Advertisment

Husbands on Rent: ଭଡାରେ ମିଳୁଛନ୍ତି ସ୍ବାମୀ! ଘଣ୍ଟାକରେ କାମ ଶେଷ

ଭଡାରେ ମିଳୁଛନ୍ତି ସ୍ୱାମୀ। ଟଙ୍କା ଦେଲେ ସ୍ୱାମୀ ହାଜର। ତା' ପୁଣି ମାସେ କି ବର୍ଷେ ପାଇଁ ନୁହେଁ, ଘଣ୍ଟାଏ ପାଇଁ ବୁକିଂ କରି ନେଉଛନ୍ତି ଘରକୁ। ଏଥିପାଇଁ ବିଭିନ୍ନ ସର୍ଭିସ୍‌ ପ୍ଲାଟଫର୍ମ ଟ୍ରେଣ୍ଡରେ ଅଛି।

Husbands on Rent

Husbands on Rent Photograph: (OTV)

Advertisment

ଭଡାରେ ମିଳୁଛନ୍ତି ସ୍ୱାମୀ। ଟଙ୍କା ଦେଲେ ସ୍ୱାମୀ ହାଜର। ଘଣ୍ଟାଏ ପାଇଁ ବୁକିଂ କରି ନେଉଛନ୍ତି ଘରକୁ। ଏ କଥା ଶୁଣିବାକୁ ଟିକେ ଖରାପ ଲାଗୁଥାଇପାରେ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠାରେ ପୁରୁଷଙ୍କର ଏତେ ଅଭାବ ଯେ, ମହିଳାଙ୍କୁ ସହଜରେ ପୁରୁଷ ମିଳୁନାହାନ୍ତି। ତେଣୁ ମହିଳାମାନେ ପୁରୁଷଙ୍କୁ ଭଡାରେ ନେବାକୁ ପଡୁଛି। ତା' ପୁଣି ମାସେ କି ବର୍ଷେ ପାଇଁ ନୁହେଁ, କେବଳ ଘଣ୍ଟାଏ ପାଇଁ। ମହିଳାମାନେ ବିଭିନ୍ନ କାମରେ ସାହାଯ୍ୟ ପାଇଁ ଭଡାରେ ସ୍ୱାମୀ ନେଉଛନ୍ତି। ଏହି ଦେଶ ହେଉଛି ୟୁରୋପର ଲାଟଭିୟା। 

Advertisment

ବର୍ତ୍ତମାନ ଲାଟ୍‌ଭିୟା ଗୁରୁତର ଲିଙ୍ଗଗତ ଅସମାନତାର ସାମ୍ନା କରୁଛି। ଏଠାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ବହୁତ କମ୍। ଏକ ରିପୋର୍ଟ ଅନୁସାରେ, ଲାଟଭିୟାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୫.୫ ପ୍ରତିଶତ ଅଧିକ। ସ୍ଥିତି ଏମିତି ଯେ, ୬୫ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠୁ ପ୍ରାୟ ଦୁଇଗୁଣା। ଫଳରେ ଦେଶରେ ପୁରୁଷ ଓ ମହିଳାଙ୍କ ସନ୍ତୁଳନ ପୂରାପୂରି ବିଗିଡିଯାଇଛି। 

ଏଠାରେ କର୍ମକ୍ଷେତ୍ରରୁ ନେଇ ଦୈନନ୍ଦିନ ଜୀବନରେ ପୁରୁଷଙ୍କ ଘୋର ଅଭାବ। ତେଣୁ କରି ଅନେକ ମହିଳା କିଛି ସମୟ ପାଇଁ ପୁରୁଷଙ୍କୁ ସ୍ୱାମୀ ଭାବରେ ଭଡାରେ ନେଉଛନ୍ତି। ଏଥିପାଇଁ ବିଭିନ୍ନ ସର୍ଭିସ୍‌ ପ୍ଲାଟଫର୍ମ ଟ୍ରେଣ୍ଡରେ ଅଛି। ଏଠି ମହିଳାମାନେ କିଛି ଟଙ୍କା ଦେଇ ଘଣ୍ଟେ ଦୁଇ ଘଣ୍ଟା ପାଇଁ ପୁରୁଷଙ୍କୁ ଭଡାରେ ନେଉଛନ୍ତି। କିଛି ୱେବ୍ ପ୍ଲାଟଫର୍ମରେ ଅନଲାଇନ୍‌ ବୁକ୍‌ କଲେ ସ୍ୱାମୀ ମିଳିଯାଉଛନ୍ତି। ଏମାନେ ଏକ ପ୍ରକାରରେ ୱାର୍କର ଯିଏକି ଦରକାର ପଡିଲେ ଘରର ପେଣ୍ଟିଂ, ରିପାୟରିଂ ଓ ଅନ୍ୟାନ୍ୟ ଘରକାମରେ ସାହାଯ୍ୟ କରିଥାନ୍ତି। ମହିଳାମାନେ ଏସବୁ କାମ ନିଜେ କରିପାରୁ ନଥିବାରୁ ପୁରୁଷଙ୍କୁ ଭଡାରେ ନେବାକୁ ବାଧ୍ୟ ହେଉଛନ୍ତି। 

Advertisment

ଲାଟ୍‌ଭିୟାରେ ଏହି ଗୁରୁତର ଲିଙ୍ଗଗତ ଅସନ୍ତୁଳର ମୁଖ୍ୟ କାରଣ ହେଉଛି ପୁରୁଷଙ୍କ କମ୍ ଆୟୁ। ମାତ୍ରାଧିକ ଧୂମ୍ରପାନ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅଧିକାଂଶ ପୁରୁଷଙ୍କ ମୃତ୍ୟୁ ଘଟୁଛି। ଯେଉଁଥିପାଇଁ ଏଠି ଏବେ ଭଡାରେ ସ୍ୱାମୀ ଟ୍ରେଣ୍ଡ ଖୁବ୍‌ ପପୁଲାର ହେବାରେ ଲାଗିଛି।

latvia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ