନାଙ୍କୁ ପ୍ରତ୍ୟର୍ପଣ ଦାବି, କ'ଣ ରହିବ ଭାରତର ଆଭିମୁଖ୍ୟ ?
• ବାଂଲାଦେଶର ଦାବିକୁ ଭାରତ ମାନିବ ନା ପ୍ରତ୍ୟାଖ୍ୟାନ କରିବ ?
• ଶେଖ୍ ହସିନାଙ୍କୁ ୩୦ ଦିନ ଭିତରେ ପ୍ରତ୍ୟର୍ପଣ ପାଇଁ ଢାକାର ଦାବି
• ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଜଟିଳ ହେବା ଆଶଙ୍କା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/18/seikh-hashina-bangladesh-2025-11-18-10-35-18.jpg)