Advertisment

Hindu Man Killed: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ ,ଯୁବକଙ୍କୁ ପିଟିପିଟି ମାରିଲେ ... ଗଛରେ ଟାଙ୍ଗି ଦେଲେ

ଅଶାନ୍ତ ବାଂଲାଦେଶ, ହିନ୍ଦୁଙ୍କ ଉପରେ ହେଉଛି ଜୋରଦାର ଆକ୍ରମଣ। ପ୍ରଥମେ ଦିଆଯାଉଛି ସାଂଘାତିକ ନିର୍ଯ୍ୟାତନା ପରେ ଟାର୍ଗେଟ କରି ହେଉଛି ଆକ୍ରମଣ। ନୂଆ ସରକାର ଆସିବାକୁ ବର୍ଷେ ବିତିଥିଲେ ବି ଆକ୍ରମଣରୁ ନିସ୍ତାର ମିଳୁନି।

ATTACK-ON-HINDUS

ATTACK-ON-HINDUS Photograph: (OTV)

Advertisment

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଯୁବକଙ୍କୁ ପିଟିପିଟି ମାରିଲେ, ଗଛରେ ଟାଙ୍ଗି ଦେଲେ । ନିଆଁ ଲଗାଇବା ପୂର୍ବରୁ ପହଞ୍ଚିଲା ପୋଲିସ । ସାରା ଦେଶ ଜଳୁଛି, ହିନ୍ଦୁଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛନ୍ତି । 

Advertisment

ଅଶାନ୍ତ ବାଂଲାଦେଶ, ହିନ୍ଦୁଙ୍କ ଉପରେ ହେଉଛି ଜୋରଦାର ଆକ୍ରମଣ। ପ୍ରଥମେ ଦିଆଯାଉଛି ସାଂଘାତିକ ନିର୍ଯ୍ୟାତନା ପରେ ଟାର୍ଗେଟ କରି ହେଉଛି ଆକ୍ରମଣ। ନୂଆ ସରକାର ଆସିବାକୁ ବର୍ଷେ ବିତିଥିଲେ ବି ଆକ୍ରମଣରୁ ନିସ୍ତାର ମିଳୁନି। ଗୁରୁବାର ରାତିରେ ମେମେନସିଂଘ ଜିଲ୍ଲାରେ ଘଟିଥିବା ଏ ଦୃଶ୍ୟ ଆପଣଙ୍କ ସାମନାରେ ଦେଖାଇବା ସମ୍ଭବ ହେଉ ନାହିଁ। ସ୍ଥାନୀୟ ଏକ ଗାର୍ମେଣ୍ଟ ସୋରୁମରେ କାମ କରୁଥିବା ଜଣେ ୩୨ ବର୍ଷୀୟ ଯୁବକକୁ ପିଟିପିଟି ମାରି ଦେଇଛନ୍ତି ସ୍ଥାନୀୟ ଯୁବକ। ଏଥିସହ ତାକୁ ମାରି ଗଛରେ ଟାଙ୍ଗି ପରେ ନିଆଁ ଲଗାଇବାକୁ ଯାଉଥିବା ବେଳେ ପୋଲିସ ପହଞ୍ଚିଥିଲା। ଏହାପରେ ଗଛରୁ ମୃତ ଦେହକୁ ଆଣି ସ୍ଥାନୀୟ ମେଡିକାଲରେ ପୋଷ୍ଟମର୍ଟମ କରାଯାଇଛି। ଯୁବକଙ୍କ ନାଁ ଦିପୁ ଦାସ ହୋଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଛି ପୋଲିସ। ଯଦି ଲିଖିତ ଅଭିଯୋଗ ହୁଏ ତେବେ ପୋଲିସ ତଦନ୍ତ କରି ଦୋଷୀଙ୍କୁ ବାନ୍ଧିବ ବୋଲି କହିଛି ପୋଲିସ। ଏହି ନିର୍ମମ ହତ୍ୟାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। 

ତେବେ ଏ ଘଟଣା ହିଁ ବୟାନ କରୁଛି କି, ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି କିଭଳି ରହିଛି। ରିପୋର୍ଟ କହୁଛି, ୨୦୨୫, ଜୁଲାଇ ସୁଦ୍ଧା ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ୨୫୮ଟି ଆକ୍ରମଣ ହୋଇଛି। ଏବେ ମଧ୍ୟ ସ୍ଥିତି ଉଦବେଗଜନକ ରହିଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ବୈଦେଶିକ ବ୍ୟାପାର ସଂସଦୀୟ କମିଟି ଏନେଇ ଏକ ରିପୋର୍ଟ ପ୍ରଦାନ କରିବା ପରେ ପୁରା ସ୍ଥିତି ଉପରେ ନଜର ରଖିଛି ଭାରତ। ସେପଟେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ଏହାକୁ କଡ଼ା ନିନ୍ଦା କରିଛନ୍ତି। ଶୁକ୍ରବାର ଏନେଇ ଏକ ବିବୃତ୍ତି ଜାରି କରି ୟୁନୁସ ସରକାର କହିଛନ୍ତି ଯେ ନୂଆ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। ଏହି ଅପରାଧରେ ସମ୍ପୃକ୍ତ କାହାକୁ ମଧ୍ୟ ଛଡାଯିବ ନାହିଁ। ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ହିଂସାର ଶିକାର ହୋଇଛନ୍ତି ଦୀପୁ । 

Advertisment

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ନିନ୍ଦା କରିଛି। ସମସ୍ତ ପ୍ରକାରର ହିଂସା ବିରୁଦ୍ଧରେ ସତର୍କ ରହିବାକୁ ନାଗରିକଙ୍କୁ ଅପିଲ କରିଛି। ଢାକାରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସାରା ଦେଶରେ ହିଂସାର ବାତାବରଣ ଦେଖା ଦେଇଛି। ହାଦି ପୂର୍ବର ଶେଖ ହସିନା ସରକାରର ମୁଖ୍ୟ ବିରୋଧୀ ଥିଲେ। ହାସିନା ସରକାରର ପତ୍ତନ ପାଇଁ ମଖ୍ୟ ଭୂମିକା ନିଭାଇଥିଲେ। ଦୁଇ ଜଣ ଦୁର୍ବୃତ ତାଙ୍କୁ ଗୁଳି କରିବା ପରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ